ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି: କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ

Advertisment

ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ ହୋଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ କମ ତାପମାତ୍ରା ରେକର୍ଡ ହୋଇଛି ।

Updated On

ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ ହୋଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ କମ ତାପମାତ୍ରା ରେକର୍ଡ ହୋଇଛି ।

ଅଦ୍ୟତନ ହୋଇଛି
1

Weather Upadate Photograph: (kanak news)

କନକ ବ୍ୟୁରୋ: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ ହୋଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ କମ ତାପମାତ୍ରା ରେକର୍ଡ ହୋଇଛି । ଦାମନଯୋଡିରେ ଆଜି ତାପମାତ୍ରା ୨.୯ ଡ଼ିଗ୍ରୀ ରହିଥିବା ବେଳେ ଲମତାପୁଟରେ ୪.୩ ଏବଂ ନନ୍ଦପୁର ଅଞ୍ଚଳ ରେ ୪.୬ ଏବଂ ସିମିଳିଗୁଡା ଅଞ୍ଚଳରେ ରାତିର ତାପମାତ୍ରା ୫.୫ ଡିଗ୍ରୀ ରହିଛି । ରାଜ୍ୟରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରଭାବ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

କେମିତି କଟିବ ଆଜିର ଦିନ, ଜାଣନ୍ତୁ...

 

ଶୀତ ସାଙ୍ଗକୁ ଘନ କୁହୁଡି । କାକଟପୁର ଅଞ୍ଚଳରେ କୁହୁଡି ପ୍ରଭାବରେ ସାଧାରଣ ଜନ ଜୀବନ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଶୀତୁଆ ସକାଳରେ  କୁହୁଡିର ଆସ୍ଥରଣ ଦେହହାତକୁ କାଲୁଆ କରିଦେଉଥିବା ବେଳେ ଲୋକମାନେ ଛକ ବଜାର ରେ ଚା’ ଦୋକାନରେ ଗରମ ଚା’ ପିଇ ଆସୋସ୍ଥି ଲାଭ କରୁଥିବା ଦେଖିବାକୁ ମିଳିଛି । ରାସ୍ତାରେ ସବୁ ଯାନବାହାନ ଲାଇଟ ଲଗାଇ ଯାତାୟାତ କରୁଛନ୍ତି. ସ୍କୁଲ ପିଲାମାନେ ସକାଳୁ ଟ୍ୟୁସନ ଯିବାକୁ ନାନା ଅସୁବିଧା ହେଉଛନ୍ତି । କୁହୁଡି ଏମିତି ହୋଇଛି ଯେ ଦଶ ମିଟର ବାଟରୁ ଜଣକୁ ଜଣେ ଦେଖିବା କଷ୍ଟ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe