କରୋନା ଆକ୍ରାନ୍ତଙ୍କ କରୁଣ କାହାଣୀ : ଅନୁମତି ନନେଇ କରୋନା ସଂକ୍ରମିତ ସ୍ୱାମୀଙ୍କ ଅନ୍ତିମସଂସ୍କାର କରିଦେଲା ଡାକ୍ତରଖାନା, ୧୬ଦିନ ପରେ ଜାଣିଲେ ସ୍ତ୍ରୀ

କରୋନା ଆକ୍ରାନ୍ତଙ୍କ କରୁଣ କାହାଣୀ : ଅନୁମତି ନନେଇ କରୋନା ସଂକ୍ରମିତ ସ୍ୱାମୀଙ୍କ ଅନ୍ତିମସଂସ୍କାର କରିଦେଲା ଡାକ୍ତରଖାନା, ୧୬ଦିନ ପରେ ଜାଣିଲେ ସ୍ତ୍ରୀ

ହାଇଦ୍ରାବାଦର ଜଣେ ମହିଳାଙ୍କ ସହ ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | କରୋନା ଆକ୍ରାନ୍ତ ହୋଇ ସ୍ୱାମୀଙ୍କ ମୃତ୍ୟୁ ହେବା ପରେ ଡାକ୍ତରଖାନା ଅନ୍ତିମସଂସ୍କାର କରିଥିବା ଜାଣି ଏବେ ଘଟଣାର ତଦନ୍ତ ଦାବି କରିଛନ୍ତି ହାଇଦ୍ରାବାଦରେ ରହୁଥିବା ଏହି ମହିଳା | ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇ ନାହିଁ ବରଂ ସେ ନିଖୋଜ ଅଛନ୍ତି ବୋଲି ମହିଳା ଦାବି କରିଛନ୍ତି| ଅନ୍ୟପକ୍ଷରେ ମେ ୧ରେ କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହେବା ପର ଦିନ ହିଁ ପରିବାର ସଦସ୍ୟଙ୍କୁ ଅବଗତ କରାଇବା ପରେ ଶବଦାହ କରାଯାଇଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଛି |

ବନସ୍ଥଳୀପୁରମ୍ କଲୋନିରେ ରହୁଥିବା ଆଲାମପାଲି ମାଧବୀ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ, ମେ ୧୬ରେ ସେ ଏବଂ ତାଙ୍କ ଦୁଇ ଝିଅ କରୋନା ମୁକ୍ତ ହୋଇ ଘରକୁ ଫେରିବା ସମୟରେ ଗାନ୍ଧୀ ହସ୍ପିଟାଲରୁ ତାଙ୍କ ସହ ତାଙ୍କ ସ୍ୱାମୀ ଏ ମଧୁସୂଦନ  ଘରକୁ ଆସି ନ ଥିଲେ। ତାଙ୍କ ସ୍ୱାମୀଙ୍କୁ ଏପ୍ରିଲ ୨୭ରେ କିଙ୍ଗ କୋଠି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଏପ୍ରିଲ ୩୦ରେ ଗାନ୍ଧୀ ଡାକ୍ତରଖାନାକୁ ନିଆଯାଇଥିଲା। ମାଧବୀଙ୍କ ଅନୁଯାୟୀ, ଶବଦାହ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଅନୁମତି ନେଇ ନ ଥିଲେ ଏବଂ ମୃତଦେହ ଚିହ୍ନଟ କରିବାକୁ ମଧ୍ୟ ଡାକି ନଥିଲେ । ଶବଦାହ ପରେ ପ୍ରମାଣ ଆକାରରେ କିଛି ଭିଡିଓ, ଫଟୋ କିମ୍ବା ତାଙ୍କର ଜିନିଷପତ୍ର ମଧ୍ୟ ସେମାନେ ଦେଖାଇ ନାହାନ୍ତି |

ହସପିଟାଲର ଅଧୀକ୍ଷକ ଏକ ବିବୃତି ଜାରି କରି କହିଛନ୍ତି , ମହିଳାଙ୍କର ସ୍ୱାମୀ କରୋନା ଆକ୍ରାନ୍ତ ହେବା ସହ ତାଙ୍କର ଅନେକ ଶାରୀରିକ ସମସ୍ୟା ରହିଥିଲା। ଯାହା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହେବାର ଗୋଟିଏ ଦିନ ପରେ ମେ ୧ ତାରିଖ ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ପ୍ରକ୍ରିୟା ଅନୁଯାୟୀ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଥିଲା ଏବଂ ପ୍ରୋଟୋକଲ ଅନୁସରଣ କରି ମୃତଦେହ ପୁଲିସକୁ ହସ୍ତାନ୍ତର କରାଯାଇଥିଲା ଏବଂ ସେମାନଙ୍କ ସ୍ୱୀକୃତି ନିଆଯାଇଥିଲା। ପରେ ଶବକୁ ଜିଏଚଏମସି ଦ୍ୱାରା ଶବଦାହ କରାଯାଇଥିଲା ବୋଲି ସେ କହିଛନ୍ତି। ମାଧବୀଙ୍କ ପରିବାର ପ୍ରତି ସହାନୁଭୂତି ଦେଖାଇ ରାଓ କହିଛନ୍ତି ଯେ, ଡାକ୍ତରଖାନା , ଡାକ୍ତର ତଥା ଅନ୍ୟ କର୍ମଚାରୀଙ୍କୁ ବଦନାମ କରିବା ଭୁଲ ଅଟେ, ଯେଉଁମାନେ ଶହ ଶହ କୋଭିଡ -୧୯ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି |
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe