କନକ ବ୍ୟୁରୋ: ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି । ଜି. ଉଦୟଗିରିର ରାତି ପାରଦ ସମାନ୍ୟ ବଢ଼ିଛି । ୩ ଡିଗ୍ରିକୁ ଖସିଥିବା ପାରଦ ୫ ଡିଗ୍ରିକୁ ଉଠିଛି । ଏବେ ବି ରାଜ୍ୟର ୧୧ ସହରର ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ତାପମାତ୍ରା ୬ ଡିଗ୍ରି ରହିଥିବା ବେଳେ କୋରାପୁଟରେ ୬.୮ ଡିଗ୍ରି, ସେମିଳିଗୁଡ଼ାରେ ୭.୪ ଡିଗ୍ରି, ଚିପିଲିମାରେ ୮.୮ ଡିଗ୍ରି, ନବରଙ୍ଗପୁରରେ ୯ ଡିଗ୍ରି । ସେହିପରି ଭବାନୀପାଟଣାରେ ୯.୨ ଡିଗ୍ରି, ଅନୁଗୁଳରେ ୯.୬ ଡିଗ୍ରି ଓ ଝାରସୁଗୁଡ଼ାରେ ୯.୮ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଛି । ପୁରୀକୁ ଛାଡ଼ି ଦେଲେ ଅବଶିଷ୍ଟ ଓଡ଼ିଶାର ତାପମାତ୍ରା ୧୫ ଡିଗ୍ରି ପାଖାପାଖି ରହିଛି । ଦ୍ବୈତନଗରୀର ରାତି ତାପମାତ୍ରା ସମାନ ରହିଛି । ୧୨.୬ ଡିଗ୍ରି ରାତି ତାପମାତ୍ରାରେ ଦ୍ୱୈତନଗରବାସୀ ଅସ୍ତବ୍ୟସ୍ତ ହେଉଛନ୍ତି । ଅନ୍ୟପଟେ ଏହି ଥଣ୍ଡାରୁ ଏବେ ମୁକ୍ତି ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
କେମିତି କଟିବ ଆଜିର ଦିନ, ଜାଣନ୍ତୁ...
ସେପଟେ ଯଦି ଭୁବନେଶ୍ୱର କଥା କହିବା ତେବେ ଭୁବନେଶ୍ବରରେ ବି ଶିତ ଜାରି ରହିଛି । ସକାଳୁ ସକାଳୁ କିଛି ସ୍ଥାନରେ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଥଣ୍ଡା ଗତକାଲି ଅପେକ୍ଷା ସାମାନ୍ୟ କମ୍ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/16/1-2025-12-16-07-56-53.jpg)