ଶାଶୁଘର ଛାଡ଼ି ବାପଘରକୁ ଯାଉଥିଲେ ସ୍ତ୍ରୀ : ରୋକିବା ପାଇଁ ବିକଳ ହୋଇ କାନ୍ଦୁଥିଲେ ସ୍ୱାମୀ, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

33

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ରାଗରୁଷା ତଥା ଝଗଡ଼ା ଏକ ସାଧାରଣ କଥା । ଆଜି ଝଗଡ଼ା ହୁଏ ଆଉ କାଲି ଯେମିତିକୁ ସେମିତି । ତେବେ ସବୁବେଳେ ଝଗଡ଼ା କରିବା ଦ୍ୱାରା ବେଳେ ବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ନିକଟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଝଗଡ଼ାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । ଘଟଣାଟି ହେଲା ସ୍ତ୍ରୀ ସ୍ୱାମୀ ଉପରେ ନାରାଜ ହୋଇ ନିଜ ବାପାଙ୍କ ଘରକୁ ବାହାରି ଥାଆନ୍ତି । ଆଉ ତା’ପରେ ଆରମ୍ଭ ହୁଏ ହାଇଭୋଲେଟଜ୍ ଡ୍ରାମା । ସ୍ୱାମୀ ସ୍ତ୍ରୀକୁ ରୋକିବା ପାଇଁ ରେଲୱେ ଷ୍ଟେସନ ପହଞ୍ଚେ । ଆଉ ବାପା ଘରକୁ ନଯିବା ପାଇଁ ଅନୁରୋଧ କରେ । ସମସ୍ତ ଚେଷ୍ଟା ସତ୍ୱେ ସ୍ତ୍ରୀ ରାଜି ନହେବାରୁ ସ୍ୱାମୀ ଅନ୍ୟଉପାୟ ନପାଇ ବହୁତ ଜୋରରେ କାନ୍ଦିବା ପାଇଁ ଲାଗେ । ତେବେ ଏହି ଭିଡ଼ିଓ ଏବେ ଫେସବୁକ, ଟ୍ୱିଟର ଓ ୟ୍ୟୁଟୁବରେ ଶେୟାର କରାଯାଉଛି ।

ଭିଡ଼ିଓରେ ଦେଖିବା ପାଇଁ ମିଳୁଛି ସ୍ତ୍ରୀ ରେଳ ଷ୍ଟସନରେ ଛିଡ଼ାହୋଇଛି । ଆଉ ସ୍ତ୍ରୀକୁ ମନେଇବା ପାଇଁ ସ୍ୱାମୀ ସେଠାରେ ପହଞ୍ଚିଯାଆନ୍ତି । ଆଉ ସ୍ୱାମୀ ସେହି ସମୟରେ କହୁଥାଏ ମୋତି ଛାଡ଼ିକି ଯାଆନି । ମୁଁ ସବୁବେଳେ ତୁମ ସହ ରହିବି ଇତ୍ୟାଦି କହି ଜୋରଜୋରରେ କାନ୍ଦୁଥାଏ । କିନ୍ତୁ ସ୍ତ୍ରୀ ସବୁଦିନ ପାଇଁ ଘରଛାନି ବାପ ଘରକୁ ଚାଲିଯିବି ବୋଲି କହୁଥାଆନ୍ତି । ଏହାସହ ଛାଡ଼ପତ୍ର ଦେବାକଥା ମଧ୍ୟ କହୁଥାଆନ୍ତି । ସ୍ତ୍ରୀକୁ ମନେଇବା ପାଇଁ ସ୍ୱାମୀ ଯଥାସମ୍ଭବ ଚେଷ୍ଟା କରୁଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳୁଛି । ଝିଅ ସହ କିଛି ଲୋକ ମଧ୍ୟ ଭିଡ଼ିଓରେ ନଜର ଆସୁଛନ୍ତି । ଅଢ଼େଇ ମିନିଟର ଏହି ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି ।