କନକ ବ୍ୟୁରୋ: ରାଜ୍ୟରେ ଶୀତ ଲହର ଜାରି ରହିଛି । ପ୍ରବଳ ଥଣ୍ଡା ଆଉ କୁହୁଡି ଯୋଗୁ ସନ୍ଧ୍ୟା ପରେ ଅଧିକାଂଶ ଲୋକେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି । କୋରାପୁଟରେ ୧୫ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ଏହାରି ଭିତରେ ଆଗାମୀ ୩ ଦିନ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । କୁହୁଡି ଏସବୁ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି କୁହାଯାଉଥିବା ବେଳେ ଘନ କୁହୁଡ଼ି ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
କେମିତି କଟିବ ଆଜିର ଦିନ, ଜାଣନ୍ତୁ...
ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ୟୋଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଜି ସକାଳ ସାଢେ ୮ ଟା ପର୍ଯ୍ୟନ୍ତ ନୟାଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ଦେଖାଯିବ । ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିବ । ଗତ ୧୫ ବର୍ଷ ମଧ୍ୟରେ ଚଳିତ ବର୍ଷ କୋରାପୁଟରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଛି । ୨୪ ଘଣ୍ଟାରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୪ ଦଶମିକ ୮ ଡିଗ୍ରୀ ଦେଖିବାକୁ ମିଳିଛି । ସପ୍ତାହ ପର୍ଯ୍ୟନ୍ତ ପ୍ରବଳ ଜାଡ ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । କୁହୁଡି ଯୋଗୁ ଦୁର୍ଘଟଣା ବଢୁଥିବାରୁ ଆରଟିଓମାନଙ୍କ ପକ୍ଷରୁ ସଚେତନ କରାଯାଉଛି । ଧିରେ ଧିରେ ଗାଡ଼ି ଚଳାଇବା ସହ ସ୍ପଷ୍ଟ ଦୃଶ୍ୟମାନ ହେଉନଥିଲେ ଗାଡି ନଚଳାଇବାକୁ ପରାମର୍ଶ ଦିଆଯାଇଛି ।
ଶିମିଳିପାଳରେ ଖସୁଛି ପାରଦ, ୩ ଡିଗ୍ରୀକୁ ଖସି ଆସିଲା ତାପମାତ୍ରା। ପ୍ରବଳ ଜାଡ଼ରେ ଥରୁଛି ମୟୂରଭଞ୍ଜ । ଆଜି ଶିମିଳିପାଳର ଆପାର-ବରାହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ରେକର୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଛି । ଶିମିଳିପାଳର ଆପାର-ବାରହାକାମୁଡ଼ାରେ ତାପମାତ୍ରା ୩ ଡିଗ୍ରୀ, ଚହଲାରେ ୫, ଗୁଡୁଗୁଡ଼ିଆରେ ଓ ବରେହିପାଣିରେ ୬, ରାମତୀର୍ଥରେ ୧୦ ଓ କିଆଝରିରେ ସର୍ଵନିମ୍ନ ୧୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେବଳ ଶିମିଳିପାଳ ନୁହେଁ ମୟୂରଭଞ୍ଜର ବାରିପଦା,ପାଞ୍ଚପିଢ଼,ବାମନଘାଟି ଓ ଉଦଳା ଚାରି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଏବେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/27/1-2025-12-27-07-43-10.jpg)