କନକ ବ୍ୟୁରୋ : ସକାଳ ୭ ଟାରୁ ଆରମ୍ଭ ହୋଇଯାଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ଭୋଟ ଦେଇ ଆଗାମୀ ୫ ବର୍ଷ ପାଇଁ ନିଜ ଅଂଚଳର ନେତା ବାଛୁଛନ୍ତି ମତଦାତା । ଜଗତସିଂପୁର ଲୋକସଭା ଅନ୍ତର୍ଗତ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଚାଲିଛି ମତଦାନ । ଅନୁସୂଚିତ ଜାତି ପାଇଁ ଏହି ଆସନ ସଂରକ୍ଷିତ । ବିରିଡି ବ୍ଳକ୍, ରଘୁନାଥପୁର ବ୍ଳକ୍ ଏବଂ ତିର୍ତ୍ତୋଲ ବ୍ଳକର ୨୦ଟି ପଂଚାୟତକୁ ନେଇ ଗଠିତ ।

Advertisment

୨୦୧୯ର ଲଢେଇ
ବିଜେଡି: ବିଷ୍ଣୁ ଚରଣ ଦାସ
କଂଗ୍ରେସ: ଦେବୀପ୍ରସାଦ ମଲ୍ଲିକ
ବିଜେପି: ରମାକାନ୍ତ ଭୋଇ

ବିଜେଡି: ବିଷ୍ଣୁ ଚରଣ ଦାସ
- ୫ଥର ବିଧାୟକ
- ରାଜ୍ୟସଭା ସାଂସଦ
- ମନ୍ତ୍ରୀ ( ଶିକ୍ଷା )
- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

କଂଗ୍ରେସ: ଦେବୀପ୍ରସାଦ ମଲ୍ଲିକ
- କଂଗ୍ରେସର ନୂଆ ମୁହଁ
- ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ
- ଜଗତସିଂହପୁର ସାଂସଦ ପ୍ରାର୍ଥୀ ପ୍ରତିମା ମଲ୍ଲିକଙ୍କ ଭାଇ
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

ବିଜେପି: ରମାକାନ୍ତ ଭୋଇ
- ଶିକ୍ଷକରୁ ରାଜନୀତି
- ୨୦୧୪ରେ ପରାଜିତ
- ରାଜ୍ୟ ବିଜେପି କାର୍ଯ୍ୟକାରୀଣି ସଦସ୍ୟ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୬ ହଜାର ୫୯୦
- ମତ ଦେଇଥିଲେ – ୧ ଲକ୍ଷ ୬୧ ହଜାର ୧୩୫
- ଭୋଟଦାନ ହାର – ୭୪.୪୦%

୨୦୧୪ର ଫଳାଫଳ
ପ୍ରାର୍ଥୀ                       ଦଳ            ଭୋଟ             ପ୍ରତିଶତ                ଫଳାଫଳ
ଋାଜଶ୍ରୀ ମଲ୍ଲିକ            ବିଜେଡି       ୮୮,୯୫୩      ୫୫.୨୦%             ବିଜୟୀ
ରାଜକିଶୋର ବେହେରା  କଂଗ୍ରେସ     ୫୩,୫୦୫      ୩୩.୨୧%            ପରାସ୍ତ
ରମାକାନ୍ତ ଭୋଇ          ବିଜେପି      ୧୪,୫୧୬        ୯.୦୧%            ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ରାଜଶ୍ରୀ ମଲ୍ଲିକ ନିର୍ବାଚନ ଜିତିଥିଲେ
- ୮୮ ହଜାର ୯୫୩ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଋାଜକିଶୋର ବେହେରାଙ୍କୁ ପରାସ୍ତ କରିଥିଲେ
- ୩୫ ହଜାର ୪୪୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ