କନକ ବ୍ୟୁରୋ : ଆଜି ସକାଳୁ ରାଜଧାନୀରେ ଏକ ବଡ ଦୁର୍ଘଟଣା ହୋଇଛି । ଧଉଳି ରାସ୍ତା ଉପରୁ ଖସି ପଡିଲା ଟୁରିଷ୍ଟ ବସ୍ । ପଶ୍ଚିମବଙ୍ଗ ମେଦିନପୁରରୁ ଆସିଥିବା ଏକ ଟୁରିଷ୍ଟ ବସ୍ ଧଉଳିରୁ ଖସି ପଡିଥିବା ସୁଚନା ମିଳିଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା କ୍ୟାପିଟାଲ ହସ୍ପିଟାଲରେ ଚାଲିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କରିଛି । ଦୁର୍ଘଟଣା ପରେ ସମ୍ପୃକ୍ତ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ସ୍ଥାନୀୟ ଲୋକ ଓ ଯାତ୍ରୀଙ୍କ କହିବା କଥା ବସଟି ବ୍ରେକ ଫେଲ ହୋଇ ରାସ୍ତା କଡକୁ ଓଲଟି ପଡିଛି । ମେଦିନପୁରରୁ ଆସିଥିବା ବସଟି ଧଉଳି ପାହାଡ ଉପରକୁ ଚଢୁଥିବା ବେଳେ ପ୍ରାୟ ୧୦ ଫୁଟ ତଳକୁ ଖସି ପଡିଛି ।
ବସର ଅବସ୍ଥା ଦେଖିଲେ ଅନୁମାନ କରି ହେଉଛି ଏହା ଏକ ବଡ ଧରଣର ଦୁର୍ଘଟଣା । ୬୦ ଜଣ ପର୍ଯ୍ୟଟକଙ୍କୁୁ ଆଣି ବସଟି ପିକନିକ ପାଇଁ ଓଡିଶା ଆସିଥିଲା । ପର୍ଯ୍ୟଟକ ମାନେ ଢେଙ୍କାନାଳର କପିଳାସ ଓ ଲିଙ୍ଗରାଜ ମନ୍ଦିର ବୁଲିବା ପରେ ଧଉଳି ଅଭିମୁଖେ ଯାଉଥିଲେ । ଦୁର୍ଘଟଣା ବାବଦରେ ଜାଣିବା ପରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର (୦୬୭୪-୨୩୯୧୯୮୩) ଜାରି ହୋଇଛି ।
ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Screen-shot-2017-01-24-at-12.08.23-PM.png)