ସୁନା ଅଳଙ୍କାରେ କାହିଁକି ଥାଏ ହଲମାର୍କି ? ଆପଣ ବି ଜାଣନ୍ତୁ ଏବଂ ଠକାମିରୁ ରକ୍ଷା ପାଆନ୍ତୁ

43

ଆପଣ ବି ସୁନା ଅଳଙ୍କାର କିଣିଲା ବେଳେ ତାହାର ଶୁଦ୍ଧତା ଯାଂଚ କରିବା ପାଇଁ ଚାହୁଁଛନ୍ତି କି ? ଏଥିପାଇଁ ହଲମାର୍କ ଜରିଆରେ ଖୁବ୍ ସହଜରେ ଆପଣ ସୁନା ଅଳଙ୍କାରର ଶୁଦ୍ଧତା ବିଷୟରେ ପତ୍ତା ଲଗାଇପାରିବେ । ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ହଲମାର୍କିଂ କରାଯାଏ । ଯଦ୍ୱାରା ସହଜରେ ସୁନା ଅସଲି କି ନକଲି ଜଣାପଡ଼ିଯାଏ ।

ସୁନା ଅଳଙ୍କାରେ କାହିଁକି ଥାଏ ହଲମାର୍କିଂ ?
ହଲମାର୍କିଂ, ସୁନା ତିଆରି କରୁଥିବା ଲୋକ ବିଷୟରେ ସୂଚନା ଦେଇଥାଏ । ବ୍ୟୁରୋର ୱେବସାଇଟରେ ପଞ୍ଜିକୃତ ମ୍ୟାନୁଫ୍ୟାକଚରିଂର ପୁରା ତଥ୍ୟ ଥାଏ । ଆଉ ଏଥିରୁ ସହଜରେ ଜଣାପଡ଼ିଯାଏ, ଅଳଙ୍କାର କେଉଁଠି ତିଆରି ହୋଇଛି । ଆଉ ଏହି ହଲମାର୍କିଂ ଦ୍ୱାରା ଶୁଦ୍ଧତାର ଗ୍ୟାରେଣ୍ଟି ଥାଏ ।

ନକଲି ସୁନା କାରବାର ଉପରେ ଲଗାମ ଲଗାଇବା ପାଇଁ ଏହା ଏକ ଉତ୍ତମ ବିକଳ୍ପ । ହଲମାର୍କିଂ ଏପରି ଏକ ନିଆରା ନମ୍ବର ଥାଏ ଯାହାକୁ କେହି ଚାହିଁଲେ ମଧ୍ୟ କୋଡ଼ କରିପାରିବେ ନାହିଁ । ହଲମାର୍କ ଜୁଏଲାରୀ ଲଂଚ ହେବା ପରେ ନକଲି ସୁନା କାରବାର ଉପରେ କିଛିକାଂଶରେ ଲାଗିଥିଲା ଓ ଗ୍ରାହକଙ୍କୁ ମଧ୍ୟ ଲାଭ ମିଳିଥିଲା ।

ମୋବାଇଲ ଆପ୍ ଜରିଆରେ ଯାଂଚ କରିହେବ ସୁନାର ଶୁଦ୍ଧତା –

ୟୁନିକ ନମ୍ବର ପାଇଁ ବିଶେଷ ଭାବେ ଏକ ମୋବାଇଲ ଆପ୍ ରହିଛି । ଯାହା ସୁନାର ଶୁଦ୍ଧତା ମାପିବାରେ କାମ କରେ । ଯେତେବେଳ ଗ୍ରାହକ ଅଳଙ୍କାର କିଣିବା ପାଇଁ ଯାହାନ୍ତି ଉକ୍ତ ଆପରେ ୟୁନିକ ନମ୍ର ଡ଼େି ଏହାର ନିର୍ମାତା ବିଷୟରେ ସମସ୍ତ ବିବରଣୀ ହସ୍ତଗତ କରିପାରିବେ । ଏହି ଆପକୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଅତି ସହଜରେ ଡାଉନଲୋଡ଼୍ କରିହେବ । ଆପଣ ଯଦି କେବେ ସୁନା କିଣିବା ପାଇଁ ଯାଉଛନ୍ତି, ତେବେ ସବୁବେଳେ ହଲମାର୍କ ସୁନା କିଣନ୍ତୁ । ହଲମାର୍କ ଗହଣା କିଣିଲେ ଆପଣଙ୍କୁ ଟିକିଏ ଅଧିକ ଟଙ୍କା ଦେବାକୁ ପଡ଼ିପାରେ କିନ୍ତୁ, ଏଥରେ ଗ୍ୟାରେଣ୍ଟି ଥାଏ ।