କନକ ବ୍ୟୁରୋ : ୧୯୫୧ରେ ଗଠନ ହୋଇଥିଲା ଅନୁଗୁଳ ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଢେଙ୍କାନାଳ ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ । ଅନଗୁଳ, ନାଲକୋନଗର, ଅନଗୁଳ ବ୍ଳକର ୨୩ଟି ପଂଚାୟତ ଏବଂ ବଅଁରପାଳ ବ୍ଳକର ୧୩ଟି ପଂଚାୟତକୁ ନେଇ ଅନଗୁଳ ନିର୍ବାଚନମଣ୍ଡଳୀ ଗଠିତ । ଏଠାରେ କଂଗ୍ରେସ ଓ ବିଜେଡିର ଦବଦବା ରହିଛି ।

Advertisment

୨୦୧୯ର ଲଢେଇ
ବିଜେଡି: ରଜନୀକାନ୍ତ ସିଂ
କଂଗ୍ରେସ: ବିପ୍ଳବ ଜେନା
ବିଜେପି: ପ୍ରତାପ ପ୍ରଧାନ

୨୦୧୯--ବିଜେଡି: ରଜନୀକାନ୍ତ ସିଂ
- ୩ଥର ବିଧାୟକ
- ପୂର୍ବତନ ମନ୍ତ୍ରୀ ( ଖଣି )
- ପୂର୍ବତନ ମନ୍ତ୍ରୀଙ୍କ ପୁଅ
- ବରିଷ୍ଠ ନେତା ତଥା ସଂଗଠକ

୨୦୧୯-- କଂଗ୍ରେସ: ବିପ୍ଳବ ଜେନା
- ଜିଲ୍ଲା କଂଗ୍ରେସ ସଭାପତି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି
- ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପୁଅ

୨୦୧୯--ବିଜେପି: ପ୍ରତାପ ପ୍ରଧାନ
- ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି
- ୨୦୧୪ରେ କଂଗ୍ରେସରୁ ଲଢି ପରାଜିତ
- କଂଗ୍ରେସରୁ ବିଜେପିରେ ସାମିଲ

ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂ ତିନି ଥରର ବିଧାୟକ ଏବଂ ମନ୍ତ୍ରୀ ରହିସାରିଛନ୍ତି

- ଅନଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କୁ ପ୍ରଥମଥର ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ

- ୨୦୧୪ରେ କଂଗ୍ରେସରୁ ଲଢି ପରାଜିତ ହେବା ପରେ ଦଳରେ ସାମିଲ ହୋଇ ବିଜେପି ଟିକେଟ୍ ପାଇଛନ୍ତି ପ୍ରତାପ ପ୍ରଧାନ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୯ ହଜାର ୬୬୧
- ମତ ଦେଇଥିଲେ – ୧ ଲକ୍ଷ ୫୧ ହଜାର ୧୯୨
- ଭୋଟଦାନ ହାର – ୭୫.୭୨%

୨୦୧୪ର ଫଳାଫଳ
ପ୍ରାର୍ଥୀ                      ଦଳ                  ଭୋଟ         ପ୍ରତିଶତ                ଫଳାଫଳ
ରଜନୀକାନ୍ତ ସିଂ          ବିଜେଡି            ୭୨,୩୭୯     ୪୭.୮୭%          ବିଜୟୀ
ପ୍ରତାପ ଚନ୍ଦ୍ର ପ୍ରଧାନ      କଂଗ୍ରେସ           ୫୨,୦୩୬    ୩୪.୪୨%          ପରାସ୍ତ
ମୀନକେତନ ଅମାନ୍ତ     ବିଜେପି            ୧୯,୯୪୮      ୧୩.୧୯%           ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡ଼ିର ରଜନୀକାନ୍ତ ସିଂ ନିର୍ବାଚନ ଜିତିଥିଲେ
- ୭୨ ହଜାର ୩୭୯ ଖଣ୍ଡ ଭୋଟ ପାଇଥିଲେ ବିଜେଡ଼ି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁୁ ପରାସ୍ତ କରିଥିଲେ
- ୨୦ ହଜାର ୩୪୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ