ଶପଥ ପୂର୍ବରୁ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ନେଇ ଦିଲ୍ଲୀରେ ମୋଦି-ଶାହ ମନ୍ତ୍ରଣା : ରାଜନାଥ, ଗଡକରୀ, ସୀତାରମଣ ଓ ପିୟୁଷ ଗୋଏଲ ପୁଣି ହୋଇପାରନ୍ତି ମନ୍ତ୍ରୀ

790

କନକ ବ୍ୟୁରୋ : ଆସନ୍ତାକାଲି କେନ୍ଦ୍ରରେ ମୋଦି ସରକାରଙ୍କ ଶପଥଗ୍ରହଣ ଉତ୍ସବ । କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ମୋଦି କ୍ୟାବିନେଟରେ କାହାକୁ ମିଳିବ ସ୍ଥାନ ତାକୁ ନେଇ ଜୋର ଧରିଛି ଆକଳନ । ଦିଲ୍ଲୀରେ ଶାହା ଓ ମୋଦି ଏହାକୁ ନେଇ ଗଣିତ କସୁଥିବା ବେଳେ କିଛି ନାମ ଚର୍ଚାର କେନ୍ଦ୍ରରେ ରହିଛି । ମୋଦୀଙ୍କ ଦ୍ୱିତୀୟ ପାଳିରେ କେନ୍ଦ୍ରରେ ମନ୍ତ୍ରୀ ପଦ ବଜାୟ ରଖିପାରନ୍ତି ରାଜନାଥ ସିଂ, ନୀତିନ୍ ଗଡକରୀ , ନିର୍ମଳା ସୀତାରମଣ , ପିୟୁଷ ଗୋଏଲଙ୍କ ପରି ବ୍ୟକ୍ତିତ୍ୱ ।

ମୋଦିଙ୍କ ପ୍ରଥମ ପାଳି ସରକାରରେ ରାଜନାଥଙ୍କୁ ସ୍ୱରାଷ୍ଟ୍ର ବିଭାଗ, ନୀତିନ୍ ଗଡକରୀଙ୍କୁ ସଡକ ଓ ପରିବହନ, ନିର୍ମଳା ସୀତାରମଣଙ୍କୁ ପ୍ରତିରକ୍ଷା , ପିୟୁଷ ଗୋଏଲଙ୍କୁ ରେଳ ବିଭାଗ ମିଳିଥିଲା । ତେବେ ଏଥର କାହାକୁ ମିଳିବ ମନ୍ତ୍ରୀ ପଦ ତା ଉପରେ ରହିଛି ସମସ୍ତଙ୍କ ନଜର । କିଛି ନୂଆ ମୁହଁ ଏଥର କେନ୍ଦ୍ରରେ ସ୍ଥାନ ପାଇଛନ୍ତି । ଏପରି ସ୍ଥଳରେ ଜେଟଲି ଏଥର ଆଉ ଅର୍ଥ ବିଭାଗ ହାତରେ ରଖିବେନି ବୋଲି ଆଗୁଆ ସୂଚନା ଦେଇଛନ୍ତି । ସୁଷମା ସ୍ୱରାଜ ମଧ୍ୟ ବିଭାଗ ଆଉ ରଖିବେନି ବୋଲି ଇସାରା କରିଥିଲେ । ଏହି ଦୁଇ ଟପ୍ ନେତାଙ୍କ ବିଭାଗ କାହାକୁ ମିଳିବ ତା ଉପରେ ରହିଛି ନଜର ।