ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲଗାଇଲା ନିଷେଦ୍ଧାଦେଶ : କହିଲା , ପରୀକ୍ଷା ଚାଲିଛି, ବର୍ତ୍ତମାନ ନିରାପଦ ନୁହେଁ ଔଷଧର ବ୍ୟବହାର । ଭାରତର ଦାବି, କରୋନାକୁ ନିୟନ୍ତ୍ରଣ କରିପାରୁଛି ମ୍ୟାଲେରିଆର ଏହି ଔଷଧ
କନକ ବ୍ୟୁରୋ : କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ବ୍ୟବହାର କରାଯାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉପରେ ସାମୟିିକ ନିଷେଧାଦେଶ ଜାରି କରିଛି । କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର ନିରାପଦ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନମ କହିଛନ୍ତି ଯେ, ହାଇଡ୍ରୋକ୍ସି କ୍ଲୋରୋକୁଇନର ବର୍ତମାନ ପରୀକ୍ଷା ଚାଲିଛି । ତେଣୁ ଏହା ଏବେ ବ୍ୟବହାର କରାଯାଇପାରିନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଭାରତ ସରକାର ଏଚସିକ୍ୟୁର ବ୍ୟାପକ ବ୍ୟବହାର ଲାଗି ନିର୍ଦେଶ ଦେବାର କିଛି ଦିନ ପରେ ହୁ ଏପରି ନିଷେଧାଦେଶ ଜାରି କରିଛି । ହାଇଡ୍ରୋକ୍ସି କ୍ଲୋରକୁଇନ୍ ଦ୍ୱାରା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରୁଥିବା ଭାରତ ଦାବି କରୁଛି । ତେବେ ହୁ ପକ୍ଷରୁ ଏହା ନିରାପଦ ନୁହେଁ ବୋଲି କୁହାଯାଇଛି । ମେ ୨୩ ତାରିଖରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଏମ୍ସ ପ୍ରତିନିଧି, ଆଇସିଏମଆରଏବଂ ଏନସିଡିସିର ଅଧିକାରୀ ସମୀକ୍ଷା କରି ମ୍ୟାଲେରିଆ ପାଇଁ ବ୍ୟବହାର ହେଉଥିବା ଏହି ଔଷଧକୁ କରୋନା ପାଇଁ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହା ଉପରେ ନିଷେଧାଦେଶ ଜାରି ହୋଇଛି ।