କନକବ୍ୟୁରୋ : ରାଜ୍ୟରେ  ଜାରି ରହିଛି ଶୀତ ପ୍ରବାହ । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତ୍ତନ ହେବ ନାହିଁ । ଗୋଟିଏ ଦୁଇଟି ସହରର ତାପମାତ୍ରା ଏପାଖ ସେପାଖ ହୋଇପାରେ ।‌ ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।  ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରି ରେକର୍ଡ ହୋଇଛି ।  

Advertisment

ସେହିପରି ଘୂ.ଉଦୟଗିରିରେ ତାପମାତ୍ରା ୪.୨ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରି, ସିମିଳିଗୁଡ଼ାରେ ୬.୧ ଡିଗ୍ରୀ, କୋରାପୁଟରେ ୭ ଡିଗ୍ରୀ, ରାଉରକେଲାରେ ୮.୨ ଡିଗ୍ରୀ, ଚିପିଲିମାରେ ୮.୬ ଡିଗ୍ରୀ, ଝାରସୁଗୁଡ଼ାରେ ୮.୯ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, ଅନୁଗୁଳରେ ୯.୬ ଡିଗ୍ରୀ, ବୌଦ୍ଧ ଓ କିରୋଇରେ ୯.୮ ଡିଗ୍ରି ରହିଥିଲା ।  ଅନ୍ୟ ସମସ୍ତ ସହରର ପାରଦ ୧୦ ଡିଗ୍ରି କିମ୍ବା ତା’ଠାରୁ ଅଧିକ ଥିଲା ।  କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ପଡ଼ିଛି।  କେ‌ତେକ ସ୍ଥାନରେ ପାରଦ ସ୍ବାଭାବିକ ଠାରୁ ୬ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସିନ୍ଥେଟିକ୍‌ ପନିର୍ କବ୍‌ଜାରେ ରାଜଧାନୀ; ବଜାରରେ ନକଲି ପନିର୍, ଛେନା

ଅନ୍ୟୂନ ଆଉ କିଛି ଦିନ ଶୀତରୁ ନିସ୍ତାର ମିଳିବନି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁଯାୟୀ ଜିଲ୍ଲାରେ ଜାଡ଼ ଅବ୍ୟାହତ ରହିଛି। ଆଇଏମ୍‌ଡି ପକ୍ଷରୁ ଆଗାମୀ ୫ ଦିନ ପାଇଁ ଯେଉଁ ପୂର୍ବାନୁମାନ କରାଯାଇଛି, ସେଥିରୁ ଏହା ସ୍ପଷ୍ଟ ହୁଏ। ଆକଳନ ଅନୁଯାୟୀ, ଆଗାମୀ ଦୁଇ ଦିନ, ଅର୍ଥାତ୍‌ ୧୫ ଓ ୧୬ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ଓ ସୁନ୍ଦରଗଡ଼ ସହରର ସର୍ବନିମ୍ନ ତାମପାତ୍ରା ୧୧ ଡିଗ୍ରି ରହିବ। ସେହିଭଳି ପରବର୍ତ୍ତୀ ତିନିଦିନ, ଅର୍ଥାତ୍‌ ୧୭, ୧୮ ଓ ୧୯ ତାରିଖରେ ରାଉରକେଲାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ରହିବ। ଏହାସହ ୧୭ ତାରିଖରେ ସୁନ୍ଦରଗଡ଼ର ତାପମାତ୍ରା ୧୧ ଡିଗ୍ରି ଏବଂ ୧୮ ଓ ୧୯ ତାରିଖରେ ୧୦ ଡିଗ୍ରି ରହିବ। ପାରଦ ଯେମିତି ଖସୁଛି, ସେହି ଅନୁପାତରେ ଶୀତକାଳୀନ ପୋଷାକର ଚାହିଦା ବଢ଼ିବାରେ ଲାଗିଛି ।

ସହରର ବିଭିନ୍ନ ସୋ’ରୁମ୍‌ ହେଉ କିମ୍ବା ସେକ୍ଟର-୩ ବାସନ୍ତୀ ପଡ଼ିଆ, କୋଣାର୍କ ଟକିଜ୍‌ ପାଖ ଅସ୍ଥାୟୀ ତିବ୍ଦତୀୟ ଶୀତକାଳୀନ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଉଭୟ ପୁରୁଷ ଓ ମହିଳା, ଶିଶୁଙ୍କ ପାଇଁ ବିଭିନ୍ନ ଦରର ଜ୍ୟାକେଟ୍‌, ହୁଡି, ସ୍ବେଟ୍‌ସାର୍ଟ୍‌, କ୍ୟାପ୍‌, ଗ୍ଲୋଭ୍‌ସ ଆଦି ଉପଲବ୍ଧ। ସେହିଭଳି ମେନ୍‌ ରୋଡ୍‌, ବିର୍ସା ରୋଡ୍‌, ଉଦିତନଗରରେ ଥିବା ଛୋଟବଡ଼ କୋଦକାନରେ ଭିଡ଼ ଦେଖିବାକୁ ମିଳୁଛି। କମ୍ବଳ, ରଜାଇ ଆଦିର ଚାହିଦା ମଧ୍ୟ ଢେର୍‌ ଅଧିକ। ଡିସେମ୍ବର ଶେଷ ଯାଏ ଏହି ବେପାର ଜମିବ ବୋଲି ବ୍ୟବସାୟୀ ଆଶାବ୍ୟକ୍ତ କରିଛନ୍ତି।