ବିବାହ ପରେ କାହିିଁକି ବଢିଯାଏ ମହିଳାଙ୍କ ଓଜନ, ଜାଣନ୍ତୁ ଏହାର ୫ଟି ମୁଖ୍ୟ କାରଣ !

125

ଦ ଓବେସିଟ ନାମକ ଏକ ଜର୍ନାଲରେ ପ୍ରକାଶ ପାଇଥିବା ଏକ ଅଧ୍ୟୟନ ଅନୁସାରେ ବିବାହର ୫ ବର୍ଷ ମଧ୍ୟରେ ୮୨ ପ୍ରତିଶତ ଦମ୍ପତିଙ୍କର ଓଜନ ୫-୧୦ କିଲୋ ବଢିଯାଏ । ଏହାସହ ଜଣାପଡିଛି ଏଥିରେ ମହିଙ୍କକ ଓଜନ ବହୁତ ଶୀଘ୍ର ବଢିଥାଏ ।

ଏହି ଅଧ୍ୟୟନ ଅନୁସାରେ ମହିଳାଙ୍କ ଓଜନ ବଢିବାର ଏକ ବଡ କାରଣ ହେଲୋ ଜୀବନସାଥୀ ସହ ସମ୍ପର୍କ ଯୋଗୁଁ ହର୍ମୋନରେ ପରିବର୍ତ୍ତନ ଆସିଥାଏ । କିନ୍ତୁ ଏହା ମୁଖ୍ୟ କାରଣ ନୁହଁ । ଖାସକରି ଭାରତୀୟ ମହିଳାଙ୍କ ଓଜନ ବଢିବା ପଛର ଅନ୍ୟ କରଣ ମଧ୍ୟ ରହିଛି । ଜାଣନ୍ତୁ ଏହାର କିଛି ପ୍ରମୁଖ କାରଣ ।

୧.ବିବାହ ପରେ ମହିଳାଙ୍କ ଶୋଇବା ସମୟ ବଦଳିଯାଏ । ଅନେକ ଥର ନିଦ ପୁରା ହୋଇପାରେନି । ଦନକୁ କମରେ ୭ ଘଣ୍ଟା ଶୋଇବା ଦରକାର ଏପରି ନହେବା ଦ୍ୱାରା ମହିଳାଙ୍କ ଓଜନ ବଢିଯାଏ ।

୨.ବିବାହ ପରେ ପରିବର୍ତ୍ତିତ ଜୀବନଶୈଳୀ ମହିଳାଙ୍କ ଶରୀରରେ ଅନେକ ପ୍ରକାର ହର୍ମୋନାଲ ପରିବର୍ତ୍ତନ ଆଣି[ûଏ । ମହିଳାମାନେ ମୋଟା ହେବାର ଏହା ଏକ ମୁଖ୍ୟ କାରଣ ।

୩.ବିବାହ ପରେ ବୟସ ବଢିବା ସହ ମହିଳାଙ୍କ ବିପାକ କ୍ରିୟା କମ ହୋଇଯାଏ । ଏଥିରେ ମେଦ ହଟାଇବାର ପ୍ରଣାଳୀ ଧୀର ହୋଇଯାଏ । ଏହାଦ୍ୱାରା ମହିଳାମାନେ ମୋଟା ହୋଇଯାଆନ୍ତି ।

୪.ବିବାହ ପୂର୍ବରୁ ଭଲ ଦେଖାଯିବା ପାଇଁ ସମ୍ପର୍କୀୟ ଲୋକମାନେ ରୋକଟୋକ କରନ୍ତି । ବିବାହ ପରେ ଏନେଇ ଅଧିକ ଧ୍ୟାନ ଦିଆଯାଏ ନାହିଁ । ଯାହା କାରଣରୁ ମହିଳାମାନେ ମୋଟା ହୋଇଯାଆନ୍ତି ।

୫.ବିବାହ ପରେ ନୂଆ ପରିବାର ସହ ସବୁବେଳ ବସି କି କଥା ହେବାର ଦେଖାଯାଏ । ଏହାସହ ବିବାହ ପରେ କାମ ଶେଷକରି ଟଭି ଦେଖିବା ସାଧାରଣ ହୋଇଯାଏ । ଏଥିପାଇଁ ଶାରିରୀକ ରୂପେ କ୍ରିୟାଶୀଳ ହୋଇପାରନ୍ତି ନାହଁ ଓ ମହିଳାମାନେ ମୋଟା ହୋଇଯାଆନ୍ତି ।