କରୋନା ମୁକାବିଲା ହାଇଡ୍ରୋକ୍ସି କ୍ଲୋରୋକୁଇନକୁ ମିଳିଲା ଅନୁମତି : ଭାରତର ପ୍ରସ୍ତାବ ପରେ ଆଭିମୁଖ୍ୟ ବଦଳାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ, ଭିନ୍ନ ଭିନ୍ନ ବୟସ ରୋଗୀଙ୍କ କ୍ଷେତ୍ରରେ ପ୍ରୟୋଗ ପାଇଁ ପ୍ରକ୍ରିୟା ଆରମ୍ଭ

631

କନକ ବ୍ୟୁରୋ : କରୋନା ଚିକିତ୍ସାରେ ପୁଣି ହାଇଡ୍ରୋକ୍ସି କ୍ଲୋରୋକୁଇନର ବ୍ୟବହାର ହେବ । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି । ପୂର୍ବରୁ ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର ବିପଦଜନକ କହିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହେଲେ କରୋନା ସଂକ୍ରମଣ କମାଇବାକୁ ହାଇଡ୍ରୋକ୍ସି କ୍ଲୋରୋକୁଇନର ସପକ୍ଷରେ ଭାରତ ଦୃଢ ଯୁକ୍ତି ଉପସ୍ଥାପନ ପରେ ଡବ୍ଲୁଏଚଓ ପୂର୍ବ ଆଭିମୁଖ୍ୟ ବଦଳାଇଛି । ଆବଶ୍ୟକ ପରୀକ୍ଷଣ ପ୍ରଟୋକଲ ଆଧାରରେ ଭାରତ ପ୍ରସ୍ତାବ ଦେଇଥିଲା ।

ଆଉ ଏହାର ଯଥେଷ୍ଟ ପ୍ରାମାଣିକ ତଥ୍ୟ ଥିବାରୁ ଡବ୍ଲୁଏଚଓ କ୍ଲୋରୋକୁଇନ ବ୍ୟବହାର ପାଇଁ ଅନୁମତି ଦେଇଛି । କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ସୁଫଳ କିଭଳି ମିଳିପାରିବ ସେଥିପାଇଁ ଅଧିକ ପରୀକ୍ଷା କରାଯିବ । ଏବଂ ଖୁବଶୀଘ୍ର ଏବାବଦରେ ପରିଣାମ ଆସିବ ବୋଲି ଜଣାପଡିଛି । ଭାରତର ସ୍ୱାସ୍ଥ୍ୟକର୍ମୀମାନେ କରୋନା ମୁକାବିଲାରେ କ୍ଲୋରୋକୁଇନ ବ୍ୟବହାର କରି ଯେଉଁ ସଫଳତା ପାଇଁଛନ୍ତି ସେନେଇ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଲଭାବେ ଅବଗତ ଅଛି ।