କଳିଯୁଗ କୃଷ୍ଣ ! କ୍ଷୀର ନୁହେଁ ଚା’ ପିଉଛନ୍ତି ଲଡୁ ଗୋପାଳଙ୍କ ପ୍ରତିମୂର୍ତ୍ତି

73

କୌଣସି ମୂର୍ତ୍ତି କଣ ଚା’ ପିଇ ପାରେ ! କିମ୍ବା କୌଣସି ପ୍ରତିମୂର୍ତ୍ତିର ଆକାର କଣ ବଢିପାରେ । ନିଶ୍ଚୟ ଭାବରେ ଏହାର ଉତ୍ତର ନାଁ । କିନ୍ତୁ ଭୋପାଳରେ ଏଭଳି ତମତ୍କାର ହେଉଛି । ବିଭିନ୍ନ ଧାତୁରେ ତିଆରି ଭଗବାନ ଲଡୁ ଗୋପାଳଙ୍କ ପ୍ରତିମୂର୍ତ୍ତି ଖୁବ୍ ଖୁସିରେ ଚା’ ପିଉଛନ୍ତି । କେବଳ ଚା’ ନୁହେଁ ଏହି ପ୍ରତିମା ଦହି, ମିଶ୍ରୀ ଏବଂ ଲହୁଣୀ ମଧ୍ୟ ଆନନ୍ଦରେ ଖାଇଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ଲଡୁ ଗୋପାଳଙ୍କୁ ବଡ ହେବାର ମଧ୍ୟ ଦେଖିଛନ୍ତି । ଏଭଳି ଏକ ଖବର ପ୍ରକାଶ କରିଛି ପତ୍ରିକା ।

ଲଡୁ ଗୋପାଳଙ୍କ ଏହି ପ୍ରତିମା ଜଣକ ପରେ ଜଣେ ନିଜ ଭକ୍ତଙ୍କ ଘରକୁ ଅତିଥି ହୋଇ ପହଂଚିଥାନ୍ତି । ଅନେକ ଭକ୍ତଙ୍କ ପାଳି ଦୁଇ ବର୍ଷରେ ଥରେ ପଡିଥାଏ । ବର୍ତ୍ତମାନ କଂଗ୍ରେସ୍ ନେତା ଠାକୁର ଇଶ୍ୱର ସିଂ ଚୌହାନଙ୍କ ଘରେ ଅତିଥି ଭାବରେ ରହିଛନ୍ତି ଏହି ଲଡୁ ଗୋପାଳ । ସ୍ଥାନୀୟ ପଣ୍ଡିତ ଜଗଦୀଶ ଶର୍ମାଙ୍କ ଅନୁସାରେ, ଗୋପାଳଙ୍କ ଏହି ପ୍ରତିମୂର୍ତ୍ତି ଉତ୍ତରପ୍ରଦେଶ, ବିହାର, ଛତିଶଗଡ ଏବଂ ମଧ୍ୟପ୍ରଦେଶର ଅନେକ ସ୍ଥାନରେ ଭକ୍ତଙ୍କ ଘରକୁ ଅତିଥି ଭାବରେ ଯାଇସାରିଛି । ପ୍ରତ୍ୟେକ ଭକ୍ତ ଗୋପାଳଙ୍କ ଏହି ପ୍ରତିମାକୁ ସ୍ନେହ ଶ୍ରଦ୍ଧାରେ ତିନି ଦିନ ପର୍ଯ୍ୟନ୍ତ ରଖନ୍ତି ଏହା ପରେ ମୂର୍ତ୍ତିଟି ଅନ୍ୟ ଭକ୍ତଙ୍କ ପାଖକୁ ଚାଲିଯାଏ ।

ଭକ୍ତଙ୍କ କହିବା ଅନୁଯାୟୀ, ଲଡୁ ଗୋପାଳଙ୍କୁ ସକାଳୁ ଉଠାଇ କ୍ଷୀର ପିଇବାକୁ ଦେବାବେଳେ ସେ ଛୋଟ ପିଲାଙ୍କ ପରି ଏହାକୁ ବାନ୍ତି କରିଦିଅନ୍ତି । କିନ୍ତୁ ଚା’କୁ ଅତି ଖୁସିରେ ପିଇ ଯାଆନ୍ତି । ଆଉ ଏକ ବଡ କଥା ହେଉଛି ମନୋସ୍କାମନା ମଧ୍ୟ ପୁରାକରିଥାନ୍ତି । ତେବେ ନିସନ୍ତାନ ଦମ୍ପତିଙ୍କ ଏହି ଲଡୁ ଗୋପାଳ କୁଆଡେ ଖୁବ୍ ଦୟାଳୁ । ତେବେ ବିଶ୍ୱାସ ହେଉ ବା ଅନ୍ଧବିଶ୍ୱାସ । ଏହି ଘଟଣା ଏବେ ସାରାଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଦେଖନ୍ତୁ ଏହି ଭିଡିଓ