କନକ ବ୍ୟୁରୋ : ପୋଲସରା ବିଧାନସଭା ଆସନ ହାତେଇବା ପାଇଁ ଚାଲିଛି ଲଢ଼େଇ । ଭୋଟ୍ ଦେଉଛନ୍ତି ଜନତା । ପୋଲସରା ବ୍ଳକ ଓ ବୁଗୁଡ଼ା ବ୍ଳକ ଏବଂ ପୋଲସରା ଓ ବୁଗୁଡା ଏନଏସିକୁ ନେଇ ପୋଲସରା ନିର୍ବାଚନ ମଣ୍ଡଳୀ ଗଠିତ । ବୁଗୁଡ଼ା ଓ ପୋଲସରା ବ୍ଳକ୍ ବିଜେଡ଼ି କବଜାରେ ରହିଥିବା ବେଳେ ବୁଗୁଡା ଓ ପୋଲସରା ଏନଏସି ମଧ୍ୟ ବିଜେଡ଼ି କବଜାରେ ରହିଛି । ଆସ୍କା ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ ଏହି ନିର୍ବାଚନ ମଣ୍ଡଳୀ । ୨୦୦୪ରେ ଗଠନ ହୋଇଥିଲା ପୋଲସରା ନିର୍ବାଚନ ମଣ୍ଡଳୀ । ଏଠାରେ ବିଜୁ ଜନତା ଦଳର ଦବଦବା ରହିଛି । ଏଯାଏଁ ୨ ଥର ନିର୍ବାଚନ ହୋଇଥିବା ବେଳେ ଦୁଇଥର ଯାକ ବିଜେଡି ବିଜୟ ଟୀକା ପିନ୍ଧିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ଶ୍ରୀକାନ୍ତ ସାହୁ
କଂଗ୍ରେସ: ହରିଚରଣ ସ୍ୱାଇଁ
ବିଜେପି: ଗୋକୁଳାନନ୍ଦ ମଲ୍ଲିକ

ବିଜେଡି: ଶ୍ରୀକାନ୍ତ ସାହୁ
- ବର୍ତମାନର ବିଧାୟକ
- ୨୦୧୪ରେ ୨୧ ହଜାରରୁ ଅଧିକ ଭୋଟରେ ବିଜୟୀ
- ପୂର୍ବଚନ ସରପଂଚ ଏବଂ ବ୍ଳକ୍ ଉପାଧ୍ୟକ୍ଷ

କଂଗ୍ରେସ: ହରିଚରଣ ସ୍ୱାଇଁ
- କଂଗ୍ରେସର ନୂଆ ଚେହେରା
- ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି

ବିଜେପି: ଗୋକୁଳାନନ୍ଦ ମଲ୍ଲିକ
- ୨୦୧୪ରେ କଂଗ୍ରେସ ଟିକେଟ୍ରୁ ଲଢିଥିଲେ
- ୨୧ ହଜାର ଭୋଟରେ ବିଜେଡିଠାରୁ ହାରିଥିଲେ
- ପୂର୍ବରୁ କଂଗ୍ରେସରୁ ବୁଗୁଡା ବ୍ଳକ୍ ଅଧ୍ୟକ୍ଷ
- ୩ ବର୍ଷ ତଳେ କଂଗ୍ରେସ ଛାଡି ବିଜେପିରେ ସାମିଲ

ମୁହାଁମୁହିଁ ପ୍ରାର୍ଥୀ
- ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି
- ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ଗତ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢି ହାରିଥିଲେ
- କଂଗ୍ରେସ ପ୍ରାର୍ଥୀ ହରିଚରଣ ସ୍ୱାଇଁ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୧ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୨ଲକ୍ଷ ୧୪ ହଜାର ୪୪
- ମତ ଦେଇଥିଲେ – ୧ ଲକ୍ଷ ୩୮ ହଜାର ୭୯୪
- ଭୋଟଦାନ ହାର – ୬୪.୮୪%

୨୦୧୪ର ଫଳାଫଳ
ପ୍ରାର୍ଥୀ                 ଦଳ                 ଭୋଟ               ପ୍ରତିଶତ             ଫଳାଫଳ
ଶ୍ରୀକାନ୍ତ ସାହୁ            ବିଜେଡି            ୬୬,୭୬୬            ୪୮.୧୦%           ବିଜୟୀ
ଗୋକୁଳାନନ୍ଦ ମଲ୍ଲିକ    କଂଗ୍ରେସ           ୪୫,୫୪୯            ୩୨.୮୨%           ପରାସ୍ତ
କୁମୁଦୁନି ପଟ୍ଟନାୟକ     ବିଜେପି            ୧୮,୪୬୭            ୧୩.୩୧%           ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଶ୍ରୀକାନ୍ତ ସାହୁ
ଦଳ - ବିଜେଡି
ଭୋଟ - ୬୬,୭୬୬
ପ୍ରତିଶତ - ୪୮.୧୦%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - କୁମୁଦୁନି ପଟ୍ଟନାୟକ
ଦଳ - ବିଜେପି
ଭୋଟ - ୧୮,୪୬୭
ପ୍ରତିଶତ - ୧୩.୩୧%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଗୋକୁଳାନନ୍ଦ ମଲ୍ଲିକ
ଦଳ - କଂଗ୍ରେସ
ଭୋଟ - ୪୫,୫୪୯
ପ୍ରତିଶତ - ୩୨.୮୨%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ଶ୍ରୀକାନ୍ତ ସାହୁ ବିଜୟୀ ହୋଇଥିଲେ
- ୬୬ ହଜାର ୭୬୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ପରାସ୍ତ କରିଥିଲେ
- ୨୧ ହଜାର ୨୧୭ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୮ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୧୨ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୭ ହଜାର ୨୬୬
- ମତ ଦେଇଥିଲେ – ୧ ଲକ୍ଷ ୧୨ ହଜାର ୫୪୩
- ଭୋଟଦାନ ହାର – ୫୭.୨୮%

୨୦୦୯ର ଫଳାଫଳ
ପ୍ରାର୍ଥୀ                        ଦଳ             ଭୋଟ            ପ୍ରତିଶତ          ଫଳାଫଳ
ନିରଜଂନ ପ୍ରଧାନ             ବିଜେଡି         ୫୫୧୯୩         ୪୯.୦୪%          ବିଜୟୀ
ରାମକୃଷ୍ଣ ପଟ୍ଟନାୟକ         କଂଗ୍ରେସ       ୪୩ ୮୭୧         ୩୮.୯୮%          ପରାସ୍ତ
ଜୟନ୍ତୀ ପଡ଼ିଆରି              ବିଜେପି        ୫୬୦୪             ୪.୯୮%            ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ନିରଜଂନ ପ୍ରଧାନ
ଦଳ - ବିଜେଡି
ଭୋଟ - ୫୫୧୯୩
ପ୍ରତିଶତ - ୪୯.୦୪%
ଫଳାଫଳ - ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଜୟନ୍ତୀ ପଡ଼ିଆରି
ଦଳ - ବିଜେପି
ଭୋଟ - ୫୬୦୪
ପ୍ରତିଶତ - ୪.୯୮%
ଫଳାଫଳ - ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ରାମକୃଷ୍ଣ ପଟ୍ଟନାୟକ
ଦଳ - କଂଗ୍ରେସ
ଭୋଟ - ୪୩ ୮୭୧
ପ୍ରତିଶତ - ୩୮.୯୮%
ଫଳାଫଳ - ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ନିରଂଜନ ପ୍ରଧାନ ବିଜୟୀ ହୋଇଥିଲେ
- ୫୫ ହଜାର ୧୯୩ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ରାମକୃଷ୍ଣ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ
- ୧୧ ହଜାର ୩୨୨ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
- ୨୦୧୪ରେ ସମସ୍ତ ଦଳୀୟ ପ୍ରାର୍ଥୀ ବଦଳିଥିଲେ
- ନିରଂଜନ ପ୍ରଧାନଙ୍କ ସ୍ଥାନରେ ଶ୍ରୀକାନ୍ତ ସାହୁଙ୍କୁ ପ୍ରାର୍ଥୀ କରି ଜିତିଥିଲା ବିଜେଡି
- ଜୟନ୍ତୀ ପଡିଆରୀଙ୍କ ବଦଳରେ କୁମୁଦୁନୀ ପଟ୍ଟନାୟକଙ୍କୁ ବିଜେପି ପ୍ରାର୍ଥୀ କରିଥିଲା
- ରାମକୃଷ୍ଣ ପଟ୍ଟନାୟକଙ୍କ ସ୍ଥାନରେ ଗୋକୁଳାନନ୍ଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ