Cyclone Photograph: (KanakNews)
କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟାରେ ବାତ୍ୟା! ମାଲେସିୟା ଓ ମଲ୍ଲକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ତ୍ତମାନ ଗୋଟିଏ ସ୍ପଷ୍ଟ ଲଘୁଚାପ ରହିଛି । ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୋଟିଏ ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ପଷ୍ଟ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏହା ଅଧିକ ଘନୀଭୂତ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟା ପରେ ଏହା ବାତ୍ୟାରେ ପରିଣତ ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ପ୍ରାରମ୍ଭିକ ସ୍ୟାଟେଲାଇଟ ବିଶ୍ଲେଷଣରୁ ଜଣାପଡ଼ିଛି ଯେ ଦକ୍ଷିଣ ଆଣ୍ଡାମାନ ସାଗର, ମଲକ୍କା ଓ ଆଖପାଖ ଅଞ୍ଚଳରେ ପାଣିପାଗ ଅତ୍ୟନ୍ତ ଖରାପ ରହିଛି । ସେଠାରେ ପବନର ବେଗ ଅଧିକ ରହିଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇ ଉଠିଛି । ଏହାବାଦ କୋମୋରିନ ଓ ଆଖପାଖ ଅଞ୍ଚଳରେ ରହିଥିବା ଉପରି ଭାଗ ଘୂର୍ଣ୍ଣିବଳୟ ଯୋଗୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ନୂଆ ଲଘୁଚାପ କ୍ଷେତ୍ର ଆଜି ସୃଷ୍ଟି ହୋଇପାରେ । ଏହା ଅଧିକ ଘନୀଭୂତ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଯଦି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ବାତ୍ୟାର ରୂପ ନେବ, ତା’ହେଲେ ଏହାର ନାଁ ସେନୟାର ରହିବ । ଏହାର ଅର୍ଥ ସିଂହ । ୟୁଏଇ ପକ୍ଷରୁ ବାତ୍ୟାର ନାମକରଣ କରାଯାଇଛି । ଆଇଏମଡିର ନିୟମ ଅନୁସାରେ, ଗଭୀର ଅବପାତ ଅଧିକ ଘନୀଭୂତ ହେବା ପରେ ବାତ୍ୟାରେ ପରିଣତ ହୋଇଥାଏ । ଏହାପରେ ବାତ୍ୟାର ନାମକରଣ ହୋଇଥାଏ । ତେଣୁ ବାତ୍ୟା ହେବା ପରେ ଆଇଏମଡି ଏହାର ନାଁ ସେନୟାର ରଖିବ ।
ରଙ୍ଗିନ ପରଦାରେ ବୀର ଯବାନଙ୍କ କାହାଣୀ; ସେନାର ସିଂହଙ୍କ କାହାଣୀ କହିବ ‘ଧୂରନ୍ଧର’
ଆସନ୍ତା ୨୪ ଘଣ୍ଟାରେ ବାତ୍ୟା!
ମାଲେସିୟା ଓ ମଲ୍ଲକା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସ୍ପଷ୍ଟ ଲଘୁଚାପ
ଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହୋଇପାରେ
ସ୍ପଷ୍ଟ ଲଘୁଚାପ ବର୍ତ୍ତମାନ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।
ଏହା ଅଧିକ ଘନୀଭୂତ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗଭୀର ଅବପାତରେ ପରିଣତ ହେବ ।
ପରବର୍ତ୍ତୀ ୨୪ ଘଣ୍ଟା ପରେ ଏହା ବାତ୍ୟାରେ ପରିଣତ ହୋଇପାରେ ।
ଦକ୍ଷିଣ ଆଣ୍ଡାମାନ ସାଗର, ମଲକ୍କା ଓ ଆଖପାଖ ଅଞ୍ଚଳରେ ପାଣିପାଗ ଅତ୍ୟନ୍ତ ଖରାପ ରହିଛି
ସେଠାରେ ପବନର ବେଗ ଅଧିକ ରହିଥିବା ବେଳେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇ ଉଠିଛି
ଏହାବାଦ କୋମୋରିନ ଓ ଆଖପାଖ ଅଞ୍ଚଳରେ ରହିଥିବା ଉପରି ଭାଗ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି
ଫଳରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ
ଏହା ଅଧିକ ଘନୀଭୂତ ହେବାର ଯଥେଷ୍ଟ ଆଶଙ୍କା ରହିଛି ।
ଯଦି ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ବାତ୍ୟାର ରୂପ ନେବ, ତା’ହେଲେ ଏହାର ନାଁ ସେନୟାର ରହିବ ।
Follow Us