ପାରାଦୀପରେ କାହା ମୁଣ୍ଡରେ ସାଜିବ ପଗଡ଼ି ? ଭୋଟରଙ୍କ ହାତରେ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ . . . .

93

କନକ ବ୍ୟୁରୋ : ଭୋଟ ଦେଉଛି ପାରାଦୀପ । ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଏବ ଭୋଟରଙ୍କ ହାତରେ । ୨୦୦୯ରେ ଗଠିତ ଏହି ନିର୍ବାଚନ ମଣ୍ଡଳୀ ଜଗତସିଂହପୁର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ । ୨୦୦୯ ଏବଂ ୨୦୧୪ରେ ବିଜେଡିର ଦାମୋଦର ରାଉତ ଏଠାରେ ବିଧାୟକ ଥିଲେ ।

୨୦୧୯ର ଲଢେଇ
ବିଜେଡି: ସମ୍ବିତ ରାଉତରାୟ
କଂଗ୍ରେସ: ଅରିନ୍ଦମ ସର୍ଖେଲ
ବିଜେପି: ସମ୍ପତ ସ୍ୱାଇଁ

ବିଜେଡି: ସମ୍ବିତ ରାଉତରାୟ
– ବିଜେଡି ସାଧାରଣ ସମ୍ପାଦକ
– ପ୍ରଥମଥର ବିଧାନସଭା ପ୍ରାର୍ଥୀ
– ଯୁବ ନେତା ଓ ସଂଗଠକ
– ୭ଥର ବିଧାୟକ ତଥା ମନ୍ତ୍ରୀ ଦାମୋଦର ରାଉତଙ୍କ ପୁଅ

କଂଗ୍ରେସ: ଅରିନ୍ଦମ ସର୍ଖେଲ
– ୨୦୧୪ରେ ପରାଜିତ
– ଦ୍ୱିତୀୟଥର ପାଇଁ ପ୍ରାର୍ଥୀ
– ପାରାଦୀପର ଠିକାଦାର

ବିଜେପି: ସମ୍ପଦ ସ୍ୱାଇଁ
– ବ୍ୟବସାୟୀରୁ ରାଜନୀତି
– ପାରାଦୀପର ଠିକାଦାର
– ୨୦୧୪ରେ ବିଜେପିରେ ସାମିଲ
– ପ୍ରଥମଥର ନିର୍ବାଚନ ଲଢୁଛନ୍ତି

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୯ ହଜାର ୭୦୮
– ମତ ଦେଇଥିଲେ – ୧ ଲକ୍ଷ ୪୪ ହଜାର ୦୫୫
– ଭୋଟଦାନ ହାର – ୭୫.୯୪%

୨୦୧୪ର ଫଳାଫଳ
ପ୍ରାର୍ଥୀ                     ଦଳ                   ଭୋଟ              ପ୍ରତିଶତ              ଫଳାଫଳ
ଦାମୋଦର ରାଉତ     ବିଜେଡି          ୮୫,୨୦୬            ୫୯.୧୫%            ବିଜୟୀ
ଅରିନ୍ଦମ ସର୍ଖେଲ       କଂଗ୍ରେସ        ୪୬,୬୦୬             ୩୨.୩୫%            ପରାସ୍ତ
ଦୀପ୍ତିରେଖା ନାୟକ     ବିଜେପି         ୫,୮୩୨               ୪.୦୫%                ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଦାମୋଦର ରାଉତ ନିର୍ବାଚନ ଜିତିଥିଲେ
– ୮୫ ହଜାର ୨୦୬ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କୁ ପରାସ୍ତ କରିଥିଲେ
– ୩୮ ହଜାର ୬୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୭ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

Comments are closed.