କନକ ବ୍ୟୁରୋ : କରୋନା ପାଇଁ ସାରା ଓଡ଼ିଶା ଲକଡାଉନ୍ । ଆଜି ରାତି ୧୨ଟାରୁ ରାଜ୍ୟର ସମସ୍ତ ଜିଲ୍ଲା ଆସନ୍ତା ୨୯ ତାରିଖ ରାତି ୧୨ ଟା ଯାଏଁ ଲକଡାଉନ । ଏନେଇ ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି । ଲକ୍ ଡାଉନକୁ କଡାକଡି କରିବା ପାଇଁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ଏମିତି କରିବାର କାରଣ ରାଜ୍ୟବାସୀଙ୍କୁ ଭୂତାଣୁ ଠାରୁ ଦୂରେଇ ରଖିବା । ଏବଂ ସାମଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ଏକ ନିଷ୍ପତି ହୋଇଛି । ରାଜ୍ୟବାସୀ ଏହାକୁ ମାନି ନିଜକୁ ସୁରକ୍ଷିତ ରଖିବା ସହ ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କରୋନା ମୁଖପାତ୍ର ସୁବ୍ରତ ବାଗଚୀ ।

Advertisment

publive-image

ତେବେ ତାଲା ବନ୍ଦ କଟକଣା ସତ୍ୱେ ଅତ୍ୟାବଶୀୟ ସାମଗ୍ରୀ ଦୋକାନ ଓ ଜରୁରୀ ସେବା ଖୋଲା ରହିବ ।

- ଡାକ୍ତରଖାନା, କ୍ଲିନିକ୍, ପାଥୋଲ୍ୟାବ୍ ଏବଂ ଔଷଧ ଦୋକାନ
- ପୋଲିସ୍, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ, ଓଡ୍ରାଫ୍
- ବିଦ୍ୟୁତ, ପାଣି ଓ ମ୍ୟୁନିସିପାଲଟି ସେବା
- କରୋନା ସଚେତନତା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା
- ଫଳ, କ୍ଷୀର ପାଉଁରୁଟି, ବିସ୍କୁଟ ଓ ଅନ୍ୟାନ୍ୟ ବେକରୀ ଦୋକାନ
- ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ
- ବ୍ୟାଙ୍କ, ଏଟିଏମ୍ ଓ ପେଟ୍ରୋଲ ପମ୍ପ
- ଏବଂ ମିଲ୍କ ବୁଥ୍