କନକ ବ୍ୟୁରୋ : ରାଉରକେଲା, କୁଲୁଙ୍ଗା ଏବଂ ବିଶ୍ରା ବ୍ଳକ୍ର ୨ଟି ଗ୍ରାମପଂଚାୟତକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ । ୧୯୬୭ରେ ଗଠନ ହୋଇଥିଲା ରାଉରକେଲା ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ସୁନ୍ଦରଗଡ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ । ଦିଲ୍ଲୀପ ରାୟ ଜନତା ଦଳରୁ ୨ଥର ଏବଂ ବିଜେପିରୁ ଥରେ ବିଧାୟକ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ବିଜେଡିରୁ ସାରଦା ପ୍ରସାଦ ନାୟକ ୨ଥର ବିଧାୟକ ହୋଇଛନ୍ତି ।
୨୦୧୯ର ଲଢେଇ
ବିଜେଡି: ସାରଦା ପ୍ରସାଦ ନାୟକ
କଂଗ୍ରେସ: ବିରେନ୍ ସେନାପତି
ବିଜେପି: ନିହାର ରାୟ
ବିଜେଡି: ସାରଦା ପ୍ରସାଦ ନାୟକ
- ୨ଥର ବିଧାୟକ ( ୨୦୦୪ ଏବଂ ୨୦୦୯ )
- ୨୦୧୪ରେ ପରାଜିତ
- ୨ଥର ମନ୍ତ୍ରୀ
- ରାଉରକେଲା ଉନ୍ନୟନ କର୍ତୃପକ୍ଷ ଅଧ୍ୟକ୍ଷ
କଂଗ୍ରେସ: ବିରେନ୍ ସେନାପତି
- ଜିଲ୍ଲା କଂଗ୍ରେସ ସଭାପତି
- ପୂର୍ବତନ କାଉନସିଲର
- ବସ୍ତି ସୁରକ୍ଷା ମଂଚ ସଭାପତି
- ପ୍ରଥମଥର ବିଧାନସଭା ପ୍ରାର୍ଥୀ
ବିଜେପି: ନିହାର ରାୟ
- ପୂର୍ବତନ ନଗରପାଳ
- ପୂର୍ବରୁ ଲଢି ପରାଜିତ
- ବିଧାୟକ ଦିଲ୍ଲୀପ ରାୟଙ୍କ ଅନୁଗତ
ମୁହାଁମୁହିଁ ପ୍ରାର୍ଥୀ
- ଦୁଇ ଦୁଇ ଥର ବିଧାୟକ ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ୨୦୧୯ ପାଇଁ ବିଜେଡି ପୁଣି ପ୍ରାର୍ଥୀ କରିଛି
- ଜିଲ୍ଲା କଂଗ୍ରେସ ସଭାପତି ବିରେନ୍ ସେନାପତିଙ୍କୁ ପ୍ରଥମ ଥର ପାଇଁ ବିଧାନସଭା ପ୍ରାର୍ଥୀ କରିଛି ବିଜେପି
- ବିଜେପି ପ୍ରାର୍ଥୀ ନିହାର ରାୟ ରାଉରକେଲାର ପୂର୍ବତନ ନଗରପାଳ ଏବଂ ପୂର୍ବରୁ ଥରେ ନିର୍ବାଚନ ଲଢି ହାରିଛନ୍ତି
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୫ ହଜାର ୪୬୧
- ମତ ଦେଇଥିଲେ – ୧ ଲକ୍ଷ ୨୩ ହଜାର ୩୨୦
- ଭୋଟଦାନ ହାର – ୬୬.୪୯%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ସାରଦା ପ୍ରସାଦ ନାୟକ ବିଜେଡି ୪୮,୭୨୪ ୩୯.୫୧% ପରାସ୍ତ
ପ୍ରଭାତ ମହାପାତ୍ର କଂଗ୍ରେସ ୧୦,୩୯୭ ୦୮.୪୩% ପରାସ୍ତ
ଦିଲୀପ କୁମାର ରାୟ ବିଜେପି ୫୯,୬୫୩ ୪୮.୩୭% ବିଜୟୀ
କିଏ ମାରିଥିଲା ବାଜି?
- ବିଜେପିର ଦିଲୀପ କୁମାର ରାୟ ନିର୍ବାଚନ ଜିତିଥିଲେ
- ୫୯ ହଜାର ୬୫୩ ଖଣ୍ଡ ଭୋଟ ପାଇଥିଲେ ବିଜେପିି ପ୍ରାର୍ଥୀ
- ବିଜେଡ଼ି ପ୍ରାର୍ଥୀ ସାରଦା ପ୍ରସାଦ ନାୟକଙ୍କୁ ପରାସ୍ତ କରିଥିଲେ
- ୧୦ ହଜାର ୯୨୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ