କନକ ବ୍ୟୁରୋ : ଆସ୍କା ବ୍ଳକର ୨୭ଟି ପଂଚାୟତ, ଆସ୍କା ଏନଏସି ଏବଂ କବିସୂର୍ଯ୍ୟନଗର ବ୍ଳକର ୧୨ଟି ପଂଚାୟତକୁ ନେଇ ଆସ୍କା ନିର୍ବାଚନ ମଣ୍ଡଳୀ ଗଠିତ । ୧୯୫୧ରେ ଗଠନ ହୋଇଥିଲା ଆସ୍କା ନିର୍ବାଚନମଣ୍ଡଳୀ । ଆସ୍କା ଲୋକସଭା କ୍ଷେତ୍ର ଅର୍ନ୍ତଭୁକ୍ତ ଆସ୍କା ଲୋକସଭା ନିର୍ବାଚନ ମଣ୍ଡଳୀ । ୧୯୫୧ରୁ ସିପିଆଇର ଗଡ ରହିଥିଲା ଏହି ନିର୍ବାଚନ ମଣ୍ଡଳୀ । ୨୦୦୦ରେ ବିଜେଡି ପ୍ରଥମ ଥର ପାଇଁ ଆସ୍କାରେ ଜିତିଥିବା ବେଳେ ବିଜେଡିରୁ ୩ ଥର ବିଧାୟକ ହୋଇଛନ୍ତି ଦେବରାଜ ମହାନ୍ତି ।
୨୦୧୯ର ଲଢେଇ
ବିଜେଡି: ମଞ୍ଜୁଳା ସ୍ୱାଇଁ
କଂଗ୍ରେସ: ମନୋଜ କୁମାର ଜେନା
ବିଜେପି: ଦେବରାଜ ମହାନ୍ତି
ବିଜେଡି: ମଞ୍ଜୁଳା ସ୍ୱାଇଁ
- ପୂର୍ବତନ ସାଂସଦ ଲଡୁକିଶୋର ସ୍ୱାଇଁଙ୍କ ସ୍ତ୍ରୀ
- ୨ ଥର କବିସୂର୍ଯ୍ୟନଗର ବ୍ଳକ୍ ଅଧ୍ୟକ୍ଷ
- ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
- ସ୍ୱାମୀ ଲଡୁକିଶୋର ସ୍ୱାଇଁଙ୍କ ମୃତ୍ୟୁ ପରେ ବିଧାନସଭା ଟିକେଟ୍ ମିଳିଛି
କଂଗ୍ରେସ: ମନୋଜ କୁମାର ଜେନା
- ପ୍ରଥମଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
- ପୂର୍ବରୁ କୌଣସି ପ୍ରକାରର ନିର୍ବାଚନ ଲଢିନାହାଁନ୍ତି
- ମଦ ବ୍ୟବସାୟୀରୁ ରାଜନୀତି
ବିଜେପି: ଦେବରାଜ ମହାନ୍ତି
- ପୂର୍ବତନ ବିଜେଡି ବିଧାୟକ
- ୨୦୦୦, ୨୦୦୯ ଏବଂ ୨୦୧୪ରେ ବିଜେଡିରୁ ବିଧାୟକ
- ଟିକେଟ୍ ନମିଳିବାରୁ ବିଜେଡି ଛାଡି ବିଜେପିରେ ସାମିଲ
- ପୂର୍ବରୁ ବାମଦଳରୁ ଆସ୍କା କାଳଷଣ୍ଢପୁରର ସମିତି ସଭ୍ୟ ଥିଲେ
ମୈଦାନରେ ମହିଳା ପ୍ରାର୍ଥୀ
- ମଂଜୁଳା ସ୍ୱାଇଁ (ବିଜେଡି)
ମୁହାଁମୁହିଁ ପ୍ରାର୍ଥୀ
- ଚତୁର୍ଥ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ଦେବରାଜ ମହାନ୍ତି
- ତେବେ ପ୍ରଥମ ଥର ପାଇଁ (୨୦୧୯) ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଦେବରାଜ
- ପୂର୍ବତନ ସାଂସଦ ଲଡୁକିଶୋର ସ୍ୱାଇଁଙ୍କ ମୃତ୍ୟୁ ପରେ ପତ୍ନୀ ମଂଜୁଳା ସ୍ୱାଇଁଙ୍କୁ ଆସ୍କାରୁ ବିଧାନସଭା ପ୍ରାର୍ଥୀ କରିଛି ବିଜେଡି
- ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଛନ୍ତି ମଂଜୁଳା ସ୍ୱାଇଁ
- କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଜେନା ନୂଆ ଚେହେରା, ନିର୍ବାଚନୀ ଅଭିଜ୍ଞତା ନାହିଁ
୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୬ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୨ ହଜାର ୬୦୫
- ମତ ଦେଇଥିଲେ – ୧ ଲକ୍ଷ ୦୮ ହଜାର ୩୩୪
- ଭୋଟଦାନ ହାର – ୫୯.୩୩%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦେବରାଜ ମହାନ୍ତି ବିଜେଡି ୫୯୪୧୨ ୫୪.୮୪% ବିଜୟୀ
ସରୋଜ କୁମାର ପାଢୀ କଂଗ୍ରେସ ୩୫୯୧୩ ୩୩.୧୫% ପରାସ୍ତ
ନାରାୟଣ ବେହେରା ବିଜେପି ୬୪୨୩ ୫.୯୪% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ଦେବରାଜ ମହାନ୍ତି
ଦଳ - ବିଜେଡି
ଭୋଟ - ୫୯୪୧୨
ପ୍ରତିଶତ - ୫୪.୮୪%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ନାରାୟଣ ବେହେରା
ଦଳ - ବିଜେପି
ଭୋଟ - ୬୪୨୩
ପ୍ରତିଶତ - ୫.୯୪%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ - ସରୋଜ କୁମାର ପାଢୀ
ଦଳ - କଂଗ୍ରେସ
ଭୋଟ - ୩୫୯୧୩
ପ୍ରତିଶତ - ୩୩.୧୫%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଦେବରାଜ ମହାନ୍ତି ବିଜୟୀ ହୋଇଥିଲେ
- ୫୯ ହଜାର ୪୧୨ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ପାଢୀଙ୍କୁ ପରାସ୍ତ କରିଥିଲେ
- ୨୩ ହଜାର ୪୯୯ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲା ବିଜେଡି
- ବିଜେପି ପ୍ରାର୍ଥୀଙ୍କ ସମେତ ୪ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ର ଲଢେଇ
- ମୈଦାନରେ ଥିଲେ ମୋଟ ୧୦ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୬୭ ହଜାର ୫୧୬
- ମତ ଦେଇଥିଲେ – ୮୮ ହଜାର ୧୫୪
- ଭୋଟଦାନ ହାର – ୫୨.୬୩%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଦେବରାଜ ମହାନ୍ତି ବିଜେଡି ୪୬୦୫୯ ୫୨.୨୫% ବିଜୟୀ
ଅଲେଖ ଚୌଧୁରୀ କଂଗ୍ରେସ ୧୫୪୯୭ ୧୭.୫୮% ପରାସ୍ତ
ସୂର୍ଯ୍ୟନାରାୟଣ ଦାସ ବିଜେପି ୫୧୨୮ ୫.୮୨% ପରାସ୍ତ
ସରୋଜ କୁମାର ପାଢୀ ସ୍ୱାଧୀନ ୧୬୦୭୩ ୧୮.୨୩% ପରାସ୍ତ
ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଦେବରାଜ ମହାନ୍ତି
ଦଳ - ବିଜେଡି
ଭୋଟ - ୪୬୦୫୯
ପ୍ରତିଶତ - ୫୨.୨୫%
ଫଳାଫଳ - ବିଜୟୀ
ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ସୂର୍ଯ୍ୟନାରାୟଣ ଦାସ
ଦଳ - ବିଜେପି
ଭୋଟ - ୫୧୨୮
ପ୍ରତିଶତ - ୫.୮୨%
ଫଳାଫଳ - ପରାସ୍ତ
କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ - ଅଲେଖ ଚୌଧୁରୀ
ଦଳ - କଂଗ୍ରେସ
ଭୋଟ - ୧୫୪୯୭
ପ୍ରତିଶତ - ୧୭.୫୮%
ଫଳାଫଳ - ପରାସ୍ତ
କିଏ ମାରିଥିଲା ବାଜି?
- ବିଜେଡିର ଦେବରାଜ ମହାନ୍ତି ବିଜୟୀ ହୋଇଥିଲେ
- ୪୬ ହଜାର ୫୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ସ୍ୱାଧୀନ ପ୍ରାର୍ଥୀ ସରୋଜ କୁମାର ପାଢୀଙ୍କୁ ପରାସ୍ତ କରିଥିଲେ
- ୨୯ ହଜାର ୯୮୬ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୬ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ କଂଗ୍ରେସ ଓ ବିଜେପିର ପ୍ରାର୍ଥୀ ବଦଳିଥିଲେ ।
- ସୂର୍ଯ୍ୟନାରାୟଣ ଦାସଙ୍କ ସ୍ଥାନରେ ନାରାୟଣ ବେହେରା ବିଜେପିର ପ୍ରାର୍ଥୀ ହୋଇଥିଲେ ।
- ଅଲେଖ ଚୌଧୁରୀଙ୍କ ବଦଳରେ ସରୋଜ କୁମାର ପାଢୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ।
- ପ୍ରାର୍ଥୀତ୍ୱ ବଜାୟ ରଖିଥିଲେ ବିଜେଡିର ଦେବରାଜ ବେହେରା ।
- ୨୦୦୯ ଅପେକ୍ଷା ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ୨୦ ହଜାରରୁ ଅଧିକ ଭୋଟ୍ ପାଇଥିଲେ ।
- ବିଜେଡି ପ୍ରାର୍ଥୀ ପ୍ରାୟ ୨୪ ହଜାର ଭୋଟରେ କଂଗ୍ରେସ ଠାରୁ ବିଜୟୀ ହୋଇଥିଲେ ।