କନକ ବ୍ୟୁରୋ :   ନିମାପଡା ବ୍ଳକ୍ ଏବଂ ଗୋପ ବ୍ଳକ୍ର ୧୪ଟି ପଂଚାୟତକୁ ନେଇ ଗଠିତ ନିମାପଡ଼ା ନିର୍ବାଚନ ମଣ୍ଡଳୀ । ଜଗତସିଂହପୁର ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ ଏହି ନିର୍ବାଚନ ମଣ୍ଡଳୀ ୧୯୬୧ରେ ଗଠିତ ହୋଇଥିଲା । ବିଜେପିର ବାଇଧର ମଲ୍ଲିକ ୨ଥର ବିଧାୟକ( ୨୦୦୦ ଏବଂ ୨୦୦୪ ) ରହିଛନ୍ତି । ସେହିପରି ବିଜେଡିରୁ ସମୀର ରଂଜନ ଦାସ ୨ଥର ବିଧାୟକ ( ୨୦୦୯ ଏବଂ ୨୦୧୪ ) ଆସନ ଦଖଲ କରିଛନ୍ତି । ଅନ୍ୟପଟେ କଂଗ୍ରେସରୁ ରବିନ୍ଦ୍ର କୁମାର ସେଠୀ ୩ଥର ବିଧାୟକ ( ୧୯୮୦, ୧୯୮୫, ୧୯୯୫ ) ଆସନ ଅକ୍ତିଆର କରିଥିଲେ ।

Advertisment

୨୦୧୯ର ଲଢେଇ

ବିଜେଡି: ସମୀର ରଞ୍ଜନ ଦାସ

କଂଗ୍ରେସ: ଦିଲ୍ଲୀପ ନାୟକ

ବିଜେପି: ପ୍ରଭାତି ପରିଡା

ବିଜେଡି: ସମୀର ରଞ୍ଜନ ଦାସ

- ୨ଥର ବିଧାୟକ ( ୨୦୦୯ ଓ ୨୦୧୪ )

- ବିଜେଡି ମୁଖପାତ୍ର

- ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

- ଦୃଢ ସଂଗଠକ

କଂଗ୍ରେସ: ଦିଲ୍ଲୀପ ନାୟକ

- ସମାଜସେବୀ

- ଗୋପ ନବନିର୍ମାଣ ପରିଷଦ ପ୍ରତିଷ୍ଠାତା

- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

- ସତ୍ୟବ୍ରତ ପାତ୍ର ଟିକେଟ୍ ଫେରାଇବା ପରେ ପ୍ରାର୍ଥୀ

ବିଜେପି: ପ୍ରଭାତି ପରିଡା

- ତୃତୀୟଥର ପାଇଁ ନିର୍ବାଚନ ଲଢୁଛନ୍ତି

- ୨୦୦୯ରେ ପରାଜିତ ( ସ୍ୱାଧୀନ ପ୍ରାର୍ଥୀ )

- ୨୦୧୪ରେ ପରାଜିତ ( ବିଜେପି ପ୍ରାର୍ଥୀ )

- ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ

୨୦୧୪ର ଲଢେଇ

- ମୈଦାନରେ ଥିଲେ ମୋଟ ୮ ପ୍ରାର୍ଥୀ

- ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୨୧ ହଜାର ୦୨୧

- ମତ ଦେଇଥିଲେ – ୧ ଲକ୍ଷ ୬୮ ହଜାର ୪୫୦

- ଭୋଟଦାନ ହାର – ୭୬.୨୧%

୨୦୧୪ର ଫଳାଫଳ

ପ୍ରାର୍ଥୀ                              ଦଳ          ଭୋଟ        ପ୍ରତିଶତ        ଫଳାଫଳ

ସମୀର ରଞ୍ଜନ ଦାସ            ବିଜେଡି       ୮୬୯୫୮  ୫୧.୬୨%    ବିଜୟୀ

ବିଶ୍ୱରଞ୍ଜନ ମହାନ୍ତି              କଂଗ୍ରେସ     ୨୦,୭୪୮  ୧୨.୩୨%    ପରାସ୍ତ

ପ୍ରଭାତୀ ପରିଡ଼ା                ବିଜେପି      ୫୭,୩୨୧   ୩୪.୦୩%    ପରାସ୍ତ

କିଏ ମାରିଥିଲା ବାଜି?

- ବିଜେଡିର  ସମୀର ରଞ୍ଜନ ଦାସ ନିର୍ବାଚନ ଜିତିଥିଲେ

- ୮୬ ହଜାର ୯୫୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ

- ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ାଙ୍କୁ ପରାସ୍ତ କରିଥିଲେ

- ୨୯ ହଜାର ୬୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ

- ୫ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ