Low-Pressure Photograph: (KanakNews)
କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ । ଆନ୍ଧ୍ର ଓ ଓଡ଼ିଶାକୁ ପୁଣି ବାତ୍ୟା ଡର । ୨୯ କିମ୍ବା ୩୦ ତାରିଖରେ ନେଇପାରେ ଭୀଷଣ ରୂପ । ମାଲାକ୍କା ସମୁଦ୍ର ମଧ୍ୟ ଅଂଶରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସ୍ଥିର ରହିଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି । ପ୍ରଭାବରେ ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ୨୪ ତାରିଖରେ ଆହୁରି ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଅଧିକ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
କଟକ ଦରଘାବଜାର ଜେଲ୍ କଲୋନିରେ ବୀଭତ୍ସ ହତ୍ୟାକାଣ୍ଡ: ଧାର ଟଙ୍କା ନ ଶୁଝିବାରୁ ବାପା ଓ ସାବତ ମାଙ୍କୁ ଛୁରି ଭୁସି ହତ୍ୟା କଲା ଜହ୍ଲାଦ ପୁଅ
୨୮ ତାରିଖରେ ଏହା ଭୀଷଣ ବାତ୍ୟାର ରୂପ ନେଇପାରେ । ବିଭିନ୍ନ ମଡେଲ୍ କହୁଛନ୍ତି ଯେ ୨୯ ଓ ୩୦ ତାରିଖରେ ଅତି ଭୀଷଣ ବାତ୍ୟା ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରକୁ ମୁହାଁଇବ । ଏହା ଆନ୍ଧ୍ର ଓ ଓଡ଼ିଶା ଉପକୂଳ ମୁହାଁଇବାର ଅଧିକ ସମ୍ଭାବନା ରହିଛି । ତେବେ ନିର୍ଦ୍ଦିଷ୍ଟ ଭାବେ ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହାର ସମୟ କିମ୍ବା ସ୍ଥାନ ଆକଳନ କରିବା ଏବେ ସମ୍ଭବପର ନୁହେଁ । କାରଣ ଏହି ପ୍ରଣାଳୀ ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ରହିଛି । ଲ୍ୟାଣ୍ଡଫଲ୍ ପାଇଁ ଆହୁରି ସପ୍ତାହେ ସମୟ ରହିଥିବାରୁ ଆକଳନ ଠିକ୍ ଭାବେ ହୋଇ ପାରୁନାହିଁ । ସମ୍ଭାବ୍ୟ ବାତ୍ୟା ଯେଉଁଠାରେ ଲ୍ୟାଣ୍ଡଫଲ୍ କଲେ ମଧ୍ୟ ବର୍ଷାର ସମ୍ଭାବନା ରହିଥିବା ନେଇ ସେ ଆକଳନ କରିଛି ପାଣିପାଗ ବିଭାଗ। ଅନ୍ୟପକ୍ଷରେ ସାରା ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
Follow Us