କରୋନା ମୁକାବିଲା : କାଲି ଠାରୁ ୫ ଜିଲ୍ଲା ଓ କିଛି ସହର ଲକ୍ ଡାଉନ୍, ଏହି ସମୟରେ ଜାରି ରହିବ କେଉଁ କେଉଁ ସେବା ?

1,503

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ଠାରୁ ରାଜ୍ୟର ପାଞ୍ଚ ଜିଲ୍ଲା ଓ କିଛି ପ୍ରମୁଖ ସହର ବନ୍ଦ ରହିବ । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବାରୁ ରାଜ୍ୟ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେଣୁ କରୋନା ମୁକାବିଲା ପାଇଁ ୫ ଜିଲ୍ଲାର ସବୁ ସହର ଓ ଗାଁ ବନ୍ଦ ରହିବ । ଏହାସହ ସମ୍ବଲପୁର, ଝାରସୁୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ଼୍ ଓ ଯାଜପୁର ଟାଉନ୍ ମାର୍ଚ୍ଚ ୨୨ ରବିବାର ସକାଳ ୭ ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ତେବେ ଏହି ଲକ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବା ଗୁଡ଼ିକ ଚାଲୁ ରହିବ । ବସ୍, ଟ୍ରେନ୍, ବିମାନ ସେବା ଚଳାଚଳ ହୋବ । ଏହାସହ ସଉଦା ଦୋକାନ, ପରିବାର ଦୋକାନ, ମାଛ, ଅଣ୍ଡା, ଚିକେନ୍ ଓ ପେଟ୍ରୋଲ ପମ୍ପ ମେଡ଼ିସିନ୍ ଦୋକାନ ଖୋଲା ରହିବ । ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ୍ ମାର୍କେଟ ମଧ୍ୟ ଖୋଲା ରହିବ ।

ସେହିପରି ଲକ୍ ଡାଉନ୍ ସମୟରେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍, ମ୍ୟୁନିସିପାଲିଟି ସେବା, ଅଗ୍ନିଶମ ସେବା, ଓଡ଼ିଆରଏଏଫ୍, ପାନୀୟ ଜଳ , ବିଦ୍ୟୁତ ସେବା ଆଜି ମଧ୍ୟ ଜାରି ରହିବ । ଅନ୍ୟପଟେ ପ୍ରଶାସନିକ କାର୍ଯ୍ୟାଳୟ ଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର ।