କନକ ବ୍ୟୁରୋ : ଆଜି ଜନତାଙ୍କ ହାତରେ ନେତାଙ୍କ ଭାଗ୍ୟ । ଭୋଟ ଦେଇ ବିଧାୟକ ବାଛୁଛନ୍ତି ଭୋଟର । ପ୍ରଥମ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଉମରକୋଟ ବିଧାନସଭା ଆସନ ପାଇଁ ବିଧାୟକ ବାଛୁଛନ୍ତି ମତଦାତା । ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ ଉମରକୋଟ ଏନଏସି, ରାଇଘର ବ୍ଲକ୍ ଓ ଉମରକୋଟ ବ୍ଲକର ୮ଟି ଗ୍ରାମ ପଂଚାୟତକୁ ନେଇ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଉମରକୋଟ ଏନଏସି ଓ ଉମରକୋଟ ବ୍ଳକ୍ ବିଜେଡି କବଜାରେ ରହିଛି । ଅନ୍ୟପଟେ ରାଇଘର ବ୍ଲକ୍ ବିଜେପି ଦଖଲରେ ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ସୁବାସ ଗଣ୍ଡ
କଂଗ୍ରେସ: ଯୋଶଦାରାଣୀ ଗଣ୍ଡ
ବିଜେପି: ନିତ୍ୟାନନ୍ଦ ଗଣ୍ଡ

ବିଜେଡି: ସୁବାସ ଗଣ୍ଡ
- ପୂର୍ବତନ ବିଧାୟକ ( ୨୦୧୪)
- ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

କଂଗ୍ରେସ: ଯୋଶଦାରାଣୀ ଗଣ୍ଡ
- ୨୦୧୪ ବିଧାୟକ ପ୍ରାର୍ଥୀ ଯତୀନ୍ଦ୍ରନାଥ ଗଣ୍ଡଙ୍କ ପତ୍ନୀ
- ପ୍ରଥମଥର ପାଇଁ ନିର୍ବାଚନ ଲଢୁଛନ୍ତି

ବିଜେପି: ନିତ୍ୟାନନ୍ଦ ଗଣ୍ଡ
- ଗତ ନିର୍ବାଚନରେ ହାରିଥିଲେ
- ପୁଣି ଟିକେଟ୍ ଦେଇଛି ବିଜେପି
- ଓକିଲାତିରୁ ରାଜନୀତି

ମୈଦାନରେ ମହିଳା ପ୍ରାର୍ଥୀ
- ଯୋଶଦାରାଣୀ ଗଣ୍ଡ ( କଂଗ୍ରେସ)

ମୁହାଁମୁହିଁ ପ୍ରାର୍ଥୀ
- ଦ୍ୱିତୀୟ ଥର ପାଇଁ ଲଢୁଛନ୍ତି ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁବାସ ଗଣ୍ଡ
- ବିଧାୟକ ପ୍ରାର୍ଥୀ ଯତୀନ୍ଦ୍ରନାଥ ଗଣ୍ଡଙ୍କ ପତ୍ନୀ ଯୋଶଦାରାଣୀ ଗଣ୍ଡଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ
- ଗତଥର ହାରିଥିବା ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି

ଉମରକୋଟ ବିଧାନସଭା ଆସନ
- ୧୯୯୫ ଏବଂ ୨୦୦୦ରେ ପରମା ପୂଜାରୀ ୨ ଥର କଂଗ୍ରେସରୁ ବିଧାୟକ ଥିଲେ
- ୨୦୦୪ରେ ବିଜେପି ପ୍ରାର୍ଥୀ ଧରମୁ ଗଣ୍ଡ ବିଧାୟକ ହୋଇଥିଲେ
- ୨୦୦୯ ଏବଂ ୨୦୧୪ରେ ବିଜେଡି ଉମରକୋଟ ବିଧାନସଭା ଆସନ ଜିତିଛି

publive-image

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ଲକ୍ଷ ୭୪ ହଜାର ୨୧୨
- ମତ ଦେଇଥିଲେ – ୧ ଲକ୍ଷ ୩୫ ହଜାର ୯୪୩
- ଭୋଟଦାନ ହାର – ୭୮.୦୩%

୨୦୧୪ର ଫଳାଫଳ
ପ୍ରାର୍ଥୀ                        ଦଳ                  ଭୋଟ             ପ୍ରତିଶତ            ଫଳାଫଳ
ସୁବାଷ ଗଣ୍ଡ                 ବିଜେଡି              ୫୦,୫୦୦       ୩୭.୧୫%       ବିଜୟୀ
ଯତୀନ୍ଦ୍ର ନାଥ ଗଣ୍ଡ           କଂଗ୍ରେସ            ୩୯,୯୭୮       ୨୯.୪୧%       ପରାସ୍ତ
ନିତ୍ୟାନନ୍ଦ ଗଣ୍ଡ               ବିଜେପି            ୨୧,୩୫୧        ୧୫.୭୧%        ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସୁବାଷ ଗଣ୍ଡ
ଦଳ - ବିଜେଡି
ଭୋଟ - ୫୦,୫୦୦
ପ୍ରତିଶତ - ୩୭.୧୫%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ନିତ୍ୟାନନ୍ଦ ଗଣ୍ଡ
ଦଳ - ବିଜେପି
ଭୋଟ - ୨୧,୩୫୧
ପ୍ରତିଶତ - ୧୫.୭୧%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଯତୀନ୍ଦ୍ର ନାଥ ଗଣ୍ଡ
ଦଳ - କଂଗ୍ରେସ
ଭୋଟ - ୩୯,୯୭୮
ପ୍ରତିଶତ - ୨୯.୪୧%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ସୁବାସ ଗଣ୍ଡ ଜିତିଥିଲେ
- ୫୦ ହଜାର ୫୦୦ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଯତୀନ୍ଦ୍ର ନାଥ ଗଣ୍ଡଙ୍କୁ ପରାସ୍ତ କରିଥିଲେ
- ୧୦ ହଜାର ୫୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୫ ହଜାର ୬୦୬
- ମତ ଦେଇଥିଲେ – ୧ ଲକ୍ଷ ୦୯ ହଜାର ୧୮୭
- ଭୋଟଦାନ ହାର – ୭୦.୧୭%

୨୦୦୯ର ଫଳାଫଳ
ପ୍ରାର୍ଥୀ                                ଦଳ           ଭୋଟ              ପ୍ରତିଶତ           ଫଳାଫଳ
ଜଗବନ୍ଧୁ ମାଝୀ                     ବିଜେଡି         ୪୪,୩୨୬       ୪୦.୬୦%      ବିଜୟୀ
ପରମା ପୂଜାରୀ                    କଂଗ୍ରେସ        ୨୫,୫୧୨       ୨୩.୩୭%      ପରାସ୍ତ
ଧରମୁ ଗଣ୍ଡ                         ବିଜେପି         ୩୦,୧୫୫        ୨୭.୬୨%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଜଗବନ୍ଧୁ ମାଝୀ
ଦଳ - ବିଜେଡି
ଭୋଟ - ୪୪,୩୨୬
ପ୍ରତିଶତ - ୪୦.୬୦%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଧରମୁ ଗଣ୍ଡ
ଦଳ - ବିଜେପି
ଭୋଟ - ୩୦,୧୫୫
ପ୍ରତିଶତ - ୨୭.୬୨%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ପରମା ପୂଜାରୀ
ଦଳ - କଂଗ୍ରେସ
ଭୋଟ - ୨୫,୫୧୨
ପ୍ରତିଶତ - ୨୩.୩୭%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ଜଗବନ୍ଧୁ ମାଝୀ ବିଜୟୀ ହୋଇଥିଲେ
- ୪୪ ହଜାର ୩୨୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ ଧରମୁ ଗଣ୍ଡଙ୍କୁ ପରାସ୍ତ କରିଥିଲେ
- ୧୪ ହଜାର ୧୭୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୨ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
- ୨୦୧୪ରେ ତିନି ଦଳ ପ୍ରାର୍ଥୀ ବଦଳାଇଥିଲେ
- ଜଗବନ୍ଧୁ ମାଝୀଙ୍କ ଦେହାନ୍ତ ପରେ ତାଙ୍କ ଡ୍ରାଇଭର ସୁବାଷ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି
- ଧରମୁ ଗଣ୍ଡଙ୍କ ସ୍ଥାନରେ ନିତ୍ୟାନନ୍ଦ ଗଣ୍ଡଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
- କଂଗ୍ରେସ, ପରମା ପୂଜାରୀଙ୍କ ବଦଳରେ ଯତୀନ୍ଦ୍ରନାଥ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିଲା