ନନ୍ଦନକାନନରେ ନୂଆ ଅତିଥି : ଧଳା ବାଘୁଣୀ ସ୍ନେହା ଜନ୍ମଦେଲା ଦୁଇ ଧଳା ବାଘ ଛୁଆ

342

କନକ ବ୍ୟୁରୋ : ନନ୍ଦନକାନରରେ ନୂଆ ଅତିଥି । ଚିଡିଆଖାନାରେ ଥିବା ଧଳା ବାଘୁଣୀ ସ୍ନେହା ୨ଟି ବାଘଛୁଆଁଙ୍କୁ ଜନ୍ମ ଦେଇଛି । ଆଜି ଭୋର ୩ଟା୩୮ ଏବଂ ୫ଟା ୪୪ରେ ଦୁଇଟି ବାଘ ଛୁଆ ଜନ୍ମ ଦେଇଛି ସ୍ନେହା । ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ଜରିଆରେ ମାଆ ବାଘୁଣୀ ସ୍ନେହା ଉପରେ ନଜର ରଖିଛନ୍ତି । ନନ୍ଦନକାନରେ ଥିବା ସାଧାରଣ ବାଘ ସୈଫ ସହ ୧୦୫ଦିନର ମିଳାମିଶା ପରେ ସ୍ନେହା ମାଆ ହୋଇଛି । ବାଘବଂଶ ବୃଦ୍ଧି ପାଇଁ ସୈଫକୁ ହାଇଦ୍ରାବଦ ଚିଡିଆଖାନରୁ ଅଣାଯାଇଥିଲା ।

ଏହା ହେଉଛି ‘ସ୍ନେହା’ର ଦ୍ୱିତୀୟ ଗର୍ଭ । ପ୍ରଥମ ଗର୍ଭରେ ‘ମନୀଷ’ ଔରସରୁ ‘ସ୍ନେହା’ ୨୦୧୬ ମସିହା ଅଗଷ୍ଟ ୫ ତାରିଖରେ ତିନିଟି ଶାବକ ଜନ୍ମ କରିଥିଲା । ସେମାନେ ହେଉଛନ୍ତି କଳାବାଘ ‘ଭିକି’ ଏବଂ ଧଳାବାଘ ‘ମୌସୁମୀ’ ଓ ‘ଚିନୁ’ । ଆଜି ଜନ୍ମିଥିବା ଶାବକ ଦୁଇଟିକୁ ମିଶାଇ ନନ୍ଦନକାନରେ ବାଘସଂଖ୍ୟା ୨୭ ହେଲା ।

ଏବେ ନନ୍ଦନକାନନରେ ୧୩ଟି ସାଧାରଣ ରଙ୍ଗର ବାଘ ଅଛନ୍ତି  । ସେମାନଙ୍କ ମଧ୍ୟରୁ ୫ଟି ଅଣ୍ଡିରା ଓ ୮ଟି ମାଈ । ସେଠାରେ ଧଳାବାଘଙ୍କ ସଂଖ୍ୟା ୮। ୮ଟିରୁ ୩ଟି ଅଣ୍ଡିରା ଓ ୫ଟି ମାଈ । କଳାବାଘଙ୍କ ସଂଖ୍ୟା ହେଉଛି ୪ଟି । ସେମାନେ ସମସ୍ତେ ଅଣ୍ଡିରାବାଘ। ଆଜି ଜନ୍ମ ହୋଇଥିବା ଛୁଆ ଦୁଇଟିଙ୍କର ରଙ୍ଗ ଜଣାପଡ଼ି ନାହିଁ ।