ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କାହାକୁ ମିଳିବ ସ୍ଥାନ : ଚର୍ଚ୍ଚାରେ ଧର୍ମେନ୍ଦ୍ର, ଜୁଏଲ୍, ଅପରାଜିତା, ସୁରେଶ ଓ ପ୍ରତାପ ଷଡଙ୍ଗୀ

537

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ କିଏ ହେବ ମନ୍ତ୍ରୀ । ରାଜ୍ୟରୁ ୮ ଜଣ ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ କିଏ ମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଚାଲିଛି । ପ୍ରତାପ ଷଡଙ୍ଗୀକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ ତାଙ୍କୁ ଓଡ଼ିଶାର ମୋଦି କହୁଛନ୍ତି, ତ ଆଉ କିଏ ରାଜନୀତିର ସନ୍ଥ । ଆଂଚଳିକ ଗଣମାଧ୍ୟମରୁ ଜାତୀୟ ଗଣମାଧ୍ୟମ, ଏମିତି କି ସୋସିଆଲ ମିଡ଼ିଆରେ ବି ଛାଇ ରହିଛନ୍ତି ପ୍ରତାପ ଷଡଙ୍ଗୀ । ଚାରିଆଡେ ଏବେ ଓଡ଼ିଶାର ଜଣେ ସାଂସଦଙ୍କୁ ନେଇ ଚର୍ଚ୍ଚା । ପ୍ରତାପ ଷଡଙ୍ଗୀଙ୍କ ସରଳ ଜୀବନଯାପନ ଏବଂ ତୃଣମୂଳସ୍ତରରେ ଜଡ଼ିତ ନେତା ଭାବରେ ଓଡ଼ିଶାରେ ବେଶ ପରିଚିତ ।

ପୂର୍ବରୁ ବିଧାନସଭାକୁ ୨ ଥର ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ, ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଏବେ ଜାତୀୟ ଗଣମାଧ୍ୟମରେ ପ୍ରତାପ ଷଡଙ୍ଗୀଙ୍କ କାହାଣୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ପ୍ରତିପକ୍ଷ କୋଟିପତି ପ୍ରାର୍ଥୀଙ୍କୁ ହରାଇଥିବା ଏହି ନେତାଙ୍କୁ ଜାତୀୟ ଗଣମାଧ୍ୟମରେ ଖୁବ୍ ପ୍ରଶଂସା କରିଛନ୍ତି । ମାଟି ଘରେ ରହୁଥିବା, ସାଇକେଲ ଚଢୁଥିବା ଏବଂ ଗାମୁଛା ପିନ୍ଧି ନଳକୁଅରେ ଗାଧୋଉଥିବା ଚିତ୍ର ଏବେ ସୋସିଆଲ ମିଡ଼ିଆରେ ବି ଘୁରି ବୁଲୁଛି । ସେହିଭଳି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସୁରେଶ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଛି । ଅପରାଜିତା ଷଡଙ୍ଗୀକୁ ନେଇ ବି ଚର୍ଚ୍ଚା ହେଉଛି । ଅପରାଜିତା ଷଡଙ୍ଗୀ ଭୁବନେଶ୍ୱରରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

Comments are closed.