ବିବାହ ପରେ ବି ପ୍ରେମିକ ପ୍ରେମରେ ପାଗଳ ଥିଲା ସ୍ତ୍ରୀ : ବିବାହ କରାଇବା ସହ ଝିଅବିଦା ସମୟରେ ବିକଳ ହୋଇ କାନ୍ଦିଲେ ସ୍ୱାମୀ

98

ବିବାହ ଏକ ପବିତ୍ର ସମ୍ପର୍କ ଯାହା ଭଗବାନ ଗଢ଼ିଥାଆନ୍ତି । ସ୍ୱର୍ଗରେ ହିଁ ବିବାହ ଥୟ ହୋଇସାରିଥାଏ । କେବଳ ଲୋକଦେଖାଣିଆ ପାଇଁ ସମସ୍ତେ ଜାକଜମକରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥାଏ । ତେବେ ବର୍ତ୍ତମାନ କାନପୁରରେ ଏକ ନିଆରା ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏଠାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀର ବିବାହ କରାଇଛନ୍ତି । ସ୍ତ୍ରୀ ଆଉ ଜଣକୁ ପ୍ରେମ କରୁଛି ଜାଣି ସ୍ୱାମୀ ଜଣକ ସ୍ତ୍ରୀର ଖୁସି ପାଇଁ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି । ତେବେ ଝିଅ ବିଦା ସମୟରେ ସ୍ୱାମୀ ଜଣକ ବିକଳରେ କାନ୍ଦିପକାଇଥିଲେ ।

କାନପୁରର ଜଣେ ବ୍ୟକ୍ତି ସ୍ତ୍ରୀର ବିବାହ ବଡ଼ ଜାକଜମକରେ ତଥା ଧୁମଧାମରେ କରିଛନ୍ତି । ପୁରା ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ । କାନପୁରର ଚେକରୀ ଥାନା ଅଂଚଳରେ ଗୋଲୁ ଗୁପ୍ପା ନାମକ ଜଣେ ଯୁବକ ୧୯ ଫେବୃୟାରୀ ୨୦୧୮ରେ ଶାନ୍ତି ନାକମ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ପରେ ଶାନ୍ତି ଶ୍ୱଶୁର ଘର ଆସିବା ପରେ ସବୁବେଳେ ଉଦାସ ରହୁଥିବାର ଗୋଲୁ ଦେଖିବା ପାଇଁ ପାଇଲେ । ଗୋଲୁକୁ ଶୋଇବାକୁ କହି ଶାନ୍ତି ରାତି ରାତି ଫୋନରେ ପ୍ରେମିକ ସହ କଥା ହେଉଥିଲା । ଦିନେ ଗୋଲୁ ଶାନ୍ତିକୁ ଏନେଇ ପଚାରିବାକୁ ସବୁ କଥା ସାମ୍ନାକୁ ଆସିଥିଲା ।

ଶାନ୍ତି ସବୁ କଥା ଖୋଲିକି ସ୍ୱାମୀକୁ କହିଥିଲା । ଏହାସହ ପ୍ରେମିକ ବିନା ରହିପାରିବ ନାହିଁ ବୋଲି ମଧ୍ୟ କହିଥିଲା । ତେବେ ଏକଥା ଶୁଣି ଗୋଲୁ ରାଗିବା ପରିବର୍ତ୍ତେ ଉଭୟଙ୍କ ବିବାହ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ଆଉ ଖୁବ ଧୁମଧାମରେ ଉଭୟଙ୍କର ବିବାହ କରାଇଥିଲେ । ଗୋଲୁଙ୍କର ଏହି ପଦକ୍ଷେପ ଯୋଗୁଁ ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।