କିଏ ହେବ ଅର୍ଥମନ୍ତ୍ରୀ ? ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱ ?

600

କନକ ବ୍ୟୁରୋ : ଆସନ୍ତାକାଲି କେନ୍ଦ୍ରରେ ମୋଦି ସରକାରଙ୍କ ଶପଥଗ୍ରହଣ ଉତ୍ସବ । ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । କ୍ରମାଗତ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେବେ ନରେନ୍ଦ୍ର ମୋଦି । ମୋଦିଙ୍କ ମନ୍ତ୍ରିମଣ୍ଡଳ ନେଇ ଚିତ୍ର ଏଯାଏଁ ସ୍ପଷ୍ଟ ହୋଇପାରିନି । ତେବେ ମୋଦି କ୍ୟାବିନେଟରେ କାହାକୁ ମିଳିବ ସ୍ଥାନ ତାକୁ ନେଇ ଜୋର ଧରିଛି ଆକଳନ ।  ଦଳର ବରିଷ୍ଠ ନେତା ତଥା ବିଗତ ସରକାରରେ ଅର୍ଥମନ୍ତ୍ରୀ ପଦ ସମ୍ଭାଳିଥିବା ଅରୁଣ ଜେଟଲୀ ଚଳିତ ସରକାରରେ ମନ୍ତ୍ରୀ ନହେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ମୋଦି ମନ୍ତ୍ରିମଣ୍ଡଳରେ କୌଣସି ଦାୟିତ୍ୱ ଗ୍ରହଣ କରିବା ପାଇଁ ମନା କରିଦେଇଛନ୍ତି । ଏପରିସ୍ଥଳେ ଜାତୀୟ ରାଜନୀତିରେ ଅର୍ଥମନ୍ତ୍ରୀ ପଦକୁ ନେଇ ବିଭିନ୍ନ ଆକଳନ କରାଯାଉଛି ।

ଅର୍ଥମନ୍ତ୍ରୀ ପଦ କାହାକୁ ଦିଆଯିବ ବୋଲି ଚର୍ଚ୍ଚା କରାଯାଉଛି । ପୀୟୁଷ ଗୋଏଲଙ୍କୁ ଅର୍ଥମନ୍ତ୍ରୀ ପନ ସମ୍ଭାଳିବେ ନାଁ ମୋଦି ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିବ ସେନେଇ ସମେସ୍ତ ଅନେଇ ବସିଛନ୍ତି । ଆଗାମୀ ଅର୍ଥ ମନ୍ତ୍ରୀ ପଦ ପାଇଁ ପୀୟୁଷ ଗୋଏଲଙ୍କ ନାଁ ସର୍ବାଗେ ଆସୁଛି । କାରଣ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଅରୁଣ ଜେଟଲୀଙ୍କ ଅସୁସ୍ଥତା କାରଣ ଯୋଗୁଁ ତାଙ୍କୁ ସମ୍ଭାଳିବାକୁ ପଡ଼ିଥିଲା । ମୋଦି ସରକାରଙ୍କ ଶେଷ ବଜେଟ୍ ଉପସ୍ଥାପନ କରିଥିଲେ ପୀୟୂଷ ଗୋଏଲ୍ ।

ପୀୟୁଷ ଗୋଏଙ୍କ ନାଁ ପ୍ରଥମରେ ଥିଲେ ହେଁ ଅର୍ଥମନ୍ତ୍ରୀ କିଏ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଉ କିଛି ନାମ ମଧ୍ୟ ସାମ୍ନାକୁ ଆସୁଛି । ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଅର୍ଥମନ୍ତ୍ରୀ ପଦ ସରକାରରେ ଦ୍ୱିତୀୟ ସ୍ଥାନର ପଦ ବୋଲି କୁହାଯାଏ । ଏହି ରେସରେ ନିର୍ମଳ ସୀଥାରମଣ ମଧ୍ୟ ଅଛନ୍ତି । ଏବେ ତାଙ୍କ ପାଖର ରକ୍ଷା ମନ୍ତ୍ରାଳୟ ଥିବାବେଳେ ତାଙ୍କୁ ଅର୍ଥ ମନ୍ତ୍ରୀ ଦାୟିତ୍ୱ ଦିଆଯାଇପାରେ ବୋଲି ମଧ୍ୟ ଆକଳନ କରାଯାଇଛି ।