ଶୀତ ଦିନେ ରୋଗ ସଂକ୍ରମଣ ହେବା ଆଶଙ୍କା ଅଧିକ ଥାଏ । ଏହି ଋତୁରେ ଭୂତାଣୁ, ବ୍ୟାକ୍ଟେରିଆ କିମ୍ବା ଅନ୍ୟ ପରଜୀବୀଙ୍କ ଦ୍ୱାରା ଏହି ସଂକ୍ରମଣ ବ୍ୟାପିଥାଏ । ସଂକ୍ରମିତ ବ୍ୟକ୍ତିଙ୍କ ସହତ ବନ୍ଦ କୋଠରୀରେ କାମ କରିବା, ଟ୍ରେନ କିମ୍ବା ବସରେ ଯାତାୟାତ କରିବା ଦ୍ୱାରା ବି ସଂକ୍ରମଣ ହୋଇଥାଏ । କିନ୍ତୁ ଆପଣମାନେ ନିଜକୁ ତ ବନ୍ଦ କୋଠରୀରେ ରଖିପାରିବେ ନାହିଁ । ସବୁବେଳେ ମୁହଁରେ ମାସ୍କ ବି ଲଗାଇ ରହିପାରିବେନି । ଯାହା ହେଲେ ବି ଆମକୁ କାମ କରିବାକୁ ପଡିବ । ଏଭଳି ପରିସ୍ଥିତିରୁ ବଂଚିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଭଳ । ତେବେ ଆସନ୍ତୁ ଜାଣିବା କିପରି ରୋଗ ପ୍ରତିରୋଧକ ଶକ୍ତି ବଢାଇବା ।

Advertisment

ପାଣି ପିଅନ୍ତୁ - ଶୀତ ଦିନରେ ବେଶୀ ଶୋଷ ନ ହେବା ଦ୍ୱାରା ଡିହାଇଡ୍ରେସନ ସମ୍ଭାବନା ଅଧିକ ଥାଏ । ଏହାଦ୍ୱାରା ନାକ ଓ ଗଳା ଭିତରକୁ ଶୁଷ୍କ କରିଦିଏ ଯାହା ଦ୍ୱାରା ସଂକ୍ରମଣ ଆଶଙ୍କା ବଢିଯାଏ । ଡିହାଇଡ୍ରେସନ ଯୋଗୁ ରକ୍ତ ବହଳିଆ ହୋଇ ପମ୍ପିଂର ହାର୍ଟ ଉପରେ ଚାପ ସୃଷ୍ଟି କରେ । ଶ୍ୱେତ ରକ୍ତ କଣିକା ଓ ଟି ସେଲ ଯାହା ସଂକ୍ରମଣ ବିରୋଧରେ ଲଢନ୍ତି ସେଗୁଡିକ ବି ପ୍ରଭାବିତ ହୁଅନ୍ତି । ଏଣୁ ଶୀତଦିନରେ ପ୍ରଚୁର ପାଣି ପିଅନ୍ତୁ ।

publive-imageମଧ୍ୟାହ୍ନରେ ଚାଲନ୍ତୁ - ମୁକ୍ତ ଓ ବିଶୁଦ୍ଧ ବାୟୁରେ ବ୍ୟାୟାମ କଲେ ତାହା ଫୁସଫୁସକୁ ସୁସ୍ଥ ରଖିବା ସହ ସଂକ୍ରମଣର ଆଶଙ୍କା ମଧ୍ୟ ରହିନଥାଏ । କିନ୍ତୁ ପ୍ରଦୂଷିତ କଣିକା ରହିଥିବା ବାୟୁ ଶୀତଦିନ ସକାଳେ ଓ ସନ୍ଧ୍ୟାରେ ବେଶୀ ରହିଥାଏ । କମ ତାପମାତ୍ରାରେ ପ୍ରଦୂଷିତ କଣିକା ଭୂପୃଷ୍ଟର ନିକଟତର ହେବା କାରଣରୁ ଏଭଳି ପରିସ୍ଥିତି ଉପୁଜେ । ଏଣୁ ସକାଳେ କିମ୍ବା ସନ୍ଧ୍ୟାରେ କମ ଚାଲି ମଦ୍ଦାହ୍ନରେ ସମୟ ବାହାର କରି ବେଶୀ ଚାଲନ୍ତୁ । ପ୍ରତି ମିନିଟରେ ଶହେ ଷ୍ଟେପ, ୩୦ ମିନିଟକୁ ୩ ହଜାର ଷ୍ଟେପ ଏମିତିକି ସପ୍ତାହକୁ ପଂଚଥର କରିବା ଭଲ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ଠିକ ରଖିବ । ବ୍ୟାୟାମ ଦ୍ୱାରା ଶରୀରରେ ମାକ୍ରୋଫାଗସ ସେଲ ବୃଦ୍ଧି ହୋଇ ଟି-ସେଲ ସହ ଏକାଠି ବ୍ୟାକ୍ଟେରିଆ ବିରୋଧରେ ଲଢନ୍ତି । ଏହା ରକ୍ତ ସଂଚାଳନ କରିବାରେ ସାହାର୍ଯ୍ୟ କରେ । ଷ୍ଟ୍ରେସ ବୃଦ୍ଧି କରୁଥିବା କର୍ଟିସଲ ସେଲ କ୍ଷରଣ ହ୍ରାସ କରିବା ଦ୍ୱାରା ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।

ଲହୁଣି - ଲହୁଣିରେ ଥିବା ଉପକାରୀ ବ୍ୟାକ୍ଟେରିଆ ପ୍ରତିରୋଧକ କୋଷ ବୃଦ୍ଧି କରିଥାଏ । ଏଣୁ ଲହୁଣି ଖାଦ୍ୟରେ ରଖନ୍ତୁ । କ୍ଷତିକାରକ ବ୍ୟାକ୍ଟେରିଆ ଓ ଭୂତାଣୁ ବିରୋଧରେ ଲଢେଇ କରିବା ଲାଗି ଶ୍ୱେତ ରକ୍ତ କଣିକା ଦାନରାର । ମାଂସ ଚିକେନ ଖାଇବା ଦ୍ୱାରା ଏହା ବୃଦ୍ଧି ପାଏ ଓ ପ୍ରତିରୋଧ କରିବାରେ ସାମର୍ଥ୍ୟ ଶରୀରକୁ ଯୋଗାଏ । କାରଣ ଏହି ଖାଦ୍ୟରେ ଜିଙ୍କ ଓ ବି-କମ୍ପେ୍ଲକ୍ସ ରହିଛି । ନିରାମିଷାଶୀମାନେ ସୋୟାବିନ ଓ ଡାଲିଜାତୀୟ ଖାଦ୍ୟ ଖାଆନ୍ତୁ । ଶାଗ ବି ଖାଇ ପାରିବେ ।

ଫଳ ଓ ପରିବା -ଭିଟାମିନ ଏ’ ସବୁଜ , କମଳା ଓ ହଳଦିଆ ରଙ୍ଗର ଫଳ ଓ ପରିବାରୁ ମିଳେ । ଅମୃତଭଣ୍ଡା, କଖାରୁ, publive-imageଗାଜର ଓ କନ୍ଦମୂଳ ଶୀତଦିନେ ଖାଦ୍ୟରେ ରହିବା ଜରୁରୀ । ଏହାର ଅଭାବ ପେଟ ଓ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଥାଏ । ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଭିଟାମିନ ସି’ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଅଁଳା, ପିଜୁଳି, ଲେମ୍ବୁ ଓ କମଳାରୁ ଏହା ମିଳିପାରିବ ।

ମାଛ ଓ କଙ୍କଡା - ମାଛ ତେଲରେ ଓମେଗା-୩ ଫ୍ୟାଟି ଏସିଡ ରହିଛି । ଏହା ଇନଫ୍ଲାମେସନରୁ ମୁକ୍ତି ଦିଏ ଓ ଫୁସଫୁସକୁ ସଂକ୍ରମଣରୁ ରକ୍ଷା କରେ । ନିରାମାଷାଶୀମାନେ କୋଳି, କରଡି ଓ ତେଲ, ସୂର୍ଯ୍ୟମୁଖୀ ତେଲ, ସୋରିଷ ଓ ସୋୟା ତେଲ ଖାଇବା ଭଲ । ସେଲେନିୟମ ସେଲଫିସରୁ ମିଳେ । ଏହା ଶ୍ୱତ ରକ୍ତକଣିକାକୁ ସାଇଟୋକିନଓ ଓ ପ୍ରୋଟିନ କ୍ଷରଣ କରିବାରେ ସାହାଯ୍ୟ କରେ । ଯାହା ପ୍ରତିରୋଦକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ସପ୍ତାହକୁ ମାଛ ଦୁଇଥର ଓ ବିଭିନ୍ନ ପ୍ରକାରର କୋଳି ୮ରୁ ୧୦ ଥରେ ଖାଆନ୍ତୁ ।