ଆଗକୁ ଆସୁଛି ଶୀତଋତୁ ! ପ୍ରାତଃଭୋନରେ କେଉଁ ଖାଦ୍ୟକୁ ସାମିଲ କରିବେ, ଆସନ୍ତୁ ଜାଣିବା . . . . .

51

ଆଗକୁ ଆସୁଛି ଶୀତଋତୁ । ଏପରିସ୍ଥଳେ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ । ଶୀତ ଦିନରେ ଯଦି ଆପଣ ପ୍ରାତଃଭୋଜନରେ ଅଣ୍ଡାକୁ ସାମିଲ କରନ୍ତି ତେବେ ଏହା ଶରୀର ପକ୍ଷେ ହିତକର ସାବ୍ୟସ୍ତ ହେବ । ଶୀତଦିନରେ ଶୀତୁଆ ସକାଳ ସହ ଥଣ୍ଡାଳିଆ ରାତିର ମଜା ଅନେକ ନେଇଥାଆନ୍ତି । ହେଲେ ଭାରତ ପରି ଗ୍ରୀଷ୍ମ ପ୍ରଧାନ ଦେଶରେ ହଠାତ୍ ଋତୁ ପରିବର୍ତ୍ତନରେ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ । ଶୀତଦିନେ ସାଧାରଣତଃ ଥଣ୍ଡା ଓ କାଶ ଅଧିକ ହୋଇଥାଏ । ଏପରି କିଛି ଭାରତୀୟ ଖାଦ୍ୟ ରହିଛି ଯାହାକୁ ସେବନ କଲେ ଶରୀରର ତାପମାତ୍ର ବୃଦ୍ଧି ପାଏ । କେବଳ ସେତିକି ନୁହେଁ ଏହି ଖାଦ୍ୟ ଶୀତଦିନରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହି ଖାଦ୍ୟ ସହ ସୁ-ନିଦ୍ରା ଓ ସାମାନ୍ୟ ବ୍ୟାୟାମ ସ୍ୱାସ୍ଥ୍ୟପାଇଁ ଅଧିକ ଲାଭପ୍ରଦ । ତେବେ ଆସନ୍ତୁ ଜାଣିବା ଶୀତ ଦିନରେ କେଉଁ କେଉଁ ଖାଦ୍ୟ ଗ୍ରହଣ କଲେ ତାହା ଶରୀର ପାଇଁ ହିତକର ସାବ୍ୟସ୍ତ ହେବ ?

୧ .  ଅନେକ ଲୋକ ନିଜ ପ୍ରାତଃଭୋଜନାରେ ଅଣ୍ଡା ସାମିଲ କରନ୍ତି ନାହିଁ । ତାଙ୍କୁ ଲାଗେ ଏପରି କରିବାeggs ଦ୍ୱାରା ସେମାନେ ମୋଟା ହୋଇଯିବେ । ଅଣ୍ଡା ଖାଇବା ଶରୀର ପକ୍ଷେ ଅଧିକ ହିତକର । ଅଣ୍ଡା ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ । ଅଣ୍ଡାରେ କୋଲାଇନ ନାମକ ପୋଷକ ତତ୍ୱ ଥାଏ ଯାହା ମସ୍ତିସ୍କକୁ ନିଷ୍ପତ୍ତି ନେବାରେ ସହାୟକ ହୋଇଥାଏ । ଏଥଯୋଗୁଁ ଶିଶୁଙ୍କ ପାଇଁ ପ୍ରାତଃଭୋଜନରେ ଅଣ୍ଡା ସେବନ ବହୁତ ଜରୁରୀ ।

୨.ଗାଜର ଏକ ଅତି ଉତ୍ତମ ପରିବା । ଶୀତଦିନେ ସହଜରେ ଓ କମ୍ ଦାମରେ ଗାଜର ବଜାରରେ ଉପଲବ୍ଧ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍-ଏ ଅଛି । ଗାଜର ଖାଇବା ଦ୍ୱାରା ବିଭିନ୍ନ ପ୍ରକାରର ସଂକ୍ରମଣରୁ ମୁକ୍ତି ମିଳିଥାଏ । ଏହା ଖାଇବା ଦ୍ୱାରା ଥଣ୍ଡା ଭୂତାଣୁ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।

୩- ଛତୁ ଅନେକଙ୍କ ବେଶ୍ ପସନ୍ଦ ଯୋଗ୍ୟ ଖାଦ୍ୟ । ଫ୍ଲୁ ଭୂତାଣୁଙ୍କୁ ପ୍ରତିରୋଧ କରିବାରେ ଛତୁ ବେଶ୍ ଉପଯୋଗୀ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଶରୀରରେ ଶ୍ୱେତ ରକ୍ତ କଣିକା ବୃଦ୍ଧିରେ ଏହା ସହାୟକ ହୋଇଥାଏ ।

୪- ରସୁଣର ଅନେକ ଉପକାରିତା ରହିଛି । ହୃଦୟ ପାଇଁ ଏହା ଅତ୍ୟନ୍ତ ଲାଭପ୍ରଦ । ଶରୀରରେ ବ୍ୟାଡ୍ କୋଲେଷ୍ଟରଲ ହ୍ରାସ କରିବାରେ ଏହା ବେଶ ଉପଯୋଗୀ । ଶରୀରକୁ ଏହା ସ୍ୱତନ୍ତ୍ର ପ୍ରତିରୋଧକ ଶକ୍ତି ପ୍ରଦାନ କରିଥାଏ । ଥଣ୍ଡା କାଶରୁ ରକ୍ଷା ପାଇବା ପାଇଁ ରସୁଣକୁ ଖାଦ୍ୟରେ ବ୍ୟବହାର କରିହେବ ।