କନକ ବ୍ୟୁରୋ : ମୋଦି ମନ୍ତ୍ରିମଣ୍ଡଳର ବିଭାଗ ବଂଟନ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୨୫ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୯ ଜଣ ସ୍ୱାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଶପଥ ଗ୍ରହଣ କରିଛନ୍ତି । ଆଉ ଆଜି ମନ୍ତ୍ରୀ ମାନଙ୍କ ଭିତରେ ବିଭାଗ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଶୁକ୍ରବାର ଦିନ ଭାରତର ରାଷ୍ଟ୍ରପତି କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ମନ୍ତ୍ରାଳୟ ବଣ୍ଟନ କରିଛନ୍ତି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ହାତରେ ରଖିଛନ୍ତି କିଛି ବିଭାଗ । କର୍ମଚାରୀ, ସାଧାରଣ ଅଭିଯୋଗ ଏବଂ ପେନସନ୍, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଏବଂ କୌଣସି ମନ୍ତ୍ରୀଙ୍କୁ ଦିଆ ଯାଇ ନଥିବା ବିଭାଗ ମୋଦିଙ୍କୁ ଦିଆଯାଇଛି ।
ଅମିତ ଶାହଙ୍କୁ ଗୃହ ମନ୍ତ୍ରାଳୟ ବିଭାଗ, ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ବିଭାଗ, ନିର୍ମଳା ସୀତାରମଣଙ୍କୁ ବିଭାଗଅର୍ଥ ମନ୍ତ୍ରାଳୟ, ଏସ ଜୟଶଙ୍କରଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟନୀତୀନ ଗଡ଼କରୀଙ୍କୁ ସଡ଼କ ପରିବହନ, ରାଜପଥ  ମନ୍ତ୍ରାଳୟ, ସଦାନନ୍ଦ ଗୌଡ଼ାଙ୍କୁ ସାର ଓ ରସାୟନ ମନ୍ତ୍ରାଳୟ, ରାମବିଳାସ ପାଶ୍ୱାନଙ୍କୁ ଖାଦ୍ୟ ଯୋଗାଣ ମନ୍ତ୍ରାଳୟ, ନରେନ୍ଦ୍ର ସିଂ ତୋମାରଙ୍କୁ କୃଷି, ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତିରାଜ ମନ୍ତ୍ରାଳୟ, ରବି ଶଙ୍କର ପ୍ରସାଦଙ୍କୁ ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି ।

ସେହିପରି ହର୍ସିମିତ କୌର ବାଦଲଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରାଳୟ, ଥାୱରଚନ୍ଦ ଗେହଲଟଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳ,ରମେଶ ପୋଖରିଆଲ ନିଶଙ୍କଙ୍କୁ ମାନବ ସମ୍ବଳ ବିକାଶ, ଅର୍ଜୁନ ମୁଣ୍ଡାଙ୍କୁ ଆଦିବାସୀ ବ୍ୟାପାର, ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ, ଡ. ହର୍ଷବର୍ଦ୍ଧନଙ୍କୁସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ,ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ, ଇସ୍ପାତ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି ।

ଅନ୍ୟପଟେ ପୀୟୂଷ ଗୋଏଲଙ୍କୁ ରେଳ, ବାଣିଜ୍ୟ ଓ ଶିଳ୍ପ,ମୁକ୍ତାର ଆବାସ ନକଭି ଙ୍କୁ ସଂଖ୍ୟାଲଘୁ ବ୍ୟାପା. ପ୍ରହ୍ଲାଦ ଯୋଶୀଙ୍କୁ ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି, ମହେନ୍ଦ୍ର ନାଥ ପାଣ୍ଡେଙ୍କୁ ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ,ଅରବିନ୍ଦ ସାୱନ୍ତଙ୍କୁ ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ, ଗିରିରାଜ ସିଂହଙ୍କୁ ପ୍ରାଣୀସଂପଦ ଏବଂ ମତ୍ସ୍ୟସମ୍ପଦ, ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଜଳଶକ୍ତି ମନ୍ତ୍ରାଳୟ ଦିଆଯାଇଛି ।