କନକ ବ୍ୟୁରୋ: ଶୀତ ସାଙ୍ଗକୁ କୁହୁଡ଼ି କରୁଛି କଲବଲ । ସାରା ରାଜ୍ୟରେ ଏବେ ପାରଦ ତଳ ମୁହାଁ ହୋଇଥିବା ବେଳେ, କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଘନ କୁହୁଡି ନେଇ ୧୮ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡିକ ହେଉଛି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, କେନ୍ଦ୍ରାପଡା, ଜଗତସିଂହପୁର, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼ ।
ଆଜି କେମିତି କଟିବ ଦିନ? ଜାଣନ୍ତୁ...
ତେବେ ଆଗାମୀ ତିନି ଦିନ ମଧ୍ୟ କୁହୁଡ଼ି ରହିବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି ହେଇଛି । କୁହୁଡ଼ି ଯୋଗୁଁ ରାଜଧାନୀର ରାସ୍ତା କଥା କୁହନ୍ତୁ କିମ୍ବା ଜାତୀୟ ରାଜପଥ ସବୁଠି ଯାତାୟତ ବାଧା ପ୍ରାପ୍ତ ହେଉଛି ।
ସାରା ରାଜ୍ୟ ସମେତ କନ୍ଧମାଳ ଜିଲ୍ଲାରେ ଚଳିତ ବର୍ଷ ଶୀତ ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଶୀତ ତାର ପ୍ରକୋପ ଦେଖେଇବାରେ ଲାଗିଛି । ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତ କୁ ଜାଡ କଲବଲ କରୁଛି । ହାତଗୋଡ଼ କାଳ ମାରୁଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି । ରାତି ଯେତେ ବଢୁଛି ଜାଡ଼ ସେତେ ଅଧିକ ହେଉଛି । ମାଳୁଆ ଶୀତ ତାର ରୂପ ଦେଖେଇବାରେ ଲାଗିଛି । ଜି ଉଦୟଗିରି ସହରର ତାପମାତ୍ରା ୪.୪ଡିଗ୍ରି ରହୁଥିବା ବେଳେ ଦାରିଙ୍ଗବାଡି,ଫୁଲବାଣୀ, ବାଲିଗୁଡ଼ା,ବେଲଘର୍ ସମେତ ଜିଲ୍ଲା ତମାମ ୬ ରୁ ୮ ଡିଗ୍ରୀ ମଧ୍ୟ ରେ ତାପମାତ୍ରା ରହୁଥିବା ରେକର୍ଡ କରାଯାଇଥିବା ବେଳେ ଆହୁରି ପାରଦ ଖସିବ ଶୀତ ଜନଜୀବନ ପ୍ରଭାବିତ କରିବ ।
ସୁବର୍ଣ୍ଣପୁରରେ ପାରଦ କମିବ ସହ ଶୀତ ବଢିଛି । କେବଳ ଶୀତ ନୁହେଁ କୁହୁଡି ଯୋଗୁଁ ଜନଜୀବନ ହେଉଛି ଅସ୍ତବ୍ୟସ୍ତ । ଯଉଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୀତରୁ ରକ୍ଷା ପାଇବା ପାଇଁ କିଏ ନିଆଁ ପୋଉ ଛି ତ କିଏ ଚା ପିଉଛି । ଲୋକେ ଭୋର ସକାଳୁ ଘରୁ ବାହାରିପାରୁନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/28/1-2025-12-28-07-35-44.jpg)