କନକ ବ୍ୟୁରୋ : ବିଶ୍ୱରେ କରୋନାର ପ୍ରଭାବ ଜାରି ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ତାଜା ତଥ୍ୟ ଅଧିକ ଚିନ୍ତା ଆଣିଛି । ଡବ୍ଲୁଏଚଓ କହିଛି ଯେ, କରୋନା ନେଇ ବିଶ୍ୱରେ ଅବସ୍ଥା ଆହୁରି ଖରାପ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱର ପ୍ରାୟ ୨୧୦ଟି ଦେଶକୁ କରୋନା ବ୍ୟାପୀ ସାରିଥିବା ବେଳେ ୨୪ ଲକ୍ଷ ୪୪ ହଜାରରୁୁ ଅଧିକ ଆକ୍ରାନ୍ତ ହୋଇ ସାରିଲେଣି ।
ଏକ ଲକ୍ଷ ୬୮ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଲକ୍ଷ ୪୦ ହଜାର ସୁସ୍ଥ ହୋଇଛନ୍ତି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଉଭୟ ଜୀବନ ଓ ଜୀବୀକା ଉପରେ ନିଷ୍ଠୁର ପ୍ରହାର କରିଚାଲିଛି । ଇଟାଲୀ, ସ୍ପେନ୍, ଆମେରିକା, ଫ୍ରାନ୍ସ, ଇଂଲଣ୍ଡ ପରି ଦେଶରେ କରୋନା ମୃତ୍ୟୁ ଜନିତ ସଂଖ୍ୟା ଅଧିକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/66-1.jpg)