କନକ ବ୍ୟୁରୋ : ଭଲ ପ୍ୟାକେଜର ଚାକିରି କରିବାକୁ କିଏ ନ ଚାହେ କହିଲେ । ମାସକୁ ମାସ ମନ ମୁତାବକ ଦରମା ପାଇଗଲେ ସବୁ ପରିଶ୍ରମର ଫଳ ମିଳିଗଲା ପରି ଲାଗେ । କିନ୍ତୁ ଆଜିର AI ଜମାନାରେ ବଡ଼ ସମସ୍ୟା ହେଉଛି ରୋବୋଟ୍ ଚାକିରି ନେଉଛି ଯାହାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଟେନସନ୍ ବଢ଼ିବାରେ ଲାଗିଛି । ଆଉ ଏଭଳି ସମୟରେ ଇନଷ୍ଟାଗ୍ରାମର ସିଇଓ ଏଡମ୍ ମୋସେରି ଏକ ଆଶ୍ଚର୍ଯ୍ୟ କଲା ଭଳି ବୟାନ ଦେଇଛନ୍ତି ।
ଏଡମଙ୍କ ଅନୁସାରେ AI ଯୁଗରେ ସଫଳ ହେବା ପାଇଁ କୌଣସି ବଡ଼ ବିଶ୍ୱବିଦ୍ୟାଳୟରୁ ଡିଗ୍ରି ନେବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ସମୟର ଟପ୍ AI ଇଞ୍ଜିନିୟର୍ ନିଜର ଯୋଗାଡ଼ କ୍ଷମତା ଏବଂ ଶୀଘ୍ର ଶିଖିବାର ଆଗ୍ରହ ଯୋଗୁଁ ଅଧିକ ଟଙ୍କା ରୋଜଗାର କରିବା ସହ ସମ୍ମାନର ପାତ୍ର ମଧ୍ୟ ହେଉଛନ୍ତି । ଏଡମଙ୍କ କହିବାନୁସାରେ AI ଏତେ ଶୀଘ୍ର ଆଗକୁ ବଢ଼ୁଛି ଯେ ବର୍ତ୍ତମାନ ଟ୍ୟାଲେଣ୍ଟ୍ କହିଲେ କେବଳ ତାହାକୁ ବୁଝାଇବ ଯିଏ ଏହାକୁ ଭଲରେ ବ୍ୟବହାର କରିପାରିବ । AI ହେଉଛି ଏମିତି ଏକ ଯୁଗ ଯାହା ପୁରୁଣା ସିଲିକନ୍ ଭ୍ୟାଲି ହାୟରିଂ ପରମ୍ପରାକୁ ଚ୍ୟାଲେଞ୍ଜ ଦେଉଛି ।
ଅଧିକ ପଢ଼ନ୍ତୁ : ଶୀତରେ ଗରମ ପାଣିରେ ଗାଧୋଉଥିଲେ ସାବଧାନ, ହୋଇପାରେ ୫ ବଡ଼ ସମସ୍ୟା
ଇନଷ୍ଟାଗ୍ରାମ ସିଇଓ ଏକ ପଡକାଷ୍ଟରେ ଆଲୋଚନା ବେଳେ କହିଥିଲେ ଯେ ଟପ୍ AI ଇଞ୍ଜିନିୟର୍ ହେଉଛନ୍ତି ସେହି ଲୋକ ଯେଉଁମାନେ ସବୁବେଳେ ଶୀଘ୍ର ଶିଖିଥାଆନ୍ତି ଏବଂ ପ୍ରତିଦିନ କିଛି ନୂଆ କରିବାକୁ ପ୍ରୟାସ ରଖନ୍ତି । ତାଙ୍କ ମତରେ ଆଜିର ଏଆଇ ଇକୋସିଷ୍ଟମ୍ ପାରମ୍ପରିକ ଇଞ୍ଜିନିୟରିଙ୍ଗଠାରୁ ଭିନ୍ନ । ଯେଉଁଠି ସଠିକ୍ ଲେଖିବା ଅପେକ୍ଷା କେତେ ଶୀଘ୍ର ପରିବର୍ତ୍ତନର ଧାରାରେ ଆଡଜଷ୍ଟ୍ କରୁଛନ୍ତି ତାହା ଅଧିକ ଜରୁରି । ବର୍ତ୍ତମାନ ଏଆଇ ଟାଲେଣ୍ଟକୁ ନେଇ ୨୦୨୫ ରେ ଏକ ଡିଜିଟାଲ୍ ଯୁଦ୍ଧ ଛିଡ଼ା ହୋଇଛି, ଯେଉଁଠି ବଡ଼ କମ୍ପାନି କୋଟି କୋଟି ଟଙ୍କା ପ୍ୟାକେଜର ଅଫରରେ AI ଇଞ୍ଜିନିୟରଙ୍କୁ ହାୟର୍ କରୁଛି । ଯେହେତୁ ସ୍କିଲ୍ଡ AI ଇଞ୍ଜିନିୟରଙ୍କ ଅଭାବ ଦେଶରେ ରହିଛି ତେଣୁ କମ୍ପାନି ଖୋଜି ଖୋଜି ଏପରି ଇଞ୍ଜିନିୟରଙ୍କୁ ହାୟର୍ କରୁଛି ଏବଂ ମନମୁତାବକ ପ୍ୟାକେଜ୍ ମଧ୍ୟ ଦେଉଛି ।
AI ଏତେ ନୂଆ ଯେ ସ୍କୁଲରେ ଶିଖିବା କଷ୍ଟକର । ନୂଆ ଟେକନିକ୍ ଦ୍ରୁତ ଗତିରେ ବିକଶିତ ହେଉଛି ଏବଂ କମ୍ପାନି ସେହି ଲୋକଙ୍କୁ ଖୋଜୁଛି ଯେ ପ୍ରତିଦିନ କିଛି ନୂଆ କରିବାକୁ ଚେଷ୍ଟା କରିଥାଆନ୍ତି । ଏଡମ୍ ମୋସେରି ଏବଂ ଅନ୍ୟ ଟେକ୍ ଲିଡର୍ସଙ୍କ ଅନୁସାରେ vibe-coding ଅର୍ଥାତ AI ଜରିଆରେ କୋଡ୍ ଜେନେରେଟ୍ ଏବଂ ରିଫାଇନ୍ କରିବ । ଏହାଦ୍ୱାରା ଯୁବ ଡେଭଲପର୍ସଙ୍କୁ ମଧ୍ୟ ବଡ଼ ଲାଭ ମିଳିବ ।
ସ୍କେଲ୍ AIର ପ୍ରତିଷ୍ଠାତା ଆଲେକଜାଣ୍ଡର ୱାଙ୍ଗଙ୍କ ଅନୁସାରେ ପିଲାଦିନରୁ ମେସିନ୍ ସହିତ ସମୟ ବିତାଉଥିବା ଲୋକମାନେ କମ୍ପ୍ୟୁଟର ଯୁଗରେ ଏକ ଧାରା ସୃଷ୍ଟି କଲେ । ଆଜି AI ଟୁଲ୍ସ ସହିତ ସମୟ ବିତାଉଥିବା ଯୁବପିଢ଼ିଙ୍କୁ ଏକ ପ୍ରମୁଖ କ୍ୟାରିଅର ବୁଷ୍ଟ୍ ମିଳୁଛି । ଏହି ନୂତନ ପଦ୍ଧତି ନା’ କେବଳ ଶିକ୍ଷାକୁ ତ୍ୱରାନ୍ୱିତ କରୁଛି ବରଂ କୋଡିଂର ବୁଝାମଣାକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/22/instagram-ceo-2025-11-22-13-01-59.jpg)