ଉଇଣ୍ଡୋଜ ୧୦ର ନୂତନ ଫିଚର ! ଆଖି ସାହାଯ୍ୟରେ ଚଳାଇପାରିବେ କମ୍ପ୍ୟୁଟର

45

ମାଇକ୍ରୋସଫ୍ଟ ଉଇଣ୍ଡୋଜ ୧୦ ପାଇଁ ଆଣିଛି ନୂତନ ଆଇ ଟ୍ରାକିଂ ସୁବିଧା । ତେବେ ଏହା ବିଶେଷକରି ଶାରୀରିକ ଅକ୍ଷମ ଲୋକମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଜଣାପଡ଼ିଛି । ଏହା ବର୍ତ୍ତମାନ ପାଇଁ ବିଟା ଭର୍ସନରେ ଉପଲବ୍ଧ ରହିଛି ଏବଂ କମ୍ପାନୀ ଖୁବ୍ ଶିଘ୍ର ଏହାକୁ ଅପ୍ଡ଼େଟ କରି ସମସ୍ତ ଓ୍ୱିଣ୍ଡୋଜ ୧୦ ବ୍ୟବହାରକାରୀ ମାନଙ୍କ ପାଇଁ ଜାରି କରିପାରେ । କମ୍ପ୍ୟୁଟରର ଆଭ୍ୟନ୍ତରୀଣ ଭାଗର ପ୍ରି-ଭ୍ୟୁ ବିଲ୍ଡ଼ରେ ଆଇ ଟ୍ରାକିଂ ଫିଚର ବେଶ ଲାଭଦାୟକ ସାବ୍ୟସ୍ତ ହେବ। ଏଥିପାଇଁ ଟୋବି ଆଇ ଟ୍ରାକର ୪ସି ବ୍ୟବହାର କରିବାକୁ ପଡ଼ିବ । ଏହାପରେ ବ୍ୟବହାରକାରୀ ନିଜ ଆଖି ସହାୟତାରେ କମ୍ପ୍ୟୁଟର ଚଳାଇପାରିବେ । ଏଥିରେ ଆଖିଦ୍ୱାରା ଅନ୍ ସ୍କ୍ରିନ ମାଉସ ଏବଂ କିବୋଡ଼ ମଧ୍ୟ ଚଳାଇହେବ ।

କମ୍ପାନୀ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ଫିଚର ଟୋବି ଆଇ ଟ୍ରାକର ୪ସି ସହାୟତାରେ କାମ କରିବ । ଏହାକୁ ବ୍ୟବହାର କରିବା ପୂର୍ବରୁ ଉଇଣ୍ଡୋ-୧୦ କମ୍ପ୍ୟୁଟରରୁ ଏହି ଫିଚରକୁ ଷ୍ଟାଟ କରିବାକୁ ପଡ଼ିବ । ଆରମ୍ଭ ହେବା ପରେ ସ୍କ୍ରିନ ଉପରେ ଏକ ଲଂଚପ୍ୟାଡ଼ ଦେଖାଯିବ ଯେଉଁଥିରେ ମାଉସ୍, କିବୋର୍ଡ଼ ଏବଂ ଟେକ୍ସ ଟୁ ସ୍ପିଚ୍ ଫିଚର ରହିବ । ଏପରି କରିବା ପାଇଁ ବ୍ୟବହାରକାରୀଙ୍କୁ କେବଳ କମ୍ପ୍ୟୁଟରକୁ ସେତେବେଳେ ପର୍ଯ୍ୟନ୍ତ ଚାହିଁବାକୁ ପଡ଼ିବ, ଯେତେବେଳ ପର୍ଯ୍ୟନ୍ତ ଆକ୍ଟିଭେଟ ନହେବ । ପରେ ଏହାକୁ ବ୍ୟବହାର କରି ଆଖି ସାହାଯ୍ୟରେ କମ୍ପ୍ୟୁଟର ଚଳାଇହେବ ।