ପୁଣି ଷଡ଼ଯନ୍ତ୍ରର ଜାଲ ବୁଣୁଛି ଚୀନ୍ । ଭାରତକୁ ପାଦ ଚିପି ଚିପି ଫେରୁଛି ଟିକଟିକ୍ । ଟାର୍ଗେଟରେ ପୂର୍ବତନ ଟିକଟକ୍ ୟୁଜର । ସାବଧାନ୍ . . .  ହ୍ୱାଟସଆପ୍, ଇମେଲ, ମେସେଜ ଓ ମେସେଞ୍ଜରରେ ଲିଙ୍କ୍ ପଠାଉଛି ଥାର୍ଡ଼ ପାର୍ଟି

697

କନକ ବ୍ୟୁରୋ : ଭାରତରେ ପ୍ରବେଶ କରିବାକୁ ଚୀନର ନୂଆ ଷଡ଼ଯନ୍ତ୍ର । ଟାର୍ଗେଟରେ ପୂର୍ବରୁ ଟିକଟକ୍ ବ୍ୟହାର କରୁଥିବା ୟୁଜର । ୩୦ ଜୁନରୁ ଯେଉଁ ଚୀନି ଆପକୁ ଭାରତ ସରକାର ବ୍ୟାନ୍ କରିଥିଲେ, ସେଥିମଧ୍ୟରୁ ଭାରତରେ ଲୋକପ୍ରିୟତା ହାସଲ କରିଥିବା ଟିକଟକ୍  ପୁଣି ଲୁଚାଚୋରାରେ ଭାରତୀୟ ୟୁଜରଙ୍କ ମୋବାଇଲକୁ ଲିଙ୍କ୍ ପଠାଉଛି । ହେଲେ ଏଥର କୌଣସି ଆପ୍ ଷ୍ଟୋର କିମ୍ବା ଗୁଗୁଲ ପ୍ଲେଷ୍ଟୋରରୁ ନୁହେଁ ସିଧା ବ୍ରାଉଜରରୁ ଡାଉନଲୋଡ଼ ହେଉଛି ଟିକଟକ । ତେବେ ସବୁ ମୋବାଇଲକୁ ନୁହେଁ ବଛାବଛା ମୋବାଇଲ୍ ଫୋନକୁ କମ୍ପାନୀ ପକ୍ଷରୁ ପଠାଯାଉଛି ଡାଉନଲୋଡ଼୍ ଲିଙ୍କ୍ ।

ଭାରତରେ ବ୍ୟାନ୍ ହେବା ପରେ ବି ସୁରତରେ ଅନେକ ଲୋକ ଏହି ଆପ୍ ଡାଉନଲୋଡ଼୍ କରିଛନ୍ତି । ଥାର୍ଡ଼ ପାର୍ଟି ସାହାଯ୍ୟରେ ଭାରତରେ ପ୍ରବେଶ କରିବା ପାଇଁ ସଜବାଜ ହେଉଛି ଟିକଟକ୍ । ଦେଶରେ ଚୀନୀ ଆପ୍ ବ୍ୟାନ୍ ପରେ ସର୍ବାଧିକ କ୍ଷତି ସହିଛି ଟିକଟକ୍ । ଆଉ ଏଥିପାଇଁ ଚୀନୀ ହ୍ୟାକର୍ସ ଷଡ଼ଯନ୍ତ୍ର ରଚୁଛନ୍ତି । ଯେଉଁ ଲୋକ ପୂର୍ବରୁ ଟିକଟକ୍ ୟୁଜର ଥିଲେ, ନିୟମିତ ଭିଡ଼ିଓ ଓ ଫଟୋ ଅପଲୋଡ଼ କରୁଥିଲେ ସେମାନଙ୍କୁ ପୁଣି ଥରେ ଯୋଡ଼ିବାକୁ ପ୍ରୟାସ କରୁଛି ଚୀନ । ହ୍ୱାଟସଆପ୍, ଇମେଲ, ମେସେଜ ଓ ମେସେଞ୍ଜରରେ ଲିଙ୍କ୍ ପଠାଯାଇଛି । ଗୁଗଲରେ ଟିକଟକ ସମ୍ମନ୍ଧରେ ସର୍ଚ୍ଚ କରୁଥିବା ଲୋକଙ୍କ ନିକଟକୁ ଆସୁଛି ଇ-ମେଲ ।

ହ୍ୱାଟସଆପ୍ରେ ଆସୁଥିବା ଟିକଟକ୍ ଲିଙ୍କରେ କ୍ଲିକ କରିବା ପରେ ହ୍ୱାସଟଆପ୍ ଆକ୍ସେସ ମାଗୁଛି କମ୍ପାନୀ । ଆଉ ତା’ପରେ ଓକେ କରିବା ପରେ ଆକ୍ଟିଭ୍ ହୋଇଯାଉଛି ଟିକଟକ୍ ଆପ୍ । ତେବେ ଏଥର ଡାଉନଲୋଡ଼ ହେଉଥିବା ଟିକଟକ୍ ଆପ୍ ଅନ୍ୟ ସୋସିଆଲ ମିଡ଼ିଆରେ ଶେୟାର ହୋଇପାରୁନି । ତେବେ ଭାତରରେ ବ୍ୟାନ୍ ହେବା ପରେ ମଧ୍ୟ ଟିକଟକ୍ ପକ୍ଷରୁ ଆସୁଥିବା ଲିଙ୍କକୁ ଦେଖି ସାଇବର ଏକ୍ସପର୍ଟ, ଏଥିକାଲ ହ୍ୟାକର୍ସ ଓ ସାଇବର ପୋଲିସ୍୍ ମଧ୍ୟ ଆଶ୍ଚର୍ଯ୍ୟାନ୍ୱିତ । ଭାରତ ସରକାରଙ୍କ ପକ୍ଷରୁ ଏଥିପାଇଁ ଛାନଭିନ୍ ଆରମ୍ଭ ହୋଇଯାଇଛି ।