ହ୍ୱାଟସଆପର ନୂଆ ଫିଚର ! ନମ୍ବର ବଦଳାଇଲେ ଆପଣଙ୍କ ବନ୍ଧୁ ଆପେ ଜାଣିନେବେ ନମ୍ବର, ପହଞ୍ଚିଯିବ ନୋଟିଫିକେସନ

34

ହ୍ୱାଟସଆପର ନୂଆ ଷ୍ଟାଟସ୍ ଫିଚର ବିଷୟରେ ଆପଣ ସମସ୍ତେ ଜାଣିଥିବେ ଓ ଏହି ସୁବିଧାର ଭରପୁର ମଜା ମଧ୍ୟ ଉଠାଉଥିବେ । ଗ୍ରାହକଙ୍କ ଚାହିଦା ମେଂଟାଇବା ପାଇଁ ହ୍ୱାଟସଆପ ମଧ୍ୟ ଗ୍ରାହକଙ୍କ ମନ ମୁତାବକ କାମ କରୁଛି । ଏବେ ହ୍ୱାଟସଆପ ଆଣ୍ଡ୍ରଏଡ଼ର ବିଟା ଭର୍ସନରେ ଅନେକ ଅପଡେଟ୍ ଦିଆଯାଇଛି । ଏଠାରେ ଏମିତି ଫିଚର ଅଛି ଯେଉଁଠି ଆପଣ ନମ୍ବର ବଦଳାଇଲେ ଆପଣଙ୍କ କଣ୍ଟାକ୍ଟକ ତାଲିକାକୁ ନୋଟିଫିକେସନ ଦିଆଯିବ । ଏକ ନୂତନ ରିପୋର୍ଟରେ ଏକଥା ସାମ୍ନାକୁ ଆସିଛି । ଟେକ୍ନୋପୋଲିସ ୱେବସାଇଟ ଅନୁସାରେ , ଲାଟେଷ୍ଟ ୨.୧୭.୩୭୫ ଭର୍ସନରେ ଆପ ଇନଷ୍ଟୋଲ ଓ ଡାଉନଲୋଡ଼ କରିବା ସମୟରେ ଅଳ୍ପ ମେମୋରୀ ନେବ ।

ଏହାଦ୍ୱାରା ୬ ଏମବି ପର୍ଯ୍ୟନ୍ତ ଫୋନ୍ ମମୋରୀ ବଞ୍ଚିବ । ଏହା ବ୍ୟତୀତ ଅନେକ ପରବର୍ତ୍ତନ ଦେଖିବା ପାଇଁ ମିଳିବ । ଯେତେବେଳେ ଆପଣ ଦ୍ୱାଟସଆପରେ ନମ୍ବର ପରିବର୍ତ୍ତନ କରୁଛନ୍ତି ଏହାର ସୂଚନା ଆପଣଙ୍କ କଣ୍ଟାକ୍ଟ ରେ ଥିବା ଲୋକଙ୍କୁ ଦିଆଯିବ । ଏହି ଫିଚର ପ୍ରତି ଥର ନମ୍ବର ପରିବର୍ତ୍ତନ ସମୟରେ କାମ କରିବ । ଏଥିରେ ୟୁଜର  ଯାହାକୁ ଇଚ୍ଛା ତାକୁ ଦେବେ ନୂଆ ନମ୍ବର, ଏପରି ସୁବିଧା ମଧ୍ୟ ଉପଲବ୍ଧ ରହିଛି ।

ତେବେ କିଛି ଦିନ ପୂର୍ବରୁ ଆପଣଙ୍କ ପ୍ରୋଫାଇଲ ହ୍ୱାଟସଆପ ପ୍ରୋଫାଇଲ ଫଟୋ କୁ କିଏ କିଏ ଦେଖିଛନ୍ତି,ସେ ନେଇ ଏକ ନୂଆ ଫିଚର ଆସିଥିଲା । ହ୍ୱାଟସଆପରେ ଏମିତି କିଛି ଫିଚର ନାହିଁ ଯେଉଁଠି ଆପଣ ଜାଣିପାରିବେ ଆପଣଙ୍କ ପ୍ରୋଫାଇଲ ଫଟୋକୁ କିଏ ଦେଖିଛି ନା ନାହିଁ । କିନ୍ତୁ ଦ୍ୱାଟସ ଟ୍ରାକର ସାହାଯ୍ୟରେ ଆପଣ ଜାଣିପାରିବେ ଆପଣଙ୍କ ପ୍ରୋଫାଇଲ ଫଟୋକୁ କିଏ ଦେଖୁଛି । ହ୍ୱାଟସଆପ ଦିନକୁ ଦିନ ଗ୍ରାହକଙ୍କ ସୁବିଧା ପାଇଁ ଓ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏମିତି ନୂଆ ନୂଆ ଫିଚର ଆଣୁଛି ।