ଆପଣ ଖାଉଥିବା କ୍ୟାପସୁଲ ଗୁଡ଼ିକ ରଙ୍ଗବେରଙ୍ଗର କାହିଁକି ଥାଆନ୍ତି ? ଜାଣନ୍ତୁ ଏହାର ରହସ୍ୟ . . .

Advertisment
ଆପଣ ଖାଉଥିବା କ୍ୟାପସୁଲ ଗୁଡ଼ିକ ରଙ୍ଗବେରଙ୍ଗର କାହିଁକି ଥାଆନ୍ତି ? ଜାଣନ୍ତୁ ଏହାର ରହସ୍ୟ . . .

image courtesy-http://life-o-style.blogspot.com/

ବର୍ତ୍ତମାନ ଯୁଗ ବଦଳିବା ସହ ବିଭିନ୍ନ ନୂଆ ରୋଗ ମଧ୍ୟ ଦେଖା ଦେଉଛି। ତେବେ ରୋଗ ହେବା ସହ ଉଦ୍ଭାବନ ହେଉଛି ତାକୁ ଭଲ କରିବାର ଔଷଧ । ସାଧାରଣତଃ ଡ଼ାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଗଲା ମାନେ ସେ ଅନେକ ପ୍ରକାରର ରଙ୍ଗବେରଙ୍ଗ ବଟିକା ଏବଂ କ୍ୟାପସୁଲ ଲେଖିଥାନ୍ତି । ଏପରିକି ନିଜକୁ ନିରୋଗ କରିବା ପାଇଁ ଆମେ ସେହି କ୍ୟାପସୁଲ୍‌ ମଧ୍ୟ ଖାଇଥାଉ । କିନ୍ତୁ କେବେ ଆପଣ ଭାବିଛନ୍ତି କି, ଯେଉଁ କ୍ୟାପ୍‌ସୁଲ୍‌କୁ ଆମେ ନିରୋଗ ହେବା ପାଇଁ ସେବନ କରୁଛେ ତାହା ପ୍ରକୃତରେ କେଉଁଥିରେ ପ୍ରସ୍ତୁତ? ଆସନ୍ତୁ ଜାଣିବା ଔଷଧକୁ ଆର୍କଷଣୀୟ କରିବା ପାଇଁ ବ୍ୟବହାର କରାଯାଇଥିବା କ୍ୟାପ୍‌ସୁଲ୍‌ର ଉପର ଭାଗ ପ୍ରକୃତରେ କେଉଁଥିରେ ପ୍ରସ୍ତୁତ କରାଯାଇଥାଏ ।

publive-image

ସାଧାରଣତଃ ଲୋକ ଭାବିଥାନ୍ତି କ୍ୟାପସୁଲ୍‌ର ଉପରି ଭାଗ ପତଳା ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ହୋଇଥାଏ । କିନ୍ତୁ ତାହା ଠିକ ନୁହଁ, ଏହି ଖୋଳକୁ ପ୍ରସ୍ତୁତ କରିବା ପାଇଁ ଜେଲେଟିନ୍‌ ବ୍ୟବହାର କରାଯାଇଥାଏ । ପ୍ରାୟତଃ ଏହା ବିଷୟରେ ଔଷଧ ଖୋଳ କିମ୍ବା ପ୍ୟାକେଟରେ କିଛି ବିସ୍ତୃତ ଭାବେ ପ୍ରକାଶ କରାଯାଇ ନଥାଏ । ତେବେ ଜିଲେଟିନ୍‌ ଏକ ପଶୁର ମାଂସରୁ ତିଆରି ଉତ୍ପାଦ ଅର୍ଥାତ ମାସାଂସୀ କୋଲେଜନ୍‌ରୁ ନିର୍ମିତ ହୋଇଥାଏ । ଏହି କୋଲେଜନ୍‌ ସୂତା ଭଳି ଏକ ପଦାର୍ଥ । ଏହା ଗାଇ , ମଇଁଷି ଆଦି ପଶୁଙ୍କ ହାଡ଼ ଓ ଚର୍ବି ଆଦିରୁ ପ୍ରସ୍ତୁତ କରାଯାଇଥାଏ । ଜିଲେଟିନ୍‌କୁ ବଜାରରେ ମିଳୁଥିବା ଜେଲି ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନର ପ୍ରାୟ ୯୮ ପ୍ରତିଶତ ଔଷଧ କମ୍ପାନୀ ପଶୁଙ୍କ ଠାରୁ ଉତ୍ପନ୍ନ ହୋଇଥିବା ଏହି ଜିଲେଟିନ୍‌କୁ ବ୍ୟବହାର କରିଥାନ୍ତି । ତେବେ ଏହା ବିଷୟରେ ଅଧିକାଶଂ କାହାର ଜ୍ଞାନ ନଥାଏ । ଏହି ଘଟଣା ସେତେବେଳେ ସର୍ବସମ୍ମୁଖକୁ ଆସିଲା ଯେତେବେଳେ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଜିଲେଟିନ୍‌ ଦ୍ୱାରା କ୍ୟାପ୍‌ସୁଲ୍‌ ଖୋଳ ବଦଳରେ ଉଦ୍ଭିଦରୁ ପ୍ରସ୍ତୁତ ଖୋଳ ବ୍ୟବହାର କରିବା ପାଇଁ ଉପଦେଶ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe