କନକ ବ୍ୟୁରୋ: କଟକ ଦରଘାବଜାର ଜେଲ୍ କଲୋନିରେ ବୀଭତ୍ସ ହତ୍ୟାକାଣ୍ଡ । ବାପା ଓ ସାବତ ମାଙ୍କୁ ଛୁରି ଭୁସି ହତ୍ୟା କଲା ପୁଅ । ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି ହତ୍ୟାକାରୀ । ପୁଲିସ ଦୁଇ ଜଣଙ୍କ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି । ଧାର ଟଙ୍କା ନ ଶୁଝିବାରୁ ଜହ୍ଲାଦ ପୁଅ ଏଭଳି କାଣ୍ଡ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତକ ୫୮ ବର୍ଷୀୟ ଦୀପକ ଦାସ ଜେଲ ବିଭାଗରେ ସେଲ୍ସ୍ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ । କିଛି ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀ ନଳିନୀପ୍ରଭା ଦାସଙ୍କର ମୃତ୍ୟୁ ଘଟିଥିଲା । ପରେ ଦୀପକ ଲିତାରାଣୀ ଦାସଙ୍କୁ ବିବାହ କରିଥିଲେ । ଦୁହେଁ ଦରଘାବଜାର ଜେଲ୍ କଲୋନିରେ ରହୁଥିଲେ । ଏମାନଙ୍କ ସହ ଲିତାରାଣୀଙ୍କ ପୁତୁରା ଜୁଲିୟସ ଦାସ ବି ରହୁଥିଲେ । ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ଦାସ, ପତ୍ନୀ ତରୁଲତା ଓ ଝିଅ ସହ ମକରାବାଗରେ ରହୁଛନ୍ତି । ଆଲୋକଙ୍କଠାରୁ ବାପା ଦୀପକ ୧୦ ଲକ୍ଷ ଟଙ୍କା ଧାର ଆଣିଥିଲେ । ଏହାକୁ ପରିଶୋଧ କରିଦେବେ ବୋଲି କହିଥିଲେ ହେଁ ଶୁଝି ପାରି ନଥିଲେ ।
ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ମାମଲା: ୪ ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କୁ ମାରାଥନ୍ ଜେରା କଲା ସିବିଆଇ
ସେପଟେ ଆଲୋକ ମଧ୍ୟ ଏକାଧିକ ବ୍ୟକ୍ତିଙ୍କଠାରୁ ଧାରସୂତ୍ରରେ ଟଙ୍କା ଆଣିଥିଲେ। ସେମାନେ ଟଙ୍କା ମାଗିବାରୁ ଆଲୋକ ଫେରାଇ ପାରୁନଥିଲେ । ଧାର ଦେଇଥିବା ଲୋକମାନେ ଆଲୋକଙ୍କୁ ମାଡ଼ ବି ମାରିଥିଲେ । ଏହି ଘଟଣାକୁ ନେଇ ପରିବାରରେ ବିବାଦ ଲାଗି ରହିଥିଲା । ଶୁକ୍ରବାର ରାତିରେ ଏହା ଉଗ୍ର ରୂପ ନେଇଥିଲା । ବାପା ଦୀପକ ଓ ସାବତ ମାଙ୍କୁ ଆକ୍ରମଣ କରିଥିଲା । ଦୁହେଁ ପ୍ରତିରୋଧ କରିଥିଲେ ହେଁ ବର୍ତ୍ତି ପାରି ନ ଥିଲେ । ଆଲୋକ ଛୁରି ଭୁସି ଉଭୟଙ୍କୁ ହତ୍ୟା କରିଥିଲା । ଧସ୍ତାଧସ୍ତି ବେଳେ ଆଲୋକ ବି ଆହତ ହୋଇଥିଲା । ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଆଲୋକକୁ ଗିରଫ କରିଥିଲା । ତେବେ ଆହତ ହୋଇଥିବାରୁ ତାକୁ ଏସ୍ସିବିରେ ଭର୍ତ୍ତି କରାଯାଇଛି । ମୃତକ ଦୀପକଙ୍କ ମୂଳ ଘର ପୁରୀଜିଲ୍ଲା କାକଟପୁର ଥାନା ବନମାଳୀପୁର ଅଞ୍ଚଳରେ ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/22/1-2025-11-22-07-52-39.jpg)