କନକ ବ୍ୟୁରୋ : ଦକ୍ଷିଣ ଆଣ୍ଡାମାନ ସାଗର ଓ ମଲ୍ଲାକା ସମୁଦ୍ରରେ ଥିବା ଘୂର୍ଣ୍ଣିଝଡ଼ ଲଘୁଚାପରେ ପରିଣତ ହୋଇଛି । ଆଗକୁ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହୋଇପାରେ । ୨୪ତାରିଖ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ୨୪ ତାରିଖରେ ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି ।
କୋଟି କୋଟି ଟଙ୍କାର ଚାକିରି କେମିତି ପାଇବେ ? ଇନଷ୍ଟାଗ୍ରାମ୍ ସିଇଓ ଦେଲେ ବଡ଼ ଟିପ୍ସ
ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଆହୁରି ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୨୨ ଓ ୨୩ତାରିଖରେ ଆଣ୍ଡାମାନ ନିକୋବରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ୨୪ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିପାରେ । ସେପଟେ ୨୮ ତାରିଖରେ ଏହା ଭୀଷଣ ବାତ୍ୟାର ରୂପ ନେବା ନେଇ ବିଭିନ୍ନ ମଡେଲ ଆକଳନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/22/06-2025-11-22-13-16-22.jpg)