ଜେ.ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ସଭାପତି : ଅମିତ ଶାହ କେନ୍ଦ୍ରମନ୍ତ୍ରୀ ହେଲେ ୨ ନେତାଙ୍କ ମଧ୍ୟରୁ ଜଣକୁ ମୁଖିଆ ପଦ ମିଳିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର

849

କନକ ବ୍ୟୁରୋ : ବିଜେପି ସଭାପତି ଅମିତ ଶାହ କେନ୍ଦ୍ରରେ ମନ୍ତ୍ରୀ ହେଲେ ଜେ.ପି.ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନ ହୋଇପାରନ୍ତି ବିଜେପି ସଭାପତି । ଜାତୀୟ ଗଣମାଧ୍ୟମରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅମିତ ଶାହ ମୋଦିଙ୍କ ନୂଆ କ୍ୟାବିନେଟରେ ସାମିଲ ହୋଇପାରନ୍ତି । ଏହାହେଲେ ବିଜେପିରେ ଜଣେ ବ୍ୟକ୍ତି-ଜଣେ ପଦ ଆଧାରରେ ବିଜେପିକୁ ନୂଆ ସଭାପତି ବାଛିବାକୁ ହେବ । ଏଭଳି ସ୍ଥିତିେରେ ଅମିତ ଶାହ କେନ୍ଦ୍ରମନ୍ତ୍ରୀ ହେଲେ ବିଜେପି ନୂଆ ସଭାପତି ପାଇବ । ଆଉ ଏହି ଦାୟିତ୍ୱ ଜେ.ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିପାରେ ।

ନରେନ୍ଦ୍ର ମୋଦିଙ୍କ ଅତି ବିଶ୍ୱସ୍ତ ଅମିତ ଶାହ ବିଜେପି ସଭାପତି ହେବା ପରେ ଦଳକୁ ସଫଳତାର ନୂଆ ଶିଖରରେ ପହଂଚାଇଛନ୍ତି । ଏବେ ଦ୍ୱିତୀୟ ଥର ଲାଗି ବିଜେପିକୁ କେନ୍ଦ୍ରରେ କ୍ଷମତାକୁ ଆଣିବାରେ ଅମିତ ଶାହଙ୍କ ପ୍ରମୁଖ ଭୂମିକା ରହିଛି । ତେଣୁ ମୋଦି ବର୍ତମାନ ଶାହଙ୍କୁ କେନ୍ଦ୍ରମନ୍ତ୍ରୀ କରି ନୂଆ ଦାୟିତ୍ୱ ଦେବାକୁ ଚାହିୁଁଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କଲେ ଅମିତ ଶାହଙ୍କୁ ଏହି ମନ୍ତ୍ରଣାଳୟ ମିଳିପାରେ । ସମ୍ଭାବ୍ୟ କେନ୍ଦ୍ରମନ୍ତ୍ରିମଣ୍ଡଳ ନେଇ ବିଜେପିର ଆଭ୍ୟନ୍ତରୀଣ ମହଲରେ ଜୋରଦାର ଆଲୋଚନା ଚାଲିଛି ।

ଏଭଳି ସ୍ଥଳେ ପୂର୍ବ ଅଂଚଳରୁ ଜଣକୁ ବିଜେପି ସଭାପତି ଦାୟିତ୍ୱ ଦିଆଯାଇପାରେ ବୋଲି ଆଲୋଚନା ହେଉଛି । ପଶ୍ଚିମବଙ୍ଗ , ଓଡିଶା ଓ ଉତର-ପୂ ର୍ବରେ ବିଜେପି ନିଜ ସ୍ଥିତି ମଜଭୁତ କରିବାକୁ ଚାହୁଁଥିବାରୁ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଆଲୋଚନାକୁ ନିଆଯାଇପାରେ । ଏହାଛଡା ଜେପି ନଡ୍ଡାଙ୍କ ନାଁକୁ ବି ଚର୍ଚ୍ଚାକୁ ନିଆଯାଇପାରେ ବୋଲି ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛନ୍ତି ।