ବରଗଡ଼ ବିଧାନସଭାରେ କିଏ ଉଡ଼ାଇବ ବିଜୟ ଧ୍ୱଜା ? ଭୋଟ୍ ଦେଇ ବିଧାୟକ ବାଛୁଛନ୍ତି ଭୋଟର

61

କନକ ବ୍ୟୁରୋ : ବରଗଡ ବ୍ଳକ୍ ଏବଂ ବରପାଲି ବ୍ଳକର କିଛି ଅଂଚଳକୁ ନେଇ ବରଗଡ ନିର୍ବାଚନ ମଣ୍ଡଳୀ ଗଠିତ । ୧୯୫୧ରେ ଗଠନ ହୋଇଥିଲା ବରଗଡ ନିର୍ବାଚନମଣ୍ଡଳୀ । ୨୦୦୦ରେ ବିଜେଡି ପ୍ରଥମଥର ପାଇଁ ବରଗଡ଼ରେ ଗଡ଼ ଅକ୍ତିଆର କରିଥିଲା । ଜନତା ଦଳରୁ ପ୍ରସନ୍ନ ଆଚାର୍ଯ୍ୟ ୨ଥର ବିଧାୟକ ହୋଇଥିବା ବେଳେ ବିଜେଡିରୁ ଆନନ୍ଦ ଆଚାର୍ଯ୍ୟ ଏହି ନିର୍ବାଚନ ମଣ୍ଡଳୀରୁ ୨ଥର ବିଧାୟକ ହୋଇଛନ୍ତି । ଅନ୍ୟପଟେ ୨୦୦୯ ନିର୍ବାଚନରେ କଂଗ୍ରେସର ସାଧୁ ନେପାକ ବିଜୟୀ ହୋଇଥିଲେ ।

୨୦୧୯ର ଲଢେଇ
ବିଜେଡି: ଦେବେଶ ଆଚାର୍ଯ୍ୟ
କଂଗ୍ରେସ: ନିପନ ଦାସ
ବିଜେପି: ଅଶ୍ୱୀନି ଷଡଙ୍ଗୀ

ବିଜେଡି: ଦେବେଶ ଆଚାର୍ଯ୍ୟ
– ୨୦୧୪ରେ ବିଧାୟକ
– ଛାତ୍ର ନେତା ଏବଂ ପୂର୍ବତନ ଜିଲ୍ଲା ସଭାପତି
– ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଆନନ୍ଦ ଆଚାର୍ଯ୍ୟଙ୍କ ପୁଅ
– ରାଜ୍ୟସଭା ସାଂସଦ ଏବଂ ବରଗଡ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପୁତୁରା

କଂଗ୍ରେସ: ନିପନ ଦାସ
– ବାର୍ ଆସୋସିଏସନ୍ ସମ୍ପାଦକରୁ ରାଜନୀତି
– ପୂର୍ବତନ ବରଗଡ ଜିଲ୍ଲା ସଭାପତି
– ପ୍ରଥମଥର ବିଧାନସଭା ପ୍ରାର୍ଥୀ

ବିଜେପି: ଅଶ୍ୱୀନି ଷଡଙ୍ଗୀ
– ରାଜ୍ୟ ବିଜେପି ଉପସଭାପତି
– ୨୦୧୪ ନିର୍ବାଚନରେ ପରାଜିତ
– ଦ୍ୱିତୀୟ ଥର ପାଇଁ ବିଧାନସଭା ପ୍ରାର୍ଥୀ

ମୁହାଁମୁହିଁ ପ୍ରାର୍ଥୀ
– ୨୦୧୪ର ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ପୁଣି ପ୍ରାର୍ଥୀ କରିଛି ବିଜେଡି
– କଂଗ୍ରେସ ପ୍ରାର୍ଥୀ ନିପନ ଦାସ ପ୍ରଥମଥର ପାଇଁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି
– ୨୦୧୪ରେ ନିର୍ବାଚନ ଲଢି ହାରିଥିବା ଅଶ୍ୱୀନୀ ଷଡଙ୍ଗୀ ପୁଣି ବିଜେପି ପ୍ରାର୍ଥୀ ହୋଇଛନ୍ତି

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୯୮ ହଜାର ୬୭୨
– ମତ ଦେଇଥିଲେ – ୧ ଲକ୍ଷ ୪୫ ହଜାର ୯୧୯
– ଭୋଟଦାନ ହାର – ୭୩.୪୫%

୨୦୧୪ର ଫଳାଫଳ
ପ୍ରାର୍ଥୀ                           ଦଳ            ଭୋଟ              ପ୍ରତିଶତ               ଫଳାଫଳ
ଦେବେଶ ଆଚାର୍ଯ୍ୟ           ବିଜେଡି      ୫୯,୩୫୦        ୪୦.୬୭%           ବିଜୟୀ
ସାଧୁ ନେପାକ                କଂଗ୍ରେସ    ୪୬,୧୪୬        ୩୧.୬୨%            ପରାସ୍ତ
ଅଶ୍ୱିନୀ କୁମାର ଷଡଙ୍ଗୀ      ବିଜେପି     ୨୨,୭୦୭        ୧୫.୫୬%            ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଦେବେଶ ଆଚାର୍ଯ୍ୟ
ଦଳ – ବିଜେଡି
ଭୋଟ – ୫୯,୩୫୦
ପ୍ରତିଶତ – ୪୦.୬୭%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ଅଶ୍ୱିନୀ କୁମାର ଷଡଙ୍ଗୀ
ଦଳ – ବିଜେପି
ଭୋଟ – ୨୨,୭୦୭
ପ୍ରତିଶତ – ୧୫.୫୬%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସାଧୁ ନେପାକ
ଦଳ – କଂଗ୍ରେସ
ଭୋଟ – ୪୬,୧୪୬
ପ୍ରତିଶତ – ୩୧.୬୨%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ଦେବେଶ ଆଚାର୍ଯ୍ୟ ନିର୍ବାଚନ ଜିତିଥିଲେ
– ୫୯ ହଜାର ୩୫୦ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ସାଧୁ ନେପାକଙ୍କୁ ପରାସ୍ତ କରିଥିଲେ
– ୧୩ ହଜାର ୨୦୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୩ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୭ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୭୯ ହଜାର ୮୬୪
– ମତ ଦେଇଥିଲେ – ୧ ଲକ୍ଷ ୧୫ ହଜାର ୭୯୧
– ଭୋଟଦାନ ହାର –

୨୦୦୯ର ଫଳାଫଳ
ପ୍ରାର୍ଥୀ                             ଦଳ                 ଭୋଟ            ପ୍ରତିଶତ           ଫଳାଫଳ
ଆନନ୍ଦ ଆଚାର୍ଯ୍ୟ               ବିଜେଡି           ୪୪,୭୯୩          ୩୮.୬୮%    ପରାସ୍ତ
ସାଧୁ ନେପାକ                 କଂଗ୍ରେସ          ୪୬,୭୬୨         ୪୦.୩୮%     ବିଜୟୀ
ସୁରେଶ୍ୱର ଶତପଥୀ          ବିଜେପି           ୧୦,୫୯୪          ୦୯.୧୫%     ପରାସ୍ତ

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ଆନନ୍ଦ ଆଚାର୍ଯ୍ୟ
ଦଳ – ବିଜେଡି
ଭୋଟ – ୪୪,୭୯୩
ପ୍ରତିଶତ – ୩୮.୬୮%
ଫଳାଫଳ – ପରାସ୍ତ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସୁରେଶ୍ୱର ଶତପଥୀ
ଦଳ – ବିଜେପି
ଭୋଟ – ୧୦,୫୯୪
ପ୍ରତିଶତ – ୦୯.୧୫%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସାଧୁ ନେପାକ
ଦଳ – କଂଗ୍ରେସ
ଭୋଟ – ୪୬,୭୬୨
ପ୍ରତିଶତ – ୪୦.୩୮%
ଫଳାଫଳ – ବିଜୟୀ

କିଏ ମାରିଥିଲା ବାଜି?
– କଂଗ୍ରେସର ସାଧୁ ନେପାକ ବିଜୟ ହାସଲ କରିଥିଲେ
– ୪୬ ହଜାର ୭୬୨ ଖଣ୍ଡ ଭୋଟ ପାଇଥିଲେ କଂଗ୍ରେସ ପ୍ରାର୍ଥୀ
– ବିଜେଡ଼ି ପ୍ରାର୍ଥୀ ଆନନ୍ଦ ଆଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ
– ୧ ହଜାର ୯୬୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୪ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେଡ଼ି ଓ ବିଜେପି ପ୍ରାର୍ଥୀ ବଦଳାଇଥିଲା
– ବିଜେଡ଼ିର ଆନନ୍ଦ ଆଚାର୍ଯ୍ୟଙ୍କ ବଦଳରେ ଦିବେଶ ଆଚାର୍ଯ୍ୟ ନିର୍ବାଚନ ଲଢି ବିଜୟୀ ହୋଇଥିଲେ
– ସୁରେଶ ଶତପଥୀଙ୍କ ବଦଳରେ ଆଶ୍ୱୀନୀ କୁମାର ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
– ବିଧାୟକ ସାଧୁ ନେପାକଙ୍କୁ ପୁଣି ପ୍ରାର୍ଥୀ କରି ହାରିଥିଲା କଂଗ୍ରେସ

Comments are closed.