ଜାଡ଼ରେ ଥରୁଛି ସାରା ଓଡ଼ିଶା, ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ତାପମାତ୍ରା

Advertisment

ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । 

ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । 

cold

cold Photograph: (KanakNews)

କନକ ବ୍ୟୁରୋ: ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଶୀତ ଲହରୀରୁ ନାହିଁ ନିସ୍ତାର । ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । 

ସାରା ରାଜ୍ୟରେ ଜାରି ଶୀତ ଲହରୀ : ଆହୁରି ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ

ଆସନ୍ତା ୧୮ ତାରିଖ ଯାଏ ରାଜ୍ୟରେ ଶୀତ ଲହରିର ସମ୍ଭାବନା ଅଧିକ ରହିଛି । ସେହିପରି ୧୯ରୁ ୨୫ ତାରିଖ ଯାଏ ରାତି ତାପମାତ୍ରା ସ୍ବାଭାବିକଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଜ୍ଞାନୀ । ସେପଟେ ରାଜ୍ୟରେ ପାରଦ ଲଗାତାର ନିମ୍ନଗାମୀ ହେବାରେ ଲାଗିଛି । ଶୀତ ଲହରିରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ପାରଦ ସ୍ତର ସେମିଳିଗୁଡ଼ା ଠାରେ ୩.୫ ଡିଗ୍ରି ରେକର୍ଡ ହୋଇଛି । ଜି ଉଦୟଗିରିରେ ପାରଦସ୍ତର ୪ ଡିଗ୍ରି, ଫୁଲବାଣୀରେ ୫.୨ ଡିଗ୍ରି, ଚିପିଲିମାରେ ୬.୧ ଡିଗ୍ରି, ଝାରସୁଗୁଡ଼ାରେ ୬.୮ ଡିଗ୍ରି, ରାଉରକେଲାରେ ୬.୬ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୭ଡିଗ୍ରି ରେକର୍ଡ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe