କାର୍ଯ୍ୟକୁ ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ: ରାଜସ୍ଥାନର ସୁରତଗଡ ଏୟାରବେସରେ କାର୍ଯ୍ୟରେ ଯୋଗଦାନ,ଫେବ୍ରୁୟାରୀ ୨୭ରେ ପାକିସ୍ତାନ୍ ଏଫ୍-୧୬କୁ କରିଥିଲେ ଧ୍ୱଂସ

502

କନକ ବ୍ୟୁରୋ : ପାକିସ୍ତାନ୍ ଏଫ୍-୧୬କୁ ଧ୍ୱଂସ କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପୁଣି ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ରାଜସ୍ଥାନ ସୁରତଗଡ ସ୍ଥିତ ଏୟାରବେସରୁ ସେ ଡ୍ୟୁଟି ଆରମ୍ଭ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ଦିନ ସେ ନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ତେବେ ଏହା ଦ୍ୱିତୀୟ ଥର ପାଇଁ ତାଙ୍କର ପୋଷ୍ଟିଂ ରାଜସ୍ଥାନରେ ହୋଇଛି । ସୁରତଗଡ ପୂର୍ବରୁ ତାଙ୍କୁ ବିକାନେରରେ ପୋଷ୍ଟିଂ ହୋଇଥିଲା । ସୁରତଗଡ ଏୟାରଫୋର୍ସ ବେସ୍ରେ ମିଗ୍ ୨୧ ବାଇସନ୍ ଏୟାରକ୍ରାଫ୍ଟର ଅପରେସନରେ ତାଙ୍କୁ ଦାୟିତ୍ୱ ଦିଆଯାଇଛି ।

କିନ୍ତୁ ସେ ପୁଣି ଥରେ ଯୁଦ୍ଧ ବିମାନରେ ଉଡାଣ ଭରିପାରିବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବାୟୁସେନାର ପ୍ରୋଟୋକଲ ଅନୁଯାୟୀ ଯଦି ଜଣେ ଥରେ ପାଇଲଟ ଯୁଦ୍ଧ ବିମାନରୁ ନିଜକୁ ଇଜେକ୍ଟ କରୁଛନ୍ତି ତେବେ ସେ ଦ୍ୱିତୀୟ ଥର ପାଇଁ ଯୁଦ୍ଧବିମାନ ଉଡାଇ ପାରିବେ ନାହିଁ । ଫେବ୍ରୁୟାରୀ ୨୭ତାରିଫରେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନ ଏଫ୍-୧୬ବିମାନକୁ ଧ୍ୱଂସ କରିଥିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ । ଏହାପରେ ସେ ପାକିସ୍ତାନ ସୀମାରେ ପ୍ରବେଶ କରିଯାଇଥିଲେ । ପ୍ରାୟ ୬୦ଘଂଟା ପର୍ଯ୍ୟନ୍ତ ପାକ୍ ସେନାର କବଜାରେ ରହବି ପରେ ଭାରତର ଚାପ ପରେ ଅଭିନନ୍ଦନଙ୍କୁ ମୁକ୍ତ କରିଥିଲା ପାକିସ୍ତାନ ।