ପୁଣି ଆସୁଛି ଲଘୁଚାପ, ବଢ଼ିଲା ବାତ୍ୟା ଭୟ

୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ ।

1

New Low-Pressure Area Forming Over Southeast Bay Photograph: (KanakNews)

କନକ ବ୍ୟୁରୋ: ପୁଣି ଆସୁଛି ଲଘୁଚାପ । ୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । 

ବାଂଲାଦେଶୀଙ୍କୁ ବିଦା କରିବାକୁ ବିଭିନ୍ନ ଜିଲ୍ଲାରେ ଘନ ଘନ ରେଡ୍; ଜଗତସିଂହପୁରରେ ମାରଣାସ୍ତ୍ର ଜବତ ପରେ ପୁଲିସର ଛାନଭିନ

ତେବେ ଅବେଳରେ ଲଘୁଚାପ ଆସୁଥିବାରୁ ବାତ୍ୟା ଆଶଙ୍କା କରାଯାଉଛି । ଯଦିଓ ଲଘୁଚାପ ଅବପାତରେ ପରିଣତ ହେବା ପରେ କେତେ ଶକ୍ତିଶାଳୀ ହେବ, କେଉଁ ପଥରେ ଆଗକୁ ବଢ଼ିବ, ସ୍ଥଳଭାଗକୁ ମାଡ଼ି ଆସିବ କି, ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଅସମୟରେ ଲଘୁଚାପ ସୃଷ୍ଟି ହେଉଥିବା ବାତ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି । 

ଯେଉଁ ସମୟରେ ହାଡ଼ଭଙ୍ଗା ଶୀତ ହେବା କଥା ସେହି ସମୟରେ ଲଘୁଚାପ ହେବା ଜଳବାୟୁ ପରିବର୍ତ୍ତନର ଏକ ସଙ୍କେତ ବୋଲି କହିପାରିବା । ବର୍ତ୍ତମାନ ନଭେମ୍ବର ମାସ ଚାଲିଛି । ଏହି ସମୟରେ ପ୍ରବଳ ଶୀତ ଅନୁଭୂତ ହେବା କଥା । କିନ୍ତୁ ବର୍ତ୍ତମାନ ସେଭଳି ଶୀତ ପଡ଼ିନଥିବା ବେଳେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଯାହା ଏକ ଚିନ୍ତାଜନକ ବିସୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe