କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରା ରାଜ୍ୟରେ ମତ ଦେଉଛନ୍ତି ମତଦାତା । ଏହି କ୍ରମରେ ତାଳଚେରରେ ମଧ୍ୟ ଚାଲିଛି ମତଦାନ । ଆରମ୍ଭ ହୋଇଯାଇଛି ଭୋଟିଂ । ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ । କାହାକୁ ବିଧାୟକ ବାଛିବେ ଜନତା ? ତାଳଚେର ଏବଂ କଣିହା ବ୍ଳକ୍ର ୭ଟି ପଂଚାୟତକୁ ନେଇ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ।
୨୦୧୯ର ଲଢେଇ
ବିଜେଡି: ବ୍ରଜକିଶୋର ପ୍ରଧାନ
କଂଗ୍ରେସ: ସୁରେଶ ଚନ୍ଦ୍ର ବେହେରା
ବିଜେପି: କାଳନ୍ଦୀ ସାମଲ
୨୦୧୯--ବିଜେଡି: ବ୍ରଜକିଶୋର ପ୍ରଧାନ
- ୨ଥର ବିଧାୟକ
- ୨୦୧୪ରେ ବିଜେଡି ବିଧାୟକ
- ୨୦୦୯ରେ ସ୍ୱାଧୀନ ବିଧାୟକ
- ବିଜେଡିର ଦକ୍ଷ ସଂଗଠକ
୨୦୧୯-- କଂଗ୍ରେସ: ସୁରେଶ ଚନ୍ଦ୍ର ବେହେରା
- କଂଗ୍ରେସର ନୂଆ ଚେହେରା
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
- ତାଳଚେରର ସ୍ଥାନୀୟ ନେତା
୨୦୧୯--ବିଜେପି: କାଳନ୍ଦୀ ସାମଲ
- ବିଜେପି ମୁଖପାତ୍ର
- ୨୦୧୪ରେ ପରାଜିତ ( ୧୪ ହଜାର ଭୋଟ୍ )
- ଟାଣୁଆ ନେତା, ଲୋକପ୍ରିୟତା ରହିଛ
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ଥରେ ସ୍ୱାଧୀନ ଏବଂ ପରେ ବିଜେଡିରେ ମିଶି ବିଧାୟକ ହୋଇଛନ୍ତି
- ତାଳଚେରର ସ୍ଥାନୀୟ ନେତା ସୁରେଶ ଚନ୍ଦ୍ର ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି
- ୨୦୧୪ର ପରାଜିତ ପ୍ରାର୍ଥୀ କାଳନ୍ଦୀ ବେହେରାଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେପି
ତାଳଚେର ବିଧାନସଭା ଆସନ
- ୧୯୫୧ରେ ଗଠନ ହୋଇଥିଲା ନିର୍ବାଚନମଣ୍ଡଳୀ
- ଢେଙ୍କାନାଳ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ
- ବିଜେପିର ମହେଶ ସାହୁ ୩ଥର ବିଧାୟକ ( ୧୯୯୫ରୁ ୨୦୦୪ )
- ୨୦୧୪ରେ ବିଜେଡି ପ୍ରଥମଥର ପାଇଁ ଜିତିଥିଲା
- ବୃନ୍ଦାବନ ବେହେରା ୫ଥର ବିଧାୟକ
- ପବିତ୍ର ମୋହନ ପ୍ରଧାନ ୩ଥର ବିଧାୟକ ( ୧୯୫୧ ରୁ ୧୯୬୧- କଂଗ୍ରେସ )
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୫୯ ହଜାର ୮୭୦
- ମତ ଦେଇଥିଲେ – ୧ ଲକ୍ଷ ୨୦ ହଜାର ୨୬୮
- ଭୋଟଦାନ ହାର – ୭୫.୨୩%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ବ୍ରଜକିଶୋର ପ୍ରଧାନ ବିଜେଡି ୫୬,୪୬୫ ୪୬.୯୫% ବିଜୟୀ
ସସ୍ମିତା ବେହେରା କଂଗ୍ରେସ ୧୪,୩୯୬ ୧୧.୯୭% ପରାସ୍ତ
କାଳନ୍ଦିି ସାମଲ ବିଜେପି ୪୨,୧୪୩ ୩୫.୦୪% ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡ଼ିର ବ୍ରଜକିଶୋର ପ୍ରଧାନ ନିର୍ବାଚନ ଜିତିଥିଲେ
- ୫୬ ହଜାର ୪୬୫ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- ବିଜେପି ପ୍ରାର୍ଥୀ କାଳନ୍ଦୀ ସାମଲଙ୍କୁ ପରାସ୍ତ କରିଥିଲେ
- ୧୪ ହଜାର ୩୨୨ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ