କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ଆସନ ହିଞ୍ଜିଳିରେ ଚାଲିଛି ମତଦାନ । ଭୋଟ୍ ଦେଉଛନ୍ତି ଭୋଟର । ହିଂଜିଳି ବିଜେଡିର ଗଡ ଭାବେ ପରିଚିତ । ୨୦୦୦ରୁ ନବୀନ ପଟନାୟକ ଅପ୍ରତିଦ୍ୱନ୍ଦ୍ୱୀ ବିଧାୟକ ଅଛନ୍ତି । ୧୯୯୦ରେ ଜନତା ଦଳରୁ ହରିହର ସାହୁ ହିଞ୍ଜିଳିର ବିଧାୟକ ଥିଲେ । ଏବଂ ୧୯୯୫ରେ ଉଦୟନାଥ ନାୟକ କଂଗ୍ରେସରୁ ବିଧାୟକ ନିର୍ବାଚିତ ହୋଇଥିଲେ । ହିଂଜିଳି ବ୍ଳକ୍ ଏବଂ ଶେରଗଡ ବ୍ଳକ, ହିଂଜିଳି ମ୍ୟୁନିସପାଲିଟିକୁ ନେଇ ହିଂଜିଳି ନିର୍ବାଚନ ମଣ୍ଡଳୀ ଗଠିତ । ହିଂଜିଳି ବ୍ଳକ୍ , ଶେରଗଡ ବ୍ଳକ୍ ଏବଂ ହିଂଜିଳି ମ୍ୟୁନିସପାଲିଟି ବିଜେଡି କବଜାରେ ରହିଛି ।
୨୦୧୯ର ଲଢେଇ
ବିଜେଡି: ନବୀନ ପଟ୍ଟନାୟକ
କଂଗ୍ରେସ: ଶମ୍ଭୁ ପାଣିଗ୍ରାହୀ
ବିଜେପି: ପିତାମ୍ବର ଆଚାର୍ଯ୍ୟ
ବିଜେଡି: ନବୀନ ପଟ୍ଟନାୟକ
- ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ
- ପୂର୍ବତନ ସାଂସଦ ଓ କେନ୍ଦ୍ର ଖଣି ମନ୍ତ୍ରୀ
- ୨୦୦୦ରୁ ଲଗାତର ବିଧାୟକ
- ରାଜ୍ୟର ସର୍ବାଧିକ ଲୋକପ୍ରିୟ ନେତା
କଂଗ୍ରେସ: ଶମ୍ଭୁ ପାଣିଗ୍ରାହୀ
- ପୂର୍ବରୁ ନିର୍ବାଚନ ଲଢି ହାରିଥିଲେ
- କଂଗ୍ରେସରେ ଅଛନ୍ତି, କିନ୍ତୁ ସଂଗଠନ ନାହିଁ
ବିଜେପି: ପିତାମ୍ବର ଆଚାର୍ଯ୍ୟ
- ଆଇନଜୀବୀରୁ ରାଜନୀତି
- ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି
- ବିଜେପି ମୁଖପାତ୍ର
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ନବୀନ ପଟନାୟକ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ
- ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଦଳର ମୁଖପାତ୍ର ଏବଂ ପ୍ରଥମଥର ବିଧାନସଭା
ନିର୍ବାଚନ ଲଢୁଛନ୍ତି
- କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ପୂର୍ବରୁ ନିର୍ବାଚନ ଲଢି ହାରିଛନ୍ତି
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୮ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୦୧ ହଜାର ୫୧୭
- ମତ ଦେଇଥିଲେ – ୧ ଲକ୍ଷ ୨୨ ହଜାର ୪୪
- ଭୋଟଦାନ ହାର – ୬୦.୫୬%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ନବୀନ ପଟନାୟକ ବିଜେଡି ୮୯୨୬୭ ୭୩.୧୪% ବିଜୟୀ
ଶିବରାମ ପାତ୍ର କଂଗ୍ରେସ ୧୨୬୮୧ ୧୦.୩୯% ପରାସ୍ତ
ଦେବାନନ୍ଦ ମହାପାତ୍ର ବିଜେପି ୧୨୨୮୩ ୧୦.୦୬% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ନବୀନ ପଟନାୟକ
ଦଳ - ବିଜେଡି
ଭୋଟ - ୮୯୨୬୭
ପ୍ରତିଶତ - ୭୩.୧୪%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଦେବାନନ୍ଦ ମହାପାତ୍ର
ଦଳ - ବିଜେପି
ଭୋଟ - ୧୨୨୮୩
ପ୍ରତିଶତ - ୧୦.୦୬%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଶିବରାମ ପାତ୍ର
ଦଳ - କଂଗ୍ରେସ
ଭୋଟ - ୧୨୬୮୧
ପ୍ରତିଶତ - ୧୦.୩୯%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡି ପ୍ରାର୍ଥୀ ନବୀନ ପଟନାୟକ ବିଜୟୀ ହୋଇଥିଲେ
- ୮୯ ହଜାର ୨୬୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଶିବରାମ ପାତ୍ରଙ୍କୁ ପରାସ୍ତ କରିଥିଲେ
- ୭୬ହଜାର ୫୮୬ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ନବୀନ
- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୦ ହଜାର ୩୭୯
- ମତ ଦେଇଥିଲେ – ୯୫ ହଜାର ୯୨୨
- ଭୋଟଦାନ ହାର – ୫୦.୩୯%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ନବୀନ ପଟନାୟକ ବିଜେଡି ୭୨୯୪୨ ୭୬.୦୪% ବିଜୟୀ
ରାଘବ ପରିଡା କଂଗ୍ରେସ ୧୧୬୬୯ ୧୨.୧୭% ପରାସ୍ତ
ଦେବାନନ୍ଦ ମହାପାତ୍ର ବିଜେପି ୭୩୮୯ ୭.୭୦% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ନବୀନ ପଟ୍ଟନାୟକ
ଦଳ - ବିଜେଡି
ଭୋଟ - ୭୨୯୪୨
ପ୍ରତିଶତ - ୭୬.୦୪%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଦେବାନନ୍ଦ ମହାପାତ୍ର
ଦଳ - ବିଜେପି
ଭୋଟ - ୭୩୮୯
ପ୍ରତିଶତ - ୧୨.୧୭%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ରାଘବ ପରିଡା
ଦଳ - କଂଗ୍ରେସ
ଭୋଟ - ୧୧୬୬୯
ପ୍ରତିଶତ - ୧୨.୧୭%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ନବୀନ ପଟନାୟକ ବିଜୟୀ ହୋଇଥିଲେ
- ୭୨ ହଜାର ୯୪୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ରାଘବ ପରିଡାଙ୍କୁ ପରାସ୍ତ କରିଥିଲେ
- ୬୧ ହଜାର ୨୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ବଦଳିଥିଲେ ।
- ରାଘବ ପରିଡାଙ୍କ ସ୍ଥାନରେ ଶିବରାମ ପାତ୍ରଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ
- ଦେବାନନ୍ଦ ମହାପାତ୍ରଙ୍କୁ ରିପିଟ୍ କରିଥିଲା ବିଜେପି
- ନବୀନ ପଟନାୟକ ପୁଣି ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ
- ୭୬ହଜାର ୫୮୬ ଭୋଟ୍ ବ୍ୟବଧାନରେ ଜିତିଥିଲେ ନବୀନ