କନକ ବ୍ୟୁରୋ : ଖଲ୍ଲିକୋଟ ବ୍ଳକ୍, ଖଲ୍ଲିକୋଟ ଏନଏସି ଏବଂ ପୁରୁଷତ୍ତୋମପୁର ବ୍ଳକର ୧୦ଟି ଗ୍ରାମ ପଂଚାୟତକୁ ନେଇ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଗଠିତ । ଖଲ୍ଲିକୋଟ ବ୍ଳକ୍, ଖଲ୍ଲିକୋଟ ଏନ୍ଏସି ଏବଂ ପୁରୁଷତମପୁର ବ୍ଳକ୍ ବିଜେଡି ଦଖଲରେ ରହିଛି । ଅନୁସୂଚିତ ଜାତି ବର୍ଗ ପାଇଁ ଆସନ ସଂରକ୍ଷିତ ରହିଛି । ଆସ୍କା ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ ଖଲ୍ଲିକୋଟ ବିଧାନସଭା ଆସନ । ୧୯୫୧ରେ ଗଠନ ହୋଇଥିଲା ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରୁ ଭି. ସୁଜ୍ଞାନ କୁମାରୀ ଦେଓ ୭ ଥର ବିଧାୟିକା ହୋଇଛନ୍ତି । ପୂର୍ଣ୍ଣଚନ୍ଦ୍ର ସେଠୀ ୨୦୦୯ ଏବଂ ୨୦୧୪ରେ ଦୁଇଥର ବିଧାୟକ ହୋଇଥିଲେ ।
୨୦୧୯ର ଲଢେଇ
ବିଜେଡି: କେ. କେ. ସୂର୍ଯ୍ୟମଣୀ ବୈଦ୍ୟ
କଂଗ୍ରେସ: ଭୋକାଳି ସେଠୀ
ବିଜେପି: ଭାରତୀ ବେହେରା
ବିଜେଡି: କେ. କେ. ସୂର୍ଯ୍ୟମଣୀ ବୈଦ୍ୟ
- ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
- ସମିତି ସଭ୍ୟ ଅଛନ୍ତି
- ସ୍ୱାମୀ ମଧ୍ୟ ଖଲିକୋଟରେ ସମିତିସଭ୍ୟ
କଂଗ୍ରେସ: ଭୋକାଳି ସେଠୀ
- ବରିଷ୍ଠ କଂଗ୍ରେସ ନେତା
- ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି
- ପୂର୍ବରୁ କୌଣସି ପ୍ରକାରର ନିର୍ବାଚନ ଲଢିନାହାଁନ୍ତି
ବିଜେପି: ଭାରତୀ ବେହେରା
- ବିଜେପିର ନୂଆ ଚେହେରା
- ପ୍ରଥମ ଥର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ
- ସ୍ୱାମୀ ଅନୀଲ ପଣ୍ଡା ବିଜେପିର ବରିଷ୍ଠ ନେତା
ମୈଦାନରେ ମହିଳା ପ୍ରାର୍ଥୀ
- କେ. କେ. ସୂର୍ଯ୍ୟମଣୀ ବୈଦ୍ୟ (ବିଜେଡି)
- ଭାରତୀ ବେହେରା ( ବିଜେପି )
ମୁହାଁମୁହିଁ ପ୍ରାର୍ଥୀ
- ଖଲିକୋଟ ମୈଦାନରେ ତିନି ଦଳର ନୂଆ ପ୍ରାର୍ଥୀ
- ବିଜେପି ଓ ବିଜେଡି ଦେଇଛନ୍ତି ମହିଳା ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ କେ. କେ. ସୂର୍ଯ୍ୟମଣୀ ବୈଦ୍ୟ ସମିତି ସଭ୍ୟ ଥିଲେ
- କଂଗ୍ରେସ ପ୍ରାର୍ଥୀ ଭୋକାଳୀ ସେଠୀ ନିର୍ବାଚନରେ ନୂଆ ମୁହଁ
- ଅନୁସୂଚିତ ଜାତିଙ୍କ ପାଇଁ ଆସନ ସଂରକ୍ଷିତ ଥିବାରୁ ବିଜେପି, ବରିଷ୍ଠ ନେତା ଅନୀଲ ପଣ୍ଡାଙ୍କ ପତ୍ନୀ ଭାରତୀ ବେହେରାଙ୍କୁ ପ୍ରାର୍ଥୀ କରିଛି
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୭ ହଜାର ୭୧୧
- ମତ ଦେଇଥିଲେ – ୧ ଲକ୍ଷ ୨୫ ହଜାର ୭୪୫
- ଭୋଟଦାନ ହାର – ୬୩.୬୦%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡି ୭୮୮୪୫ ୬୨.୭୦% ବିଜୟୀ
ପାଣ୍ଡବ ଜାଲି କଂଗ୍ରେସ ୨୧୬୫୧ ୧୭.୨୨% ପରାସ୍ତ
ଶରତ ଚନ୍ଦ୍ର ବେହେରା ବିଜେପି ୧୫୩୮୨ ୧୨.୨୩% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ପୂର୍ଣ୍ଣଚନ୍ଦ୍ର ସେଠୀ
ଦଳ - ବିଜେଡି
ଭୋଟ - ୭୮୮୪୫
ପ୍ରତିଶତ - ୬୨.୭୦%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଶରତ ଚନ୍ଦ୍ର ବେହେରା
ଦଳ - ବିଜେପି
ଭୋଟ - ୧୫୩୮୨
ପ୍ରତିଶତ - ୧୨.୨୩%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ପାଣ୍ଡବ ଜାଲି
ଦଳ - କଂଗ୍ରେସ
ଭୋଟ - ୨୧୬୫୧
ପ୍ରତିଶତ - ୧୭.୨୨%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ ହୋଇଥିଲେ
- ୭୮ ହଜାର ୮୪୫ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ପାଣ୍ଡବ ଜାଲିଙ୍କୁ ପରାସ୍ତ କରିଥିଲେ
- ୫୭ହଜାର ୧୯୪ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୩ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୯ ହଜାର ୪୫୦
- ମତ ଦେଇଥିଲେ – ୯୫ ହଜାର ୯୨୮
- ଭୋଟଦାନ ହାର – ୫୩.୪୬%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ପୂର୍ଣ୍ଣଚନ୍ଦ୍ର ସେଠୀ ବିଜେଡି ୬୫୨୯୯ ୬୮.୦୭% ବିଜୟୀ
କାଶୀନାଥ ବେହେରା କଂଗ୍ରେସ ୨୦୬୭୦ ୨୧.୫୫% ପରାସ୍ତ
ମୀନା କୁମାରୀ ଟହଲ ବିଜେପି ୩୫୨୦ ୩.୬୭% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ପୂର୍ଣ୍ଣଚନ୍ଦ୍ର ସେଠୀ
ଦଳ - ବିଜେଡି
ଭୋଟ - ୬୫୨୯୯
ପ୍ରତିଶତ - ୬୮.୦୭%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ମୀନା କୁମାରୀ ଟହଲ
ଦଳ - ବିଜେପି
ଭୋଟ - ୨୦୬୭୦
ପ୍ରତିଶତ - ୩.୬୭%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - କାଶୀନାଥ ବେହେରା
ଦଳ - କଂଗ୍ରେସ
ଭୋଟ - ୪୦,୮୭୦
ପ୍ରତିଶତ - ୨୧.୫୫%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ପୂର୍ଣ୍ଣଚନ୍ଦ୍ର ସେଠୀ ବିଜୟୀ ହୋଇଥିଲେ
- ୬୫ ହଜାର ୨୯୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ କାଶୀନାଥ ବେହେରାଙ୍କୁ ପରାସ୍ତ କରିଥିଲେ
- ୪୪ ହଜାର ୬୨୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ବିଜେପି ପ୍ରାର୍ଥୀଙ୍କ ସମେତ ୪ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳିଥିଲେ ।
- ବିଜେପି, ମୀନା କୁମାରୀ ଟହଲଙ୍କ ସ୍ଥାନରେ ଶରତ ଚନ୍ଦ୍ର ବେହେରାଙ୍କୁ ପ୍ରାର୍ଥୀ କରିଥିଲା
- କାଶୀନାଥ ବେହେରାଙ୍କ ସ୍ଥାନରେ ପାଣ୍ଡବ ଜାଲି କଂଗ୍ରେସ ପ୍ରାର୍ଥୀ ହୋଇଥିଲେ
- ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଟିକେଟ୍ ଦେଇ ଜିତିଥିଲା ବିଜେଡି
- ୫୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ପୂର୍ଣ୍ଣଚନ୍ଦ୍ର ସେଠୀ