ଦଳ ଛାଡ଼ିଲେ, ଆଗକୁ କ’ଣ କରିବେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ?

298

କନକ ବ୍ୟୁରୋ : ବିଜେପି ଛାଡ଼ିଲେ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର । ତେବେ ଦଳ ଛାଡ଼ିବା ପରେ ଆଗକୁ କ’ଣ କରିବେ ସେନେଇ ପ୍ରଶ୍ନ ଉଠୁଛି । ଉଭୟ ନେତା କେଉଁ ଦଳରେ ଯୋଗ ଦେବେ ସେନେଇ କିଛି ପ୍ରକାଶ କରିନାହାନ୍ତି । ଦୀଘ’ ଦିନ ଧରି ବିଜେପି ଦଳରେ କୋଣଠେସା ହୋଇ ରହିଥିବା ନେତା ଅମିତ ଶାହଙ୍କୁ ମିଳିତ ଇସ୍ତଫା ପତ୍ର ପଠାଇଛନ୍ତି । ଦିଲ୍ଲୀପ ରାୟ ୧୫ ଦିନ ପାଇଁ ଓଡ଼ିଶା ବାହାରକୁ ଯାଉଛନ୍ତି ।

ସେଠାରୁ ଆସିବା ପରେ ଉଭୟ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଆଲୋଚନା କରିବେ । ଓଡ଼ିଶାର ସାମୁହିକ ସ୍ୱାର୍ଥ ଓ ବିକାଶ ନେଇ ୧୫ ଦିନ ପରେ  ନିଜର ରାଜନୈତିକ ନିଷ୍ପତ୍ତି ଜଣାଇବେ ବୋଲି ବିଜୟ ମହାପାତ୍ର ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ଉଭୟଙ୍କ ପରବର୍ତୀ ରାଜନୈତିକ ଗୋଟିଚାଳନା କଣ ହେବ, ତାହାକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ ଦୀର୍ଘ ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ବାରମ୍ବାର ବିଜେପିକୁ ସମାଲୋଚନା କରିବାକୁ ମଧ୍ୟ ପଛାଉ ନ ଥିଲେ  ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର । ଏମିତିକି କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା । ଶେଷର ଚରମ ନିଷ୍ପତି ନେଇ ଆଜି ଦଳ ଛାଡ଼ିଛନ୍ତି ଉଭୟ ନେତା ।

ସେପଟେ ଦିଲୀପ, ବିଜୟ ବିଜେପି ଛାଡ଼ିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଦିଲୀପ ରାୟଙ୍କ ପାଇଁ ବିଜେଡି ଦ୍ୱାର ଖୋଲା ଅଛି । ଦିଲୀପ ବାବୁ ଆସିଲେ ଆମେ ସ୍ୱାଗତ କରିବୁ । ବିଜେପି ଏକ ଜୁମଲା ଓ କଥା କୁହା ସରକାର । ବିଜୟ ମହାପାତ୍ରଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ  ।

ସେପଟେ ଉଭୟ ନେତାଙ୍କ ଇସ୍ତଫା ପରେ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ପ୍ରତିକ୍ରିୟା ପ୍ରକାଶ କରିଛି । ଉଭୟ ଦୀର୍ଘ ଦିନ ହେଲା ଦଳୀୟ କାର‌୍ୟ୍ୟକ୍ରମକୁ ଆସୁନଥିଲେ । ଦୁଇ ନେତା ଘର ଭିତରେ ରହି ଘର କଥା ବାହାରେ କହୁଥିଲେ । ଦଳ ଛାଡିବା ନେଇ ପୂର୍ବ ପ୍ରସ୍ତୁତି କରିଥିଲେ । ଦଳ ଛାଡିଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।